ଭୁବନେଶ୍ୱରରେ ପୌରନିର୍ବାଚନ ପ୍ରଚାର ରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ବିଶ୍ୱେଶ୍ୱର ଟୁଡୁ

24

ଆସନ୍ତା ୨୪ ତାରିଖରେ ହେଉଛି ପୌର ନିର୍ବାଚନ I ବର୍ତ୍ତମାନ ମହାନଗର ନିଗମ ନିର୍ବାଚନ ପାଇଁ ପ୍ରଚାରରେ କମ୍ପୁଛି ରାଜଧାନୀ । ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରଚାର କରୁଛନ୍ତି ନେତା ଓ ପ୍ରାର୍ଥୀ । ବିଶେଷକରି ତିନି ପ୍ରମୁଖ ଦଳର ମେୟର ପ୍ରାର୍ଥୀ ପ୍ରଚାରକୁ ଜୋରଦାର କରିଛନ୍ତି । ଆଜି ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ । ମନ୍ତ୍ରୀ ବିଜେପି କର୍ପୋରେଟର ପ୍ରାର୍ଥୀ ଓ ମେୟର ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି । ସକାଳ ସକାଳୁ ଚନ୍ଦ୍ରଶେଖରପୁର ଅଞ୍ଚଳରେ ବୁଧ ପାର୍କରେ ଲୋକମାନଙ୍କୁ ଭେଟି ଆଲୋଚନା କରିଛନ୍ତି । ବିଜେପି ପ୍ରାର୍ଥୀଙ୍କୁ ଭୋଟ୍ ଦେଇ ବିଜୟୀ କରିବାକୁ ଅପିଲ କରିଛନ୍ତି ।
ତେବେ ପୌର ନିର୍ବାଚନ ପ୍ରଚାର ସମୟରେ ପଂଚାୟତ ନିର୍ବାଚନ ର ବିଜେପି ର ବିଫଳତା ଉପରେ ପରଦା ଢାଙ୍କିବାକୁ ପଛାଇ ନାହାନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡୁ I ପ୍ରଚାର ସମୟରେ ଶାସକ ଦଳ ରଉପରେ ନିର୍ଘାତ ବର୍ଷିଛନ୍ତି ଏହା ସହିତ କେନ୍ଦ୍ର ସରକାର ଙ୍କ ର ସମସ୍ତ ସହାୟତ ଅର୍ଥ କୁ ରାଜ୍ୟ ସରକାର କିପରି ହରିଲୁଟ କରିଛନ୍ତି ସେ ବିଷୟରେ ମଧ୍ୟ ଜନସାଧାରଣଙ୍କ ନିକଟରେ ବଖାଣିଛନ୍ତି ଇ ଏହା ସହିତ ସେ କହିଛନ୍ତି କିଛି ଲୋକ କ୍ଷମତା ପାଇଁ ସବୁ କିଛି କରିବେ। ଏହା ଗତ ପଞ୍ଚାୟତ ନିର୍ବାଚନରେ ଦେଖିବାକୁ ମିଳିଥିବା ବେଳେ ପୌର ନିର୍ବାଚନରେ ବି ଦେଖିବାକୁ ମିଳିବ । ହେଲେ ସହରୀ ଲୋକ ସଚେତନ ଅଛନ୍ତି। ସେମାନେ ଭାରତୀୟ ଜନତା ପାର୍ଟିକୁ ହିଁ ବାଛିବେ। କାରଣ ପ୍ରଧାନମନ୍ତ୍ରୀ ଭାରତବର୍ଷର ସମ୍ମାନକୁ ବଢ଼ାଇବା ସହ ସର୍ବାଙ୍ଗୀନ ଉନ୍ନତି ପାଇଁ ଆଗକୁ ଆସିଛନ୍ତି। ଏହାକୁ ହୃଦୟଙ୍ଗମ କରିଛନ୍ତି ସଚେତନ ନାଗରିକ I

ବିଜେଡି ମେୟର ପ୍ରାର୍ଥୀ ସୁଲୋଚନା ଦାସ ଆଜି ୱାର୍ଡ ନଂ ୬୨ ପୋଖରୀପୁଟ ସ୍ଥିତ କାରଗିଲ ରୋଡ ଅଞ୍ଚଳରେ ଶୋଭାଯାତ୍ରା କରିବା ସହ ପ୍ରଚାର କରିଛନ୍ତି । ମନ୍ତ୍ରୀ ଅଶୋକ ପଣ୍ଡା ଏବଂ ଏହି ଅଞ୍ଚଳର କର୍ପୋରେଟର ପ୍ରାର୍ଥୀଙ୍କ ସହ ଯାଇ ପ୍ରଚାର କରିଛନ୍ତି ସୁଲୋଚନା ।

Comments are closed, but trackbacks and pingbacks are open.