ଅଳ୍ପ ଖର୍ଚ୍ଚରେ ପୁଦିନା ଚାଷ କରି ଲାଭବାନ ହୁଅନ୍ତୁ

20

ପୁଦିନା ପତ୍ର ଶରୀର ପାଇଁ ବହୁ ଉପକାରୀ I ଏହାକୁ ଖାଦ୍ୟରେ ଖାଇବା ସହିତ ସର୍ବତ, ଚଟଣି , ଏ ପରିକି ଅନେକ ଆୟୁର୍ବେଦିକ ଔଷଧରେ ମଧ୍ୟ ବ୍ୟବହାର କରାଯାଇଥାଏ I ଖରାଦିନେ ଅନେକ ଲୋକ ପୋଦିନା ପାଣି ପିଇବାକୁ ବେଶ୍ ପସନ୍ଦ ମଧ୍ୟ କରିଥାନ୍ତି । ଏହା ବିଶେଷ କରି ଶରୀରେ ହଜମ ପ୍ରକ୍ରିୟା କୁ ଠିକ ରଖିଥାଏ । ତେବେ ପୁଦିନା ହେଉଛି ଏକ ହାଇଡ୍ରୋପୋନିକ୍ ଫସଲ ଅର୍ଥାତ୍ ଏହାକୁ ଚାଷ କରିବା ପାଣି ମାଟିର ମଧ୍ୟ ଆବଶ୍ୟକ ହୋଇନଥାଏ ପାଣିରେ ମଧ୍ୟ ଏହାକୁ ସହଜରେ ଚାଷ କରିହେବ । ଏହାକୁ ଚାଷ କରିବା ମଧ୍ୟ ସହଜ । ଖରାଦିନ ହେଉ କି ଶୀତଦିନ ସବୁବେଳେ ଏହାର ଚାହିଦା ରହିଛି । ଏହା ଏକ ଲୋକପ୍ରିୟ ଉଦ୍ଭିଦ, ବର୍ଷସାରା ଏହାର ଚାହିଦା ରହିଛି ଏବଂ ବଜାରରେ ଏହାର ବେଶ୍ ଭଲ ଚାହିଦା ରହିଛି । ତେବେ ଆସନ୍ତୁ ଜାଣିବା କିପରି ଏହି ପୁଦିନା ଚାଷ କରି କୃଷି ଭାଇମାନେ ଲାଭବାନ ହୋଇପାରିବେ । ହାଇଡ୍ରୋପୋନିକ ସିଷ୍ଟମରେ ନୂତନ ଭାବେ ଚାଷ କାମ ଆରମ୍ଭ କରୁଥିବା ଲୋକମାନଙ୍କ ପାଇଁ ପୁଦିନା ଉକ୍ରୃଷ୍ଟ । ଏହାକୁ ଆପଣ ଯେ କୌଣସି ହାଇଡ୍ରୋପୋନିକ ସିଷ୍ଟମକୁ ବ୍ୟବହାର କରିପାରିବେ । ଏଥିରେ ପୁଦିନା ସହଜରେ ହୋଇପାରିବ । ନିମ୍ନଲିଖିତ ହାଇଡ୍ରୋପୋନିକ ସିଷ୍ଟମରେ ହୋଇପାରିବ ପୁଦିନା ଚାଷ ।
ଏମିତି ଲଗାଇପାରିବେ ପୁଦିନା:
ମଞ୍ଜିରୁ ପୁଦିନା ଗଛ ହୋଇପାରିବ କିନ୍ତୁ ଏହାର ଡାଳକୁ କାଟି ଲଗାଇବା ଦ୍ୱାରା ଏହ ଶୀଘ୍ର ବଢ଼ିଥାଏ ଯାହା ବ୍ୟବସାୟିକ କ୍ଷେତ୍ରରେ ବେଶ୍ ଉପଯୋଗୀ ହୋଇଥାଏ । କାଟାଯାଇଥିବା କିଛି ସପ୍ତାହ ମଧ୍ୟରେ ବଢ଼ିଥାଏ ।
