ଆଇପିଏଲ ଛାଡିଲେ ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଆଲେକ୍ସ ହେଲ୍ସ

31

ଅଷ୍ଟ୍ରେଲୀୟ କ୍ରିକେଟ ଦଳର ଅଧିନାୟକ ଆରୋନ ଫିଞ୍ଚ ଆଇପିଏଲ ଖେଳିବାକୁ ଯାଉଛନ୍ତି । କେକେଆର ଟିମ ର ଆଲେକ୍ସ ହେଲ୍ସଙ୍କ ରିପ୍ଲେସମେଣ୍ଟ ଭାବରେ ଫିଞ୍ଚ କେକେଆର ପକ୍ଷରୁ ଖେଳିବାକୁ ଯାଉଛନ୍ତି ।ଇଂଲଣ୍ଡ ବ୍ୟାଟସମ୍ୟାନ ଆଲେକ୍ସ ହେଲ୍ସଙ୍କୁ କେକେଆର ଚଳିତ ବର୍ଷ କିଣିଥିଲା। ହେଲେ ସେ କରୋନା ଜନିତ ବାୟୋ ବବଲ୍ସ କାରଣରୁ ଆଇପିଏଲ ଖେଳିବାକୁ ମନା କରିଦେଇଛନ୍ତ। ପୂର୍ବରୁ ଇଂଲିଶ ଓପନର ଜେସନ ରୟ ମଧ୍ୟ ସାମନ ପଦକ୍ଷେପ ନେଇଥିଲେ। ଶୁକ୍ରବାର ହେଲ୍ସଙ୍କ ସ୍ଥାନରେ ୧.୫ କୋଟି ବ୍ୟୟରେ କେକେଆର ଦଳରେ ଯୋଗ ଦେଇଛନ୍ତି ଫିଞ୍ଚ ।ତେବେ ପୂର୍ବରୁ ମେଗା ଅକ୍ସନ ବେଳେ ଫିଞ୍ଚଙ୍କୁ କୌଣସି ଦଳ କିଣି ନଥିଲେ। ହେଲେ ଏବେ ସେ ବଦଳ ଖେଳାଳି ଭାବେ କେକେଆର୍‌ରେ ସାମିଲ ହୋଇଛନ୍ତି।

ଅଷ୍ଟ୍ରେଲିଆର ବିଶ୍ୱକପ୍ ବିଜୟୀ ଅଧିନାୟକ ଆରୋନ ଫିଞ୍ଚ ୮୮ଟି ଆନ୍ତର୍ଜାତୀୟ ମୁକାବିଲା ଖେଳିଛନ୍ତି । ୮୮ଟି ମୁକାବିଲାରୁ ୨ଟି ଶତକ ଓ ୧୫ ଅର୍ଦ୍ଧଶତକ ସହିତ ୨୬୮୬ ରନ କରିଛନ୍ତି ଫିଞ୍ଚ । ଅନ୍ୟ ପକ୍ଷରେ ଫିଞ୍ଚ ୮୭ଟି ଆଇପିଏଲ ମୁକାବିଲା ଖେଳିଛନ୍ତି । ୮୭ ମୁକାବିଲାରେ ୨ ହଜାରରୁ ଅଧିକ ରନ ସଂଗ୍ରହ କରିଛନ୍ତି ଫିଞ୍ଚ । ଦୁଇ ଦୁଇ ଥର ଚାମ୍ପିୟନ କେକେଆର ମାର୍ଚ୍ଚ ୨୬ ତାରିଖରେ ସିଏସକେ ବିପକ୍ଷରୁ ନିଜର ଅଭିଯାନ ଆରମ୍ଭ କରିବ ।
ଫିଞ୍ଚଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ ଗତବର୍ଷ ଟି-୨୦ ବିଶ୍ୱକପ ଜିତିଥିଲା। ସେ ଏଯାଏ ୮୮ ଟି-୨୦ ମ୍ୟାଚ୍‌ରେ ୨୬୮୬ ରନ କରିଛନ୍ତି। ଏହା ମଧ୍ୟରେ ୨ଟି ଶତକ ଓ ୧୫ଟି ଅର୍ଦ୍ଧଶତକ ରହିଛି। କେକେଆର ପକ୍ଷରୁ କୁହାଯାଇଛି ଯେ “୮୭ଟି ଆଇପିଏଲ ମ୍ୟାଚ୍‌ ଖେଳି ୨୦୦୦ରୁ ଅଧିକ ରନ କରିଥିବା ଫିଞ୍ଚ ଆମ ସହ ସାମିଲ ହେବେ। ତାଙ୍କୁ କେକେଆର ୧.୫ କୋଟି ଟଙ୍କାରେ କିଣିଛି।”

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଫିଞ୍ଚ ୨୦୨୦ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର ପକ୍ଷରୁ ଖେଳିଥିଲେ। ଏବେ ସେ କେକେଆର ତାଙ୍କର ୯ ନଂ ପ୍ରାଞ୍ଚାଇଜ। ୨୦୧୦ରେ ସେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳି ନିଜର ଆଇପିଏଲ କ୍ୟାରିୟର ଆରମ୍ଭ କରିଥିଲେ। ଏହାପରେ ଦିଲ୍ଲୀ ଡେୟାର ଡେଭିଲ୍ସ, ପୁଣେ ୱାରିୟର୍ସ, ସନ ରାଇଜର୍ସ ହାଇଦ୍ରାବାଦ, ମୁମ୍ବାଇ ଇଣ୍ଡିଆନ୍ସ, ଗୁଜରାଟ ଲାୟନ୍ସ ଓ ପଞ୍ଜାବ କିଙ୍ଗସ ପକ୍ଷରୁ ଖେଳିଥିଲେ

Comments are closed, but trackbacks and pingbacks are open.