ଗାଁରେ ରହି ଏହି ବ୍ୟବସାୟ କରନ୍ତୁ , ଲକ୍ଷପତି ହୁଅନ୍ତୁ

27

ଅନେକ ସମୟରେ ସମସ୍ତଙ୍କର ଧାରଣା ରହିଛି ଯେ ସହରରେ ରୋଜଗାର ଭଲ ହୁଏ ଇ ତେଣୁ ଅନେକ ସମୟରେ ଗାଁ ଛାଡି ସହର ମୁହଁI ହୋଇଥାନ୍ତି ଲୋକେ I ଗାଁ ଅପେକ୍ଷା ସହରରେ ବ୍ୟବସାୟ କରି ଭଲ ଦି ପଇସା ରୋଜଗାର କରିହେବ I ତେବେ ଯଦି ଆପଣ ମଧ୍ୟ ଗାଁରେ ରହୁଛନ୍ତି ଏବଂ ଏଭଳି ଭାବନା ରଖୁଛନ୍ତି ତେବେ ଆପଣ ଭୁଲ ଭାବୁଛନ୍ତି । ବର୍ତ୍ତମାନ ସମୟରେ ଗାଁରେ ନିଜର ବ୍ୟବସାୟ କରିବା ଲାଭଜନକ ହୋଇପାରେ ।
କାରଣ ଆଜି ଆମେ ଆଣଙ୍କୁ ଦୁଇଟି ଲାଭଦାୟକ ବ୍ୟବସାୟ ବିଷୟରେ କହିବାକୁ ଯାଉଛୁ ଯାହା ଗାଁରେ ରହୁଥିବା ଲୋକ ଆରମ୍ଭ କରିପାରିବେ । ଏହି ବ୍ୟବସାୟ ଆରମ୍ଭ କରିବା ପାଇଁ ଆପଣଙ୍କୁ ଅଧିକ ଟଙ୍କା ଖର୍ଚ୍ଚ ମଧ୍ୟ କରିବାକୁ ପଡ଼ିବନି । ଅର୍ଥାତ୍ ଆପଣ ଗାଁରେ କମ୍ ଖର୍ଚ୍ଚରେ ଲକ୍ଷ ଲକ୍ଷ ଟଙ୍କା ଆୟ କରିାରବେ । ବର୍ତ୍ତମାନ ସମୟରେ କୃଷି କ୍ଷେତ୍ରକୁ ପ୍ରାଧାନ୍ୟ ଦିଆଯାଉଛି । ବର୍ତ୍ତମାନ ଲୋକମାନେ କୃଷି କାର୍ଯ୍ୟରୁ ବେଶ୍ ଲାଭବାନ ହୋଇପାରୁଛନ୍ତି । କୃଷି କାର୍ଯ୍ୟରୁ ହେଉଥିବା ଆୟ କୌଣସି ଚାକିରି ଠାରୁ ମଧ୍ୟ କମ ନୁହେଁ ।
କୃଷି କାର୍ଯ୍ୟ ସହ ୨ଟି ପ୍ରକ୍ରିୟାର ବେଶ ଗୁରୁତ୍ୱ ରହିଛି । ପ୍ରଥମଟି ହେଉଛି ସିଡ ଷ୍ଟୋରେଜ ବା ବିହନ ଷ୍ଟୋର ଏବଂ ଅନ୍ୟଟି ହେଉଛି କୋଲ୍ଡ ଷ୍ଟୋରେଜ୍ । ଆପଣ ଏହି ବ୍ୟବସାୟ ଆରମ୍ଭ କରିପାରିବେ । ଯଦି ଆପଣ ଗାଁରେ ରହି ବ୍ୟବସାୟ ଆରମ୍ଭ କରିବାକୁ ଚାହୁଛନ୍ତି, ତେବେ ଏହି ଦୁଇ ବ୍ୟବସାୟ ଆପଣାଇପାରିବେ । ଏହା ଆପଣଙ୍କୁ ଭଲ ଲାଭ ପ୍ରଦାନ କରିବ । ତେବେ ଆସନ୍ତୁ ଜାଣିବା ଏହି ବ୍ୟବସାୟ ବିଷୟରେ ଅଧିକ ।
ବିହନ ଷ୍ଟୋର:
ଗାଁରେ ଲୋକମାନେ ଅଧିକାଂଶ ଲୋକ କୃଷି କାର୍ଯ୍ୟ କରିଥାନ୍ତି ଏମିତିରେ କୃଷକଙ୍କୁ ଚାଷ ପାଇଁ ସାର ଏବଂ ବିହନର ଆବଶ୍ୟକ ପଡ଼ିଥାଏ । ଯଦି ଆପଣ ଗାଁରେ ରହୁଛନ୍ତି ତେବେ ଆପଣ ସାର ଏବଂ ବିହନ ଷ୍ଟୋର ଖୋଲିପାରବେ । ଖାସ୍ କଥା ହେଉଛି ଆପଣ ସରକାରଙ୍କ ତରଫରୁ ସାର ଏବଂ ବିହନ ଉପରେ ମିଳୁଥିବା ସବସିଡିର ମଧ୍ୟ ଲାଭ ନେଇପାରିବେ । ଏହାଦ୍ୱାରା ଆପଣ ସହଜରେ ବ୍ୟବସାୟ ଆରମ୍ଭ କରିପାରିବେ ।
କୋଲ୍ଡ ଷ୍ଟୋରେଜ:
ଅନେକ ଗାଁମାନଙ୍କରେ ଉତ୍ପାଦନକୁ ସଂଗ୍ରହ କରି ରଖିବା ପାଇଁ କୋଲ୍ଡ ଷ୍ଟୋରେଜର ବ୍ୟବସ୍ଥା ନାହିଁ । ଏମିତିରେ କୃଷକଙ୍କ ଉତ୍ପାଦିତ ଫଳ ଏବଂ ପନିପରିବା ଭଳି ସାମଗ୍ରୀ ନଷ୍ଟ ମଧ୍ୟ ହୋଇଯାଇଥାଏ । ଗାଁରେ ଆପଣ ବ୍ୟବସାୟ କରିବାକୁ ଚାହୁଥିଲେ ଏହା ମଧ୍ୟ ଏକ ଭଲ ବ୍ୟବସାୟ ହୋଇପାରିବ । ଅବଶ୍ୟ ଏଥିରେ ଅଧିକ ନିବେଶ କରିବାକୁ ପଡ଼ିବ କିନ୍ତୁ ଏଥିରୁ ଲାଭ ମଧ୍ୟ ଖୁବ୍ ଅଧିକ ।

Comments are closed, but trackbacks and pingbacks are open.