ପୌର ନିର୍ବାଚନରେ ନାମାଙ୍କନ ପତ୍ର ଦାଖଲ କଲେ କିନ୍ନର ତନୁଶ୍ରୀ, କଟକ ମେୟର ପ୍ରାର୍ଥୀ ଗିରିବାଳା ଓ ଶ୍ରୀତମ ଙ୍କ ନାମାଙ୍କନ ପତ୍ର ଦାଖଲ

238

କଟକ ମହାନଗର ନିଗମ ର୍ନିବାଚନ ପାଇଁ ଗତ କାଲି କଂଗ୍ରେସ ଓ ବିଜେପି ଦଳ ର ମେୟର ପ୍ରାର୍ଥୀ ଗିରିବାଳା ବେହେରା ଓ ଶ୍ରୀତମ ଦାସ ନିଜ ନିଜ ସମର୍ଥକ ଙ୍କ ଗହଣ ରେ ଆସି ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି I ଏହା ସହିତ ପ୍ରଥମ ଥର ପାଇଁ ଜଣେ କିନ୍ନର ତନୁଶ୍ରୀ ବହୁ ସଂଖ୍ଯକ କିନ୍ନରଙ୍କ ସହ ଶୋଭାଯାତ୍ରାରେ ଆସି ସ୍ୱାଧୀନ ପ୍ରାର୍ଥୀ ଭାବେ ୩୮ ନମ୍ବର ୱାର୍ଡର କର୍ପୋରେଟର ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରି ର୍ନିବାଚନ ରଣାଙ୍ଗନକୁ ଓହ୍ଲାଇଛନ୍ତି। ତେବେ ପୂର୍ବ ୪ଦିନ ଖାଁ ଖାଁ ରହୁଥିବା ସିଏମସି କାର୍ଯ୍ଯାଳୟର ଆଖ ପାଖ ଅଞ୍ଚଳ ଗତ କାଲି ଲୋକାରଣ୍ଯରେ ପରିଣତ ହୋଇ ଯାଇଥିଲା। ପ୍ରାଥି ପତ୍ର ଦାଖଲ ସମୟରେ ଉଭୟ ଦଳୀୟ ଓ ସ୍ୱାଧୀନ ପ୍ରାର୍ଥୀଙ୍କ ଶୋଭା ଯାତ୍ରା ଏବଂ ବାଜା ରୋଷଣୀ ସହିତ ସେମାନଙ୍କ ନାରାବାଜି ପୁରା ଅଞ୍ଚଳକୁ ପ୍ରକମ୍ପିତ କରିଥିଲା। ସକାଳ ୧୧ ଟା ରୁ ନାମାଙ୍କନ ପତ୍ର ଦାଖଲ କରିବା ପାଇଁ ସମୟ ର୍ନିଘଣ୍ଟ ହୋଇଥିବା ବେଳେ ସିଏମସି କାର୍ଯ୍ଯଳୟ ପରିସରରେ ସକାଳ ୧୦ରୁ ପ୍ରାଥି ମାନଙ୍କ ଭିଡ଼ ପରିଲକ୍ଷିତ ହୋଇ ଥିଲା। ଆଜି ବହୁ ସଂଖ୍ଯକ କର୍ପୋରେଟର ପ୍ରାଥି ବିଭିନ୍ନ ୱାର୍ଡ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ୩୮ ନମ୍ବର ୱାର୍ଡ ରୁ ପ୍ରାଥି ପତ୍ର ଦାଖଲ କରିଛନ୍ତି ତନୁଶ୍ରୀ କିନ୍ନର। ଶତାଧିକ କିନ୍ନରଙ୍କ ଗହଣରେ ଶୋଭା ଯାତ୍ରା କରି ତନୁ ନିଜ ନାମାଙ୍କନ କରିଛନ୍ତି।

Comments are closed, but trackbacks and pingbacks are open.