ଲାଇଭ ମ୍ୟାଚ ବେଳେ ଅନ୍ତର୍ଜାତୀୟ କବାଡି ଖେଳାଳିଙ୍କୁ ଗୁଳି କରି ହତ୍ୟା

25

ଲାଇଭ ମ୍ୟାଚ ବେଳେ ପଞ୍ଜାବର ଜଳନ୍ଧର ରେ ଜଣେ ଅନ୍ତର୍ଜାତୀୟ କବାଡି ଖେଳାଳିଙ୍କୁ ଗୁଳି କରି ହତ୍ୟା କରାଯାଇଛି। ସୋମବାର ସନ୍ଧ୍ୟା ୬ଟାରେ ଜଳନ୍ଧରର ମାଲିଆ ଗାଁରେ କବାଡି କପ ସମୟରେ ମ୍ୟାଚ୍ ଚାଲିଥିବା ସମୟରେ ଖେଳାଳି ସନ୍ଦୀପ ନଙ୍ଗଲଙ୍କୁ ଗୁଳି କରାଯାଇଛି । ପ୍ରାରମ୍ଭିକ ତଦନ୍ତରୁ ଜଣା ପଡିଛି ଯେ ଅଜଣା ଦୁର୍ବୃତ୍ତ ସନ୍ଦୀପଙ୍କ ମୁଣ୍ଡ ଏବଂ ଛାତି ଉପରକୁ ପ୍ରାୟ ୨୦ ରାଉଣ୍ଡ ଫାୟରିଂ କରି ଫେରାର ହେଇ ଯାଇଛନ୍ତି I ଗୁରୁତର ଆହତ ଅବସ୍ଥାରେ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା । ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।
ଏକ ଜାତୀୟ ଚାନେଲ ର ପ୍ରସାରଣ ଖବର ଅନୁଯାୟୀ, ଜଳନ୍ଧରର ମାଲିଆ ଗାଁରେ ଚାଲିଥିବା କବାଡି ଟୁର୍ଣ୍ଣାମେଣ୍ଟ ସମୟରେ ସନ୍ଦୀପ ନିଜର କିଛି ସାଥୀ ଖେଳାଳିଙ୍କୁ ଛାଡିବାକୁ ବାହାରକୁ ଆସିଥିଲେ। ସେହି ସମୟରେ ପୂର୍ବରୁ ଛକି ବସିଥିବା ଦୁର୍ବୃତ୍ତ ତାଙ୍କ ଉପରକୁ ଆଖିବୁଜା ଗୁଳିମାଡ କରିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Comments are closed, but trackbacks and pingbacks are open.