ପଞ୍ଚାୟତ ନିର୍ବାଚନରେ ବିଜେଡି ର ଐତିହାସିକ ବିଜୟ ହୋଇଛି : ସୁଲତା ଦେଓ

23

ଚଳିତ ବର୍ଷ ପଞ୍ଚାୟତ ନିର୍ବାଚନରେ ବିଜେଡି ର ଐତିହାସିକ ବିଜୟ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଗୋଟିଏ କଥା ତାହା ହେଉଛି ବିକାଶ । ୩୦ଟି ଯାକ ଜିଲ୍ଲା ପରିଷଦ ଆଗରୁ କୌଣସି ଦଳ ପାଇନାହିଁ ରାଜ୍ୟରେ । ଭାରତ ବର୍ଷରେ ଏହା ଗୋଟିଏ ଉଦାହରଣ ସୃଷ୍ଟି କରିଛି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ସୁଲତା ଦେଓ।
ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଜାତୀୟ ସ୍ତରରେ ଗୋଟିଏ ଆଞ୍ଚଳିକ ଦଳକୁ ନେଇ ଚର୍ଚ୍ଚା ଲାଗିଛି । ରାଜ୍ୟରେ ୮୦ ପ୍ରତିଶତ ନିର୍ବାଚିତ ପ୍ରତିନିଧି ବିଜେଡି ପାଇଛି । ଏଥିରେ ମହିଳା, ଯୁବକ, ଶିକ୍ଷିତ ବର୍ଗର ଲୋକେ ରହିଛନ୍ତି । ଆଉ ୩୦ ଜିଲ୍ଲା ପରିଷଦ ଆସନରୁ ୨୧ ଟି ଆସନରେ ମହିଳାଙ୍କୁ ମିଳିଛି । ଯାହା କି ୭୦ ପ୍ରତିଶତ । ପଞ୍ଚାୟତ ନିର୍ବାଚନରେ ମହିଳାମାନଙ୍କୁ ୫୦ ପ୍ରତିଶତ ସଂରକ୍ଷଣ ପାଇଁ ବ୍ୟବସ୍ଥା ଥିବା ବେଳେ ବିଜେଡି ୭୦ ପ୍ରତିଶତ ଦେଇଛି । ଯାହା ଆଜି ଏକ ଇତିହାସ ସୃଷ୍ଟି କରିଛି । ତେବେ ୧୮ ଟି ଅଣ ସଂରକ୍ଷିତ ଆସନ ମଧ୍ୟରୁ ୧୨ଟି ଆସନ ଆମେ ପଛୁଆ ବର୍ଗର ଲୋକମାନଙ୍କ ପାଇଁ ରଖିଛୁ । ଯାହା ୬୭ ପ୍ରତିଶତ ଅଟେ । ଏହା ମହିଳା ସଶକ୍ତିକରଣର ପ୍ରମୁଖ ଉଦାହରଣ ଅଟେ। ଏଥିରୁ ଜଣାପଡୁଛି ମହିଳାମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କର କିଭଳି ପ୍ରତିବଦ୍ଧତା ରହିଛି ।

Comments are closed, but trackbacks and pingbacks are open.