ଶୁଖିଲା ଫୁଲ ମଧ୍ୟ ହେଇପାରିବ ରୋଜଗାର ର ମାଧ୍ୟମ, ଏହିପରି କରନ୍ତୁ

36

ବଦଳୁଥିବା ସମୟ ମଧ୍ୟରେ ବର୍ତ୍ତମାନ ଫୁଲ ଚାଷ ପାଇଁ ଚାଷୀମାନେ ମନ ବଳାଉଥିବା ଦେଖାଯାଉଛି । ଏହି ଚାଷ ଦ୍ୱାରା କୃଷକଙ୍କୁ ବେଶ୍ ଲାଭ ମଧ୍ୟ ହେଉଛି । ବିବାହ ଠାରୁ ଆରମ୍ଭ କରି ଅନେକ ସମାରୋହରେ ଫୁଲର ବ୍ୟବହାର କରାଯାଇଥାଏ । କିଛି ଲୋକ ଏହାକୁ କେବଳ ସଉକ ଭାବରେ ଘରେ ସଜାଇଥାଏ । ଖାଲି ଏତିକି ନୁହେଁ ଫୁଲରୁ ଉତ୍ପାଦନ ହେଉଥିବା ସାମଗ୍ରୀରୁ ମଧ୍ୟ ବେଶ୍ ଭଲ ଆୟ ହୋଇପାରୁଛି । ସେହିଭଳି ବାସି ଫୁଲ ବା ଶୁଖିଲା ଫୁଲରୁ ମଧ୍ୟ ଭଲ ଆୟ ହୋଇପାରିବ । ତେବେ ଯଦି ଆପଣ ମଧ୍ୟ ଫୁଲକୁ ଶୁଖାଇ ଏଥିରୁ ଭଲ ଲାଭ କରିବାକୁ ଚାହୁଛନ୍ତି ତେବେ ଏହି ଖବର ଆପଣଙ୍କୁ ଉପଯୋଗୀ ହୋଇପାରେ ।
ଫୁଲକୁ ଶୁଖାଇବା ପାଇଁ ପ୍ରଥମେ ଏହାକୁ ଖୋଲା ସ୍ଥାନରେ କିଛିଦିନ ପର୍ଯ୍ୟନ୍ତ ରଖନ୍ତୁ । ଯେମିତିକି ଏହା ଭଲ ଭାବରେ ଶୁଖିପାରିବ । ଅନେକ ସମୟରେ ଏହାକୁ ବାଲି, ସିଲିକା ପାଉଡରରେ ରଖାଯାଏ ଯେମେତିକି ଏହାର ଆକାରରେ ପରିବର୍ତ୍ତନ ହେବନାହିଁ ।
– ହାଲୁକା ବାସ୍ନା ଥିବା ଫୁଲର ପାଖୁଡ଼ାକୁ ଖରାରେ ଶୁଖାଇ ଅନେକ ପ୍ରକାରର ଉତ୍ପାଦରେ ବ୍ୟବହାର କରାଯାଇପାରେ । ଯେମିତିକି ମିଷ୍ଟାନ ଦ୍ରବ୍ୟ, ଆଇସକ୍ରିମ୍ ଏବଂ ବେକରୀରେ ଏହାର ବ୍ୟବହାର କରାଯାଏ ।
– ଶୁଖିଲା ଫୁଲର ପାଖୁଡ଼ାକୁ ପାଉଡରରେ ପରିଣତ କରି ଏଥିରୁ ଧୂପକାଠି ମଧ୍ୟ ତିଆରି କରାଯାଇଥାଏ । ଯାହା ଆୟର ଏକ ଭଲ ମାଧ୍ୟମ ହୋଇପାରେ । ଅନେକ ସମୟରେ ଏହି ବ୍ୟବସାୟ କରି ଲୋକମାନେ ରୋଜଗାରକ୍ଷମ ହୋଇପାରୁଛନ୍ତି ।
– ଶୁଖିଲା ଫୁଲର ପାଖୁଡ଼ା କିମ୍ବା କଢ଼ରୁ ଚାଷୀ ଏହାକୁ ଖତ ଭାବରେ ବ୍ୟବହାର କରିପାରିବେ । ଏହିଭଳି ଅନେକ ବ୍ୟବହାର ରହିଛି ଶୁଖିଲା ଫୁଲର ।

Comments are closed, but trackbacks and pingbacks are open.