ଚିଲିକା ବିଧାୟକଙ୍କ ଗାଡି ଚାପା ରେ ଜଣେ ମୃତ

32

ଚିଲିକା ବିଧାୟକଙ୍କ ଗାଡି ଚାପା ରେ ଜଣେ ମୃତ I ନିଜର ଅଶୋଭନୀୟ ଆଚରଣ ପାଇଁ କୁଖ୍ୟାତି ଅର୍ଜନ କରିଥିବା ବିଜେଡି ର ବାଲୁଗାଁ ବିଧାୟକ ପ୍ରଶାନ୍ତ ଜଗଦେବ ଙ୍କ ଗାଡି ଚାପରେ ଜଣେ ବ୍ୟକ୍ତି ଙ୍କ ର ମୃତ୍ୟୁ ଘଟିଛି I ତେବେ ଯାହା ଜଣ ପଡିଛି ବାଣପୁର ବ୍ଲକ ଅଧ୍ୟକ୍ଷ ନିର୍ବାଚନ ସମୟରେ,ବିଧାୟକ ପ୍ରଶାନ୍ତ ଜଗଦେବ ମଦ ପିଇ ଉତ୍ୟକ୍ତ ଅବସ୍ଥାରେ ଲୋକ ଗହଳି ଭିତରକୁ ନିଜେ ଜୋର ଜବରଦସ୍ତି ଗାଡି ନେଇଯାଇଥିଲେ I ଫଳରେ ଏଥିରେ ବାଣପୁର ଆଇଆଇସି ଙ୍କ ସମେତ ୫ ପୋଲିସ କର୍ମଚାରୀ ଆହତ ହେବା ସାଙ୍ଗକୁ , ୧୦ ଜଣ ସାଧାରଣ ଲୋକେ ଆହତ ହୋଇଥିଲେ । ସମସ୍ତ ଗୁରୁତର ଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଥିଲା I ତେବେ ଆହତ ହୋଇଥିବା ଜଣେ ମହିଳାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି I ଏବଂ ଅନ୍ୟ ଗୁରୁତର ମାନେ ବିଜେପି ସମର୍ଥକ ବୋଲି ଜଣIପଡିଛି I
ଏହି ଘଟଣା ପରେ ସ୍ଥାନୀୟ ଲୋକେ ଉତ୍ୟକ୍ତ ହୋଇ ବିଧାୟକଙ୍କୁ ଗାଡ଼ିରୁ ଘୋଷାରି ଆଣି ଠେଙ୍ଗାରେ ନିର୍ଘାତ ପାହାର ଦେଇ ଥିଲେ ,ଏହା ସହିତ ଲୋକମାନେ ବିଧାୟକଙ୍କ ଗାଡ଼ିକୁ ଭଙ୍ଗାରୁଜା କରିବା ସହ ତାଙ୍କ ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ। ଫଳରେ ଘଟଣାସ୍ଥଳ ରେ ପୋଲିସ ପହଂଚି ଲୋକଙ୍କ ଆକ୍ରମଣ ରୁ ବିଧାୟକଙ୍କୁ ଉଦ୍ଧାର କରି ଲହୁଲୁହାଣ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ କୌଣସି ବିଶୃଙ୍ଖଳା ପରିସ୍ଥିତି ନ ଘଟିବା ପାଇଁ ବାଣପୁର ବ୍ଲକ କାର୍ଯ୍ୟାଳୟ ନିକଟରେ ପୁଲିସ ମୁତୟନ କରାଯାଇଛି। ଏବେ ବି ସେଠାରେ ଉତ୍ତେଜନା ଲାଗି ରହିଛି।

ଏହିଘଟଣାକୁ ନେଇ ବିଜେପିର ବରିଷ୍ଠ ନେତା ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ଜଣେ ଜନପ୍ରତିନିଧି ଏଭଳି ନୃଂଶସ କାମ କରିବ ତାହା କଳ୍ପନାର ବାହାରେ । ଯେଉଁ ଅଘଟଣ ଘଟିଛି ତାହାକୁ ଦୃଷ୍ଟିରେ ରଖି ତୁରନ୍ତ ପ୍ରଶାନ୍ତ ଜଗଦ୍ଦେବଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି କହିଛନ୍ତି । ଏଭଳି ଲୋକ ସାଧାରଣ ଜନଜୀବଦନରେ ଚଳିବାକୁ ଅଯୋଗ୍ୟ । ତାଙ୍କୁ ତୁରନ୍ତ ଜେଲର ଚାରିକାନ୍ଥ ମଧ୍ୟକୁ ପଠାଯାଉ ।ଏହି ନିନ୍ଦନୀୟ ଘଟଣା ଉପରେ ସରକାର ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ଦରକାର। ଓଡ଼ିଶାରେ ଏଭଳି ଘଟଣା ପୂର୍ବରୁ କେବେ ଦେଖିବାକୁ ମିଳିନଥିଲା । ଏଭଳି ଜଣେ ଅମଣିଷ, ଅଯୋଗ୍ୟ ମଣିଷ ଉପରେ କଡା କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ରହିଛି ।ପୂର୍ବରୁ ପ୍ରଶାନ୍ତଙ୍କ ଏଭଳି ଗୁଣ୍ଡାଗର୍ଦ୍ଦି ପାଇଁ ବିଜେଡି ତାଙ୍କୁ ଦଳରୁ ନିଲମ୍ବିତ କରିଥିଲା । ଏପରିକି ପ୍ରଶାନ୍ତ ଜେଲ ମଧ୍ୟ ଯାଇଥିଲେ । କିନ୍ତୁ ତାଙ୍କ ପ୍ରକୃତିରେ କୌଣସି ସୁଧାର ନ ହେବI ସହିତ ପୁଣି ଥରେ ସେହି ଘଟଣାର ପୁନରାବୃତି ଘଟିଛି I

Comments are closed, but trackbacks and pingbacks are open.