ଓଡିଶା ର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ର ଆଜି ୧୦୬ତମ ପୁଣ୍ୟତୀଥି

27

ଓଡ଼ିଶାର ମହାନ ଜନ ନାୟକ ବିଜୁ ପଟ୍ଟନାୟକ ଙ୍କ ର ଆଜି ୧୦୬ତମ ପୁଣ୍ୟତୀଥି । ୧୯୧୬ ମାର୍ଚ୍ଚ ୫ରେ କଟକସ୍ଥିତ ତୁଳସୀପୁରର ଆନନ୍ଦ ଭବନରେ ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ ଓ ଆଶାଲତା ଦେବୀଙ୍କର କୋଳ ମଣ୍ଡନ କରି ଜନ୍ମ ନେଇଥିଲେ ଓଡ଼ିଶାର ଏହି ମହାନ ବରପୁତ୍ର ବିଜୟାନନ୍ଦ ପଟ୍ଟନାୟକ। ପରେ ରାଜନୀତି କ୍ଷେତ୍ରରେ ସେ ବିଜୁ ପଟନାୟକ ନାମରେ ପରିଚିତ ହୋଇଥିଲେ I ତାଙ୍କର ଏହି ପୂଣ୍ୟତିଥୀକୁ ସରକାରୀ ସ୍ତରରେ ପଞ୍ଚାୟତିରାଜ ଦିବସ ଭାବରେ ପାଳନ କରାଯାଇଥାଏ I ଏହିଦିନ ସମସ୍ତ ସରକାରୀ ଦପ୍ତର କୁ ଛୁଟି ଘୋଷଣା କରାଯାଇଥାଏ I ବିଜୁବାବୁ ଥିଲେ ଓଡ଼ିଶା ସଫଳ ବିକାଶ ଯାତ୍ରାର ମହାନାୟକ । ତାଙ୍କରି ନୀତି ଓ ଆଦର୍ଶକୁ ଆଧାର କରି ବିଜୁ ଜନତାଦଳ ଓଡ଼ିଶାର ଅବିରତ ବିକାଶ ଯାତ୍ରା ଜାରି ରଖିଛି । ଦାରିଦ୍ର୍ୟ ଦୂରୀକରଣ, ସାମାଜିକ ସୁରକ୍ଷା, ଖାଦ୍ୟ ନିରାପତ୍ତା, ମହିଳା, ଯୁବକ ଓ କୃଷକଙ୍କ ସଶକ୍ତିକରଣ, ଭିତ୍ତିଭୂମି ଉନ୍ନୟନ ତଥା ବିଭିନ୍ନ ବର୍ଗର ଲୋକଙ୍କ କଲ୍ୟାଣ ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯାଉଛି । ତେବେ ଚଳିତ ବର୍ଷ ପଂଚାୟତ ନିର୍ବାଚନ ରେ ବିଜେଡି ଦଳ ଅଦ୍ଭୁତ ପୁତ୍ର ସଫଳତା ପାଇଥିଲେ ମଧ୍ୟ ଏଥର ପ୍ରତି ନିର୍ବାଚନ ମଣ୍ଡଳୀରେ ବିଜୁ ବାବୁଙ୍କ ଜୟନ୍ତୀଙ୍କୁ ନିରାଡମ୍ବର ଭାବେ ପାଳନ କରାଯିବ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁସାରେ ପ୍ରତି ନିର୍ବାଚନ ମଣ୍ଡଳୀରେ ସାଧାରଣ ସଭା ଆୟୋଜନ କରାଯିବ । ବିଜୁ ବାବୁଙ୍କ ନୀତି ଓ ଆଦର୍ଶରେ ପରିଚାଳିତ ବିଜେଡିର ସଫଳ ଯାତ୍ରା ସମ୍ପର୍କରେ ଆଲୋଚନା କରାଯିବ । ପ୍ରଶାସନକୁ ସ୍ୱଚ୍ଛ କରିବାକୁ ୫ଟି ଓ ମୋ ସରକାର ଭଳି ବିକାଶମୂଳକ କାର୍ଯ୍ୟ ହାତକୁ ନେଇଛନ୍ତି ରାଜ୍ୟ ସରକାର । ଏଣୁ ବିଜୁ ବାବୁଙ୍କ ଜନ୍ମ ଦିବସରେ ଲୋକଙ୍କ ସେବାରେ ନିଜକୁ ଉତ୍ସର୍ଗ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ବାବୁଙ୍କ ଜୟନ୍ତୀ ଅବସରରେ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ବିଜୁଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ଓଡ଼ିଶା ଏବେ ବିକାଶ ପଥରେ ଅଗ୍ରସର ହେଉଛି ବୋଲି ସେ ଟ୍ବିଟ କରି କହିଛନ୍ତି।
ଲୋକଙ୍କ କଲ୍ୟାଣ ଓ ଉନ୍ନତି ପାଇଁ ବିଜୁବାବୁ ବିକାଶର ବିସ୍ତୃତ ନକ୍ସା ଆଙ୍କିଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଏହି ମହାନ ଜନନାୟକଙ୍କ ପୁଣ୍ୟ ତିଥିରେ ଲୋକସଂପର୍କ ଭବନରେ ହେବ ସ୍ୱତନ୍ତ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଏଥିରେ ରଜ୍ୟର ବହୁ ବିଶିଷ୍ଟ ବ୍ୟକ୍ତି ମାନେ ଯୋଗଦାନ କରି ବିଜୁ ବାବୁଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିବା ସହିତ ସ୍ମୃତି ଚାରଣ କରିବେ I

Comments are closed, but trackbacks and pingbacks are open.