ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ପୋଲିସ ASI ଙ୍କ ମୃତ୍ୟୁ, କନେଷ୍ଟବଳ ଗୁରୁତର

27

ଲ୍ୟାଣ୍ଡମାଇନ ବିସ୍ଫୋରଣ ରେ ଏଏସଆଇ ଙ୍କ ମୃତ୍ୟୁ I ମାଲକାନଗିରି ଛତିଶଗଡ ସୀମାନ୍ତ ରେ ନକ୍ସଲ ଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଜଣେ ଆସିଷ୍ଟାଣ୍ଟ ସବଇନ୍ସପେକ୍ଟର (ଏଏସଆଇ)ଙ୍କ ମୃତ୍ୟୁ ହେବା ସହିତ ଜଣେ ହେଡ କନଷ୍ଟେବଳ ଆହତ ହୋଇଛନ୍ତି I ଆହତ ଙ୍କୁ ଉଦ୍ଧାର କରି ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।
ଘଟନାନୁସାରେ ନାରାୟଣପୁର ଜିଲ୍ଲା ସୋନପୁର ଥାନା ଅନ୍ତର୍ଗତ ଧଣ୍ଡରିବାଡା ଅଞ୍ଚଳରେ ରାସ୍ତା କାମ ଚାଲୁଥିବା ବେଳେ ଆଇଟିବିପିର ୫୩ ବାଟାଲିୟନର ଯବାନ ମାନେ ଅପରେସନ କରୁଥିଲେ। ଠିକ୍‌ ଏହି ସମୟରେ ମାଓବାଦୀଙ୍କ ଦ୍ୱାରା ପୁର୍ବରୁ ଖଞ୍ଜା ଯାଇଥିବା ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଯେଉଁ ଥିରେ ରାଜେନ୍ଦ୍ର ସିଂ ନାମକ ଜଣେ ଏଏସଆଇ ଶହୀଦ ହୋଇଥିବା ବେଳେ ମହେଶ ନାମକ ଜଣେ ହେଡ କନେଷ୍ଟବଳ ଗୁରୁତର ହୋଇଛନ୍ତି I

Comments are closed, but trackbacks and pingbacks are open.