‘ଦି କଶ୍ମୀର ଫାଇଲ୍ସ’ :୧୦୦ କୋଟି ପାର

23

ସବୁ ରେକର୍ଡକୁ ଭାଙ୍ଗି ୧୦୦ କୋଟି କ୍ଲବ୍‌ରେ ସାମିଲ୍ ହୋଇଛି ବହୁ ଚର୍ଚ୍ଚିତ ଫିଲ୍ମ ‘ଦି କାଶ୍ମୀର ଫାଇଲ୍। ରିଲିଜ୍ ହେବାର ମାତ୍ର ଗୋଟିଏ ସପ୍ତାହରେ ରେକର୍ଡ କରିଛି ଏହି ଫିଲ୍ମ। ଫିଲ୍ମକୁ ଦେଖିବାକୁ ସିନେମା ହଲ୍‌ରେ ଦର୍ଶକଙ୍କ ଅସମ୍ଭବ ଭିଡ଼ ଜମୁଛି।ଅନେକ ସିନେମା ହଲ୍‌ ହାଉସ୍ ଫୁଲ୍ ଚାଲୁଛି। ତେଣୁ ପ୍ରଥମ ସପ୍ତାହ ଭଳି ଦ୍ୱିତୀୟ ସପ୍ତାହରେ ମଧ୍ୟ ଏହା ଭଲ ଆୟ କରିବ ବୋଲି ଆଶା କରାଯାଉଛି।
୧୯୯୦ ମସିହାରେ କାଶ୍ମୀର ପଣ୍ଡିତଙ୍କ ସହିତ ହୋଇଥିବା ଅନ୍ୟାୟର କାହାଣୀକୁ ନେଇ ଏହି ଫିଲ୍ମ ର କାହାଣୀ ତିଆରି ହୋଇଛି I ଏଥିରେ କଶ୍ମୀର ପଣ୍ଡିତଙ୍କ ପଳାୟନ ଘଟଣାକୁ ବେଶ ନାଟକୀୟ ଢଙ୍ଗରେ ଫିଲ୍ମରେ ଉପସ୍ଥାପନ କରିଛନ୍ତି ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ। ସିନେମାରେ ଅନୁପମ ଖେର, ମିଥୁନ ଚକ୍ରବର୍ତ୍ତୀ, ପଲ୍ଲବୀ ଯୋଶୀ, ଦର୍ଶନ କୁମାର ପ୍ରମୁଖ ରହିଛନ୍ତି। ଗତ ଶୁକ୍ରବାର ଏହି ଫିଲ୍ମ ରିଲିଜ୍ ହେବା ପରେ ଏହାକୁ ନେଇ ରାଜନୀତିକ ବାକଯୁଦ୍ଧ ମଧ୍ୟ ଆରମ୍ଭ ହୋଇଥିଲା। ଏହାର ଫାଇଦା କିନ୍ତୁ ଫିଲ୍ମକୁ ମିଳିଛି। ରାଜନୀତିକ ଯୁଦ୍ଧ ଯୋଗୁ ଅଧିକରୁ ଅଧିକ ଲୋକ ଫିଲ୍ମ ଦେଖିବାକୁ ଆଗ୍ରହ ମଧ୍ୟ ଦେଖାଉଛନ୍ତି।
ଫିଲ୍ମରେ ପୁଷ୍କରନାଥ ପଣ୍ଡିତ ଭୂମିକାରେ ଅଭିନୟ କରିଥିବା ଅନୁପମ ଖେର ଇନଷ୍ଟାଗ୍ରାମରେ ଦି କଶ୍ମୀର ଫାଇଲ୍ସର ଆୟ ୧୦୦ କୋଟି ଅତିକ୍ରମ କରିଥିବା ସୂଚନା ଦେଇଛନ୍ତି। ତାଙ୍କ ସୂଚନା ଅନୁସାରେ, ବିଶ୍ୱସ୍ତରରେ ଏହି ଫିଲ୍ମର ଆୟ ଏଯାଏ ୧୦୬.୮୦ କୋଟି ଟଙ୍କା ହୋଇଗଲାଣି। ୭ ଦିନ ମଧ୍ୟରେ ଏପରି ଆୟ କରିବା କୌଣସି ଫିଲ୍ମ ପାଇଁ ପ୍ରଥମ।
ଅନୁପମ ଖେର କହିଛନ୍ତି, “ଆମ ଫିଲ୍ମ #ଦିକାଶ୍ମୀରଫାଇଲ୍ସ ପ୍ରକୃତ ରଙ୍ଗ ଦେଖାଉଛି। ସମସ୍ତଙ୍କ ହୋଲି ଶୁଭେଚ୍ଛା #ଭଲପାଇବା #ସତ୍ୟରବିଜୟହୋଇଛି #ସିନେମାରମ୍ୟାଜିକ୍”।
ଏହା ପୂର୍ବରୁ ଆଜି ସିନେ ସମୀକ୍ଷକ ତରନ ଆଦର୍ଶର ଫିଲ୍ମର ଆୟ ସମ୍ପର୍କରେ ସୂଚନା ଦେଇ ଟ୍ୱିଟ୍ କରିଥିଲେ। ଫିଲ୍ମ ଖୁବ୍‌ଶୀଘ୍ର ୧୦୦ କୋଟି କ୍ଲବ୍‌ରେ ସାମିଲ୍ ହେବ ବୋଲି ସେ ଟ୍ୱିଟ୍ କରି ଲେଖିଥିଲେ।

Comments are closed, but trackbacks and pingbacks are open.