ଅଗ୍ନିକାଣ୍ଡ ଘଟି ଗୋଟିଏ ପରିବାରରେ ୪ ଗୁରୁତର

17

ରାୟଗଡ଼ା ଜିଲ୍ଲା କଲ୍ୟାସିଂହପୁର ବ୍ଲକ ଶିକରପାଇ ଗାଁ ରେ ଘଟିଛି ଅଭାବନୀୟ କାଣ୍ଡ । ଗୋଟିଏ ପରିବାରରେ ନିଆଁ ଲାଗି ୪ ଗୁରୁତର । ଚିତ୍କାର ଶୁଣିବା ପରେ ସ୍ଥାନୀୟ ଲୋକ ସମସ୍ତଙ୍କୁ ଉଦ୍ଧାର କରିଥିଲେ। ପରେ ଗୁରୁତର ଅବସ୍ଥାରେ ସମସ୍ତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନଥିବା ବେଳେ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ତେବେ ଘର ଭିତରେ ଏକ ବେକେରି ଚାଲୁଥିବା ସ୍ଥାନୀୟ ଲୋକେ କହିଛନ୍ତି I ଏହି ଘଟଣାରେ ପୁଲିସ୍‌ ବିଭିନ୍ନ ଦିଗରୁ ତଦନ୍ତ ଜାରି ରଖିଛି।

Comments are closed, but trackbacks and pingbacks are open.