– ତେବେ ଅନ୍ୟ ସ୍ଥାନରେ ଏହାକୁ ଲଗାଇବାକୁ ଚାହୁଥିଲେ ପ୍ରଥମେ ସୁସ୍ଥ ଏବଂ ସତେଜ ଡାଳକୁ କାଟି ପାଣିରେ ରଖନ୍ତୁ ।
– ଯେତେବେଳେ ଏଥିରେ ନୂଆ ଚେର ଆସିବ ଏହି ଚେରକୁ ଅଲଗା କରି ଏଥିରେ ନୂଆ ଗଛ ସୃଷ୍ଟି ହୋଇଥାଏ ।
ଦରକାର ହୋଇଥାଏ ଏହି ସବୁ ମାଧ୍ୟମ:
ଏହାକୁ ହାଇଡ୍ରୋପୋନିକ ଉପାୟରେ ଚାଷ କରାଯାଇପାରିବ । ଏହା ଅନ୍ୟ ଉଦ୍ଭିଦ ଭଳି ପାଣିରେ ଥିବା ପୋଷକ ତତ୍ତ୍ୱର ଆବଶ୍ୟକ କରିଥାଏ । ଏଥିରେ ଫୁଲ ଆସିନଥାଏ ଫଳରେ ଅଧିକ ପୋଷକ ତତ୍ତ୍ୱର ଆବଶ୍ୟକତା ନଥାଏ ଏବଂ ସହଜରେ ଏହାର ପାଣିରେ ବଢ଼ିପାରେ ।
ରହିଛି ଏହି ସବୁ ପୋଷକ ତତ୍ତ୍ୱ:
ପୁଦିନା ଖାଇବା ସ୍ୱାସ୍ଥ୍ୟପାଇଁ ବେଶ୍ ଲାଭଦାୟକ ହୋଇଥାଏ । ୧/୩ ପୁଦିନାରେ ଏକ ଗ୍ରାମ ଫାଇବର, ୧୨ % ଭିଟାମିନ୍, ୯% ଆଇରନ, ୮% ମାଙ୍ଗାନିଜ୍ ଏବଂ ୪ % ଫୋଲେଟ ରହିଛି । ତେଣୁ ଏହାକୁ ଆପଣଙ୍କୁ ଡାଏଟରେ ନିଶ୍ଚୟ ସାମିଲ କରନ୍ତୁ ।
ଏହି ସବୁ ପରିସ୍ଥିତିରେ ବଢ଼ିଥାଏ ପୁଦିନା
– ଦିନକୁ ୧୪-୧୬ ଘଣ୍ଟାରେ ସୂର୍ଯ୍ୟାଲୋକ ଆବଶ୍ୟକ
– ଜଲଦୀ ବଢ଼ିବା ପାଇଁ ନୀଳ ସ୍ପେକ୍ଟ୍ରମ ଲାଇଟର ବ୍ୟବସ୍ଥା କରିପାରିବେ
– ଦିନରେ ୬୫-୭୦ଂଫାରେନାଇଟ ଏବଂ ରାତିରେ ୫୦-୫୫ଂ ଫାରେନାଇଟ ତାପମାତ୍ରା ବଜାୟ ରଖନ୍ତୁ
– ପାଣିର ପିଏଚ ଲେଭଲ ୬.୦ ରୁ ୭.୦ ମଧ୍ୟରେ ରହିବା ଆବଶ୍ୟକ ଏବଂ ଇସି ୨.୨ ରୁ ୨.୬ ମଧ୍ୟରେ ରହିବା ଆବଶ୍ୟକ ।
– ପୁଦିନାର ଚେରକୁ କେବେବି ଶୁଖିବାକୁ ଦିଅନ୍ତୁ ନାହିଁ ସବୁବେଳେ ଏହାକୁ ପାଣିରେ ଭିଜାଇ ରଖନ୍ତୁ ।

Comments are closed, but trackbacks and pingbacks are open.