ଆତ ଚାଷ

51

ଏହାକୁ ସୀତାଫଳ ବା ନେଉଆ ମଧ୍ୟ କୁହାଯାଏ । ଶୁଷ୍କାଞ୍ଚଳରେ ଚାଷ ହୋଇପାରୁଥିବା ଏହା ଅନ୍ୟ ଏକ ଫଳ । ଭାରତର ଅଧିକାଂଶ ଅଞ୍ଚଳରେ ଏହା ଚାଷ କରାଯାଏ । ଏହାର ମରୁଡ଼ି ସହନଶୀଳ କ୍ଷମତା ରହିଛି । ଏହି ଗଛକୁ ଗାଈଗୋରୁ ଖାଉ ନଥିବାରୁ ଜଗିବା ଦରକାର ପଡ଼େନାହିଁ । ଏହି ଗଛର ଜନ୍ମ ଆମେରିକାରେ ହୋଇଥିବାର ଜଣାଯାଏ । ଅବ୍ୟ ଅଜନ୍ତାର ଚିତ୍ରକଳା ଓ ମଥୁରାରେ ଥିବା ପଥର ଖୋଦେଇରେ ଏହି ଫଳର ଚିହ୍ନ ଦେଖାଯାଏ ।
ଫଳ ଭିତରେ ମଞ୍ଜି ଓ ଶସ ରହିଥାଏ । ଶସ ଖାଇବାକୁ ବେଶ୍ ସ୍ୱାଦୁକର । ଶସରେ ଶତକଡ଼ା ୭୩.୨ ଭାଗ ଜଳୀୟ ଅଂଶ, ୧୪.୫ ଭାଗ ଗ୍ଲୁକୋଜ୍‌, ୦.୮ ଭାଗ ପୁଷ୍ଟିସାର ଓ ୧.୭ ଭାଗ ସାକାରୋଜ ରହିଥାଏ । ପ୍ରତି ୧୦୦ ଗ୍ରାମ ଶସରେ ୫୦ ମିଲିଗ୍ରାମ ଆସକରବିକ ଏସିଡ୍ ଥିବାର ଜଣାଯାଇ
ଶୁଷ୍କ ଜଳବାୟୁରେ ଏହା ଭଲ ହୋଇଥାଏ । କିନ୍ତୁ ଅତ୍ୟଧିକ ଥଣ୍ଡା ପଡ଼ିଲେ ଫଳ ପାଚିବାରେ ବିଳମ୍ବ ହୁଏ । ଫୁଲ ଆସିବା ମାତ୍ରେ ଉତ୍ତପ୍ତ ପବନ ବହିଲେ ଅମଳ କମିଯାଏ । ନିଗିଡ଼ା ଜମିରେ ଏହି ଗଛ ଲଗାଇବା ଆବଶ୍ୟକ । ଉଭୟ ବାଲିଆ ଓ ମଟାଳ ମାଟିରେ ଏହା ଚାଷ କରାଯାଇପାରିବ । ଚେର ବେଲି ଗଭୀରକୁ ଯାଇ ନ ଥାଏ । ପାହାଡ଼ିଆ ମାଟିରେ ମଧ୍ୟ ଏହି ଗଛ ଭଲ ବଢ଼ିଥାଏ ।
ଅଧିକ ଅମଳ ପାଇବା ପାଇଁ ମାମଥି, ବୁଲକସ ହାର୍ଟ, ନାଲି ସୀତାଫଳ ଆଦି କିସମ ଚାଷ କରିବା ଉଚିତ । ବିଭିନ୍ନ ଭାବରେ ଆତ ଲଗାଯାଇ ପାରିବ । ମଞ୍ଜି ପୋତିଦେଲେ ଗଛ ହୋଇଥଶଏ । ଏହାଛଡ଼ଶ କଲମୀ ଦ୍ୱାରା ମଧ୍ୟ ବଂଶବିସ୍ତାର କରାହୁଏ । ଜୁନ୍‌-ଜୁଲାଇ ମାସରେ ଆତ ଗଛ ଲଗାଯାଏ ।
