ଶ୍ରୀନଗର ଲାଲଚୌକରେ ଗ୍ରେନେଡ ମାଡ଼ : ୨୦ ଯବାନ ଆହତ,ଜଣେ ସାଧାରଣ ନାଗରିକ ମୃତ
ଜମ୍ମୁ କଶ୍ମୀର ରାଜଧାନୀ ଶ୍ରୀନଗରର ଲାଲ ଚୌକ ଅଂଚଳରେ ହୋଇଛି ରାକେଟ ମାଡ଼ ଇ ୨୦ ଜଣ ଯବାନ ଆହତ ହେବା ସହିତ ଜଣେ ସାଧାରଣ ନାଗରିକଙ୍କର ମୃତ୍ୟୁ ଘଟିଛି I ଅଚାନକ ହୋଇଥିବା ବିସ୍ଫୋରଣରେ ଚାରିଆଡେ ଚାଞ୍ଚଲ୍ୟ ଖେଳି ଯାଇଛି। ତେବେ ଏହି ଗ୍ରେନେଡ଼ ଆକ୍ରମଣ ର ସଠିକ କାରଣ ଜଣାପଡି ନଥିଲେ ମଧ୍ୟ ଏହା ଆତଙ୍କ ବାଦୀଙ୍କ ହମଲା ବୋଲି ଅନୁମାନ କରାଯାଉଛି I
ସୂଚନା ଅନୁସାରେ ଆଜି ଅପରାହ୍ନ ୪ ଟା ୨୦ ରେ ପୋଲିସ ଏବଂ ସୁରକ୍ଷାକର୍ମୀଙ୍କ ଉପରେ ଗ୍ରେନେଡ ଆକ୍ରମଣ କରାଯାଇଥିଲା I ସୂଚନା ପାଇବାମାତ୍ରେ ସୁରକ୍ଷାବଳ ଘଟଣାସ୍ଥଳରେ ପହଞ୍ଚି ପୂରା ଇଲାକାକୁ ଘେରାବନ୍ଦୀ କରିଛନ୍ତି। ଆତଙ୍କବାଦୀଙ୍କୁ ଧରିବା ପାଇଁ ବଡ ଧରଣର ସର୍ଚ୍ଚ ଅପରେସନ ଜାରି ରହିଛି। ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏଥିରୁ ଜଣେ ମହିଳାଙ୍କ ଅବସ୍ଥା ଗୁରୁତର ଥିବା ଜଣା ପଡିଛି। ଏହି ଆକ୍ରମଣ ଅମିରାକଦଲ ଅଞ୍ଚଳରେ ଘଟିଛି। ଏହି ସମୟରେ ସେଠାରେ ସିଆରପିଏଫ ଯବାନ ମୁତୟନ ଥିଲେ। ଆଇଜି ବିଜୟ କୁମାର ରବିବାର ଏହାର ସୂଚନା ଦେଇଛନ୍ତି।
Comments are closed, but trackbacks and pingbacks are open.