ସାହରନ ପୁର -ଦିଲ୍ଲୀ ପାସେଞ୍ଜର ଟ୍ରେନରେ ଭୟଙ୍କର ଅଗ୍ନିକାଣ୍ଡ

22

ଉତ୍ତରପ୍ରଦେଶର ସାହାରନପୁରରୁ ଦିଲ୍ଲୀ ଯାଉଥିବା ଏକ ପାସେଞ୍ଜର ଟ୍ରେନରେ ମିରଟ ଷ୍ଟେସନ ଠାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି I ଟ୍ରେନ ର ବ୍ରେକ ରେ କୌଣସି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି Iଅଗ୍ନିକାଣ୍ଡରେ ଟ୍ରେନର ଇଞ୍ଜିନ ଏବଂ ବଗି ପୋଡିଜଳି ପାଉଁଶ ହୋଇଯାଇଛି । ତେବେ ଏଥିରେ କୌଣସି ମୃତାହତର ସୂଚନା ମିଳିନାହିଁ । ତେବେ ଟ୍ରେନରେ ନିଆଁ ଲାଗିବା ପରେ କୋଚକୁ ସର୍ବପ୍ରଥମେ ଅଲଗା କରାଯାଇଥିଲା । ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ ଟ୍ରେନ୍ ଦୌରାଲା ଷ୍ଟେସନରେ ପହଞ୍ଚିବା ମାତ୍ରେ ଏହାର ଇଞ୍ଜିନ ତଳୁ ନିଆଁ ବାହାରୁଥିବା ଦେଖିବାକୁ ମିଳିଥିଲା । ଇଞ୍ଜିନ ନିକଟରେ ଥିବା କୋଚରେ ଥିବା ଯାତ୍ରୀମାନେ ଯେତେବେଳେ ପାଦ ତଳେ ଧୂଆଁ ଏବଂ ସ୍ପାର୍କ ବାହାରୁଥିବାର ଦେଖିଲେ, ସେମାନେ ଶବ୍ଦ ଶୁଣି ପ୍ଲାଟଫର୍ମରେ ଦୌଡ଼ିଥିଲେ । ପରେ ଅନ୍ୟ ଯାତ୍ରୀ ଏବଂ ଡ୍ରାଇଭରଙ୍କୁ ସତର୍କ କରାଯାଇଥିଲା ।ଏହି ସମୟରେ ସେଠାରେ ଉପସ୍ଥିତ ଥିବା ଯାତ୍ରୀମାନେ କୋଚକୁ ଅଲଗା କରିବାକୁ ଟ୍ରେନକୁ ଧକ୍କା ଦେଉଥିବା ନଜର ଆସିଛନ୍ତି ।

Comments are closed, but trackbacks and pingbacks are open.