ଧାଡ଼ିକୁ ଧାଡ଼ି ୫ ମିଟର ଓ ଗଛକୁ ଗଚ ୫ ମିଟର ଦୂରତାରେ ଗଛ ଲଗାଯାଏ । ଏହି ହିସାବରେ ଏକର ପ୍ରତି ପ୍ରାୟ ୧୬୦ଟି ଗଛ ରହିପାରିବ । କେତେକ ଲୋକ ବାଡ଼ ହିସାବରେ ଆତ ଲଗାଇବାକୁ ପସନ୍ଦ କରନ୍ତି । ଏହଦ୍ୱାରା ଗାଈଗୋରୁଙ୍କ କବଳରୁ ବଗିଚାକୁ ରକ୍ଷା କରାଯିବା ସହିତ କିଛି ଅମଳ ମଧ୍ୟ ମିଳିଥାଏ । ବାଡ଼ରେ ଲଗାଇବା ପାଇଁ ଗୋଟିଏ ଗଛରୁ ଅନ୍ୟ ଗଛର ଦୂରତା ୧ ମିଟର ହେବା ଉଚିତ । ବର୍ଗାକାର ବିଶିଷ୍ଟ ୧ ଏକର ଜମିରେ ବାଡ଼ କଲେ ପ୍ରାୟ ୨୫୦ଟି ଗଛ ଲାଗି ପାରିବ ।
ଆତ ଲଗାଇବା ପୂର୍ବରୁ ଗାତ ଖୋଳିବାକୁ ହେବ । ଗାତର ଲମ୍ବ, ଓସାର ଓ ଗଭୀରତାହ ୫୦ ସେଣ୍ଟିମିଟର ହୋଇଥିବା ଆବଶ୍ୟକ । ଏହି ଗାତରେ ଏକ ଝୁଡ଼ି ଖତ ଓ ୫୦୦ ଗ୍ରାମ ଷ୍ଟେରାମିଲ ପକାଇ ଗଛ ଲଗାଇବା ଉଚିତ । ପ୍ରତି ବର୍ଷ ଗଛ ପିଛା ୨୫୦ ଗ୍ରାମ ଯବକ୍ଷାର, ୧୨୫ ଗ୍ରାମ ଫସଫରସ ଓ ୧୨୫ ଗ୍ରାମ ପଟାସ ପ୍ରୟୋଗ କରିବାକୁ ହୁଏ । ଏଥିପାଇଁ ୫୫୦ ଗ୍ରାମ ୟୁରିଆ, ୭୮୦ ଗ୍ରାମ ସିଙ୍ଗଲ ସୁପର ଫସଫେଟ୍ ଓ ୨୧୦ ଗ୍ରାମ ମ୍ୟୁରେଟ୍ ଅଫ ପଟାସ ଆବଶ୍ୟକ ହେବ । ଏହା ବଦଳରେ ୮୩୦ ଗ୍ରାମ ଶ୍ୟାମଳା ଏବଂ ୨୭୫ ଗ୍ରାମ ୟୁରିଆ ପ୍ରୟୋଗ କରାଯାଇ ପାରିବ । ଏହା ନ ମିଳିଲେ ୪୮୦ ଗ୍ରାମ ଏନ୍‌ପିକେ (୧୦-୨୬-୨୬) ସହି ୪୪୫ ଗ୍ରାମ ୟୁରିଆ ମିଶାଇ ପ୍ରୟୋଗ କରାଯିବ । ଏହି ସାରକୁ ଦୁଇ ଭାଗ କରି ଥରେ ବର୍ଷାଋତୁ ଆରମ୍ଭରେ ଓ ଆଉଥରେ ବର୍ଷାଋତୁ ଶେଷରେ ବ୍ୟବହାର କରିବାକୁ ପଡ଼ିବ ।
ଏହି ଗଛରେ ଦହିଆ ପୋକ ଲାଗିବାର ଦେଖାଯାଏ । ଏମାନଙ୍କୁ ଦମନ କରିବା ପାଇଁ ପ୍ରତି ଲିଟର ପାଣିରେ ୨ ମିଲିଲିଟର ମାଲାଥିଅନ ବା ପ୍ରୋଫେନୋଫସ ମିଶାଇ ସ୍ପ୍ରେ କରିବାକୁ ପଡ଼ିବ ।
ଗଛ ଲଗାଇବର ୩-୪ ବର୍ଷ ପରେ ଫଳ ଆସେ । ପ୍ରାୟ ୭-୮ ବର୍ଷ ବେଳକୁ ଅଧିକ ଫଳ ଆସିବା ଆରମ୍ଭ ହୁଏ । ଗୋଟିଏ ଗଛରୁ ହାରାହାରି ୧୦୦-୧୫୦ଟି ଫଳ ମିଳିଥାଏ ।


Comments are closed, but trackbacks and pingbacks are open.