ଚିଲିକା ବିଧାୟକ ଙ୍କ ଗାଡ଼ି ମଡ଼ାଇଦେବା ଘଟଣା , ଦୃଢ କାର୍ଯ୍ୟାନୁଷ୍ଠନ ନିଆଯାଉ : ସମ୍ବିତ ପାତ୍ର

22

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ଗାଡ଼ି ମଡ଼ାଇଦେବା ଘଟଣା I ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ ବିଧାୟକଙ୍କ ଗାଡ଼ି ମଡ଼ାଇବା ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି । ଜଣେ ନିର୍ବାଚିତ ପ୍ରତିନିଧିଙ୍କ ଏଭଳି କାରନାମା ଦୁଃଖଦ ବୋଲି ସେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।ଏହି ଘଟଣାକୁ ମୁଁ କଡ଼ା ନିନ୍ଦା କରୁଛି Iତାହା ସହ ସମ୍ବିତ କହିଛନ୍ତି ଏହି ଘଟଣା ପୂରା ଭାରତରେ ଓଡ଼ିଶାର ଛବିକୁ ଖରାପ କରିଛି । ଲୋକତନ୍ତ୍ରରେ ରାଜନୈତିକ ପ୍ରତିଦ୍ୱନ୍ଦ୍ୱିତା ଥାଏ। ବିଚାରଧାରାର ପ୍ରତିଦ୍ୱନ୍ଦ୍ୱିତା ଥାଏ । ନିର୍ବାଚନ ଲଢ଼ିଲେ ଜଣେ ଜିତିବ, ଜଣେ ହାରିବ । ଏହାର ଅର୍ଥ ନୁହେଁ ଗାଡ଼ି ଚଢ଼ାଇ ମାରିଦେବ I ଏହା ସହ ସେ କହିଛନ୍ତି ଯେ, ’୨୫ ଜଣଙ୍କୁ ଗାଡ଼ି ଚଢ଼ାଇ ଦେବା ବଡ଼ ଲଜ୍ଜାଜନକ ଘଟଣା । ଅଧିକାଂଶ ଆହତଙ୍କ ମଧ୍ୟରେ ମହିଳା ଅଛନ୍ତି । ଗଣତନ୍ତ୍ରର ହତ୍ୟା କରିବାକୁ ଏହା ଏକ ଷଡ଼ଯନ୍ତ୍ର । ଓଡ଼ିଶା ଓ ପଶ୍ଚିମବଙ୍ଗରେ ନିର୍ବାଚନ ପରେ ଏଭଳି ଘଟଣା ଘଟୁଛି । ବିଜେପି କର୍ମକର୍ତ୍ତାଙ୍କ ଉପରେ ଏଭଳି ଘଟଣା ନିନ୍ଦନୀୟ । ପ୍ରଶାନ୍ତ ଜଗଦେବଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠନ ନିଅନ୍ତୁ ସରାକର ସମ୍ବିତ ପIତ୍ର ଦାବି କରିଛନ୍ତି ।

ଖୋର୍ଦ୍ଧା ବାଣପୁର ଯିବାକୁ ଓଡିଶାରେ ଆସି ପହଂଚିଛନ୍ତି ବିଜେପି ରାଷ୍ଟ୍ରିୟ ମୁଖପାତ୍ର ସମ୍ବିତ୍ ପାତ୍ର । ଭୁବନେଶ୍ୱରରେ ପହଂଚିବା ପରେ ଚିଲିକା ବିଧାୟକ ଗାଡି ମଡାଇଦେବା ଘଟଣାକୁ ସେ ଦୃଢ ନିନ୍ଦା କରିଛନ୍ତି ।ଏହା ସହ ବିଧାୟକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି । ଏହା ପରେ ଏମ୍ସରେ ଚିକିତ୍ସିତ ହେଉଥିବା ବିଜେପି କର୍ମୀଙ୍କୁ ଭେଟିବାକୁ ଯାଇଛନ୍ତି । ଆହତ ବିଜପେି କର୍ମୀଙ୍କୁ ଭେଟି ଘଟଣା ସଂପର୍କରେ ସେ ଆଲୋଚନା କରିବେ ।
ସେ କହିଛନ୍ତି ପୂର୍ବରୁ ଦଳିତ ଯୁବକଙ୍କୁ ମାଡ଼ ମାରିବା ସହ ବୌଦ୍ଧରେ ବିଜେପି କର୍ମୀଙ୍କୁ ବି ଆକ୍ରମଣ କରିଥିଲେ ବିଧାୟକ ଜଗଦ୍ଦେବ। ଏହାସତ୍ତ୍ୱେ ଦଳ କାହିଁକି ତାଙ୍କୁ ବହିଷ୍କାର କରୁନି ବୋଲି ପ୍ରଶ୍ନ କଲେ ସମ୍ବିତ ପାତ୍ର । ବିଧାୟକଙ୍କୁ ଦଳରୁ ନିଲମ୍ବନ କେବଳ ଏକ ନାଟକ ଥିଲା । ନିଲମ୍ବନ ପରେ ବି ସେ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଉଥିଲେ । ଏପରିକି ଦଳର ମିଶ୍ରଣ କାର୍ଯ୍ୟାକ୍ରମରେ ସେ ଯୋଗଦେଉଥିଲେ ବୋଲି କହିଛନ୍ତି ସମ୍ବିତ ପାତ୍ର। ଏପରି ବାହୁବଳୀ ବିଧାୟକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କଲେ ସମ୍ବିତ ।
ଏହା ପରେ ବାଣପୁର ଗସ୍ତ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ଗତକାଲି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ କାର୍ଯ୍ୟାଳୟ ନିକଟରେ ଲୋକଙ୍କ ଭିଡ ଉପରେ ଗାଡି ଚଢ଼ାଇ ଦେଇଥିଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ଏଥିରେ ୧୫ ବିଜେପି କର୍ମୀ ଓ ଆଇଆଇସିଙ୍କ ସମେତ ୯ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ମାମଲାକୁ ଗମ୍ଭୀରତାର ସହ ନେଇ ପୁଲିସ ଏଫଆଇଆର ରୁଜୁ କରି ବିଧାୟଙ୍କୁ ନିଜ କବଜାକୁ ନେଇଛି । ଆହତ ହୋଇଥିବା ପ୍ରଶାନ୍ତ ଜଗଦେବ ସୁସ୍ଥ ହେବା ପରେ ତାଙ୍କୁ ଗିରଫ କରାଯିବ ବୋଲି କେନ୍ଦ୍ରାଂଚଳ ଆଇଜି ସୂଚନା ଦେଇଛନ୍ତି ।

Comments are closed, but trackbacks and pingbacks are open.