କ୍ଷେତ ପାଇଁ ଏହିପରି ଭାବରେ କରନ୍ତୁ ମାଟି ପ୍ରସ୍ତୁତ,ଜାଣନ୍ତୁ ବଗିଚା ମାଟି ପ୍ରସ୍ତୁତି ବିଷୟରେ

27

ଗୋଟିଏ ଭଲ ବଗିଚା ବା କ୍ଷେତ ପାଇଁ ଉତ୍ତମ ମାଟି ଆବଶ୍ୟକ ରହିଥାଏ । ଯଦି ଆପଣ ଆପଣଙ୍କୁ କ୍ଷେତରେ ପନିପରିବା ହେଉ କିମ୍ବା ଅନ୍ୟ କିଛିି ଚାଷ କରୁଛନ୍ତି ତେବେ ଏହି ଖବର ଆପଣଙ୍କର ସହାୟତାରେ ଆସିପାରେ । ପନିପରିବାର ଭଲ ଅମଳ ପାଇଁ କ୍ଷେତରେ ମାଟିର ଗୁଣବତ୍ତା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ତେଣୁ ଯେତେବେଳେ ଆପଣ ପନିପରିବା ଚାଷ କରୁଛନ୍ତି ସେତେବେଳେ କ୍ଷେତରେ ମାଟିର ଗୁଣ ସହ ମାଟି କିପରି ବ୍ୟବହାର କରିବେ ଏହା ଉପରେ ଧ୍ୟାନ ଦିଅନ୍ତୁ । ତେେ ଆସନ୍ତୁ ଜାଣିବା ପନିପରିବା ଫସଲରେ କେଉଁ ପ୍ରକାର ମାଟିର କେଉଁଭଳି ଭାବରେ ବ୍ୟବହାର କରିବା ଦରକାର ।
ବାଲିଆ ମାଟି:
ଯଦି ଆପଣ ପନିପରିବା ଚାଷ ପାଇଁ ବାଲିଆ ମାଟି ବ୍ୟବହାର କରନ୍ତି, ତେବେ ଜାଣି ରଖନ୍ତୁ ବାଲିଆ ମାଟି ପ୍ରଚୁର ବାୟୁକୁ ଉଦ୍ଭିଦର ମୂଳରେ ପହଞ୍ଚିବାକୁ ଦେଇଥାଏ, କିନ୍ତୁ ଏଠାରେ ସମସ୍ୟା ହେଉଛି ବାଲିଆ ମାଟି ଶୀଘ୍ର ଧୋଇ ହୋଇଯାଏ । ଫଳରେ ଉଭୟ ଆର୍ଦ୍ରତା ଏବଂ ପୁଷ୍ଟିକର ତତ୍ତ୍ୱ ହରାଇଥାଏ । ତେଣୁ, ବାଲିଆ ମାଟିରେ ନିୟମିତ ଭାବରେ କମ୍ପୋଷ୍ଟ ମିଶାନ୍ତୁ ଏବଂ ଗଛର ପତ୍ର କାଟନ୍ତୁ, ତା’ପରେ ଉଦ୍ଭିଦର ବୃଦ୍ଧି ଭଲ ହୋଇପାରେ ।
ଚିକିଟା ମାଟି:
ଚିକିଟା ମାଟି ବାଲିଆ ମାଟିର ବିପରୀତ ଅଟେ । ଏହା ଉଦ୍ଭିଦରେ ଆର୍ଦ୍ରତା ବଜାୟ ରଖେ । କିନ୍ତୁ ଏହି ମାଟିରେ ଫସଲର ସଠିକ୍ ଜଳ ନିଷ୍କାସନ ହୋଇପାରେ ନାହିଁ, ଚିକିଟା ମାଟି ବାୟୁକୁ ଉଦ୍ଭିଦଗୁଡିକର ମୂଳରେ ପହଞ୍ଚିବାକୁ ଦିଏ ନାହିଁ । ଯେଉଁଥିପାଇଁ ଗଛର ବୃଦ୍ଧି ବନ୍ଦ ହୋଇପାରେ । ଯଦି ଆପଣଙ୍କ କ୍ଷେତ କିମ୍ବା ବଗିଚାରେ ଏହି ମାଟି ରହିଛି, ତେବେ ଏଥିପାଇଁ ମାଟି ହାଲୁକା ଭାବରେ ଖୋଳନ୍ତୁ ଫଳରେ ବାୟୁ ଏବଂ ଜଳ ଗଛର ମୂଳରେ ପହଞ୍ଚିପାରିବ ଏବଂ ସମୟ ସମୟରେ ମାଟିରେ କମ୍ପୋଷ୍ଟ, ଜିପସମ୍ ପରି ଅନେକ ଜୈବିକ ପଦାର୍ଥ ମିଶାନ୍ତୁ ।
ଯଦି ଆପଣ ଆପଣଙ୍କ ବଗିଚାରେ ଖରାପ ମାଟିର ବ୍ୟବହାର କରୁଛନ୍ତି ଏବଂ ମାଟିର ଗୁଣବତ୍ତା କମ ରହିଛି ତେବେ ଆପଣ ମାଟିକୁ ଭଲ ଭାବରେ ଖୋଳନ୍ତୁ ଏବଂ ଆବଶ୍ୟକ ସ୍ଥଳେ ଏହାକୁ ଦ୍ୱିତୀୟ ଥର ଖୋଳନ୍ତୁ ଫଳରେ ଏହା ଭଲଭାବରେ ଗୁଣ୍ଡ ହୋଇପାରିବ ।

Comments are closed, but trackbacks and pingbacks are open.