ରୁଷ ଉପରେ ସାମାଜିକ ଗଣମାଧ୍ୟମ ଲଗାଇଲେ ପ୍ରତିବନ୍ଧକ :ଗୁଗଲ ଏବଂ ଫେସବୁକ ପରେ ଏବେ ଆପଲ

21

ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଆଜି ସପ୍ତମ ଦିନରେ ପହଞ୍ଚି ଯାଇଛି। ରୁଷର କ୍ରମାଗତ ଓ ଭୟଙ୍କର ହମଲାରେ ୟୁକ୍ରେନର ପ୍ରାୟ ଅଧିକାଂଶ ସହର ଛିନଛତ୍ର ହୋଇଗଲାଣି। ଏହି ସମୟରେ ରୁଷ ବିରୋଧରେ ଆର୍ଥିକ ଘେରାବନ୍ଦୀ ଆରମ୍ଭ ହୋଇ ଯାଇଛି। ଗୋଟିଏ ପରେ ଗୋଟିଏ ଅନେକ ଦେଶ ରୁଷ ସହିତ ଆର୍ଥିକ ଏବଂ ବ୍ୟବସାୟିକ ସଂପର୍କ ଛିନ୍ନ କରିବା ସହ କଟକଣା ମଧ୍ୟ ଲଗାଉଛନ୍ତି। ବୋଇଙ୍ଗ ରୁଷ ଏୟାରଲାଇନ୍ସ ପାଇଁ ରକ୍ଷଣାବେକ୍ଷଣ ଏବଂ ପ୍ରଯୁକ୍ତିବିଦ୍ୟା ସହାୟତା ନିଲମ୍ବିତ କରି ଦେଇଛି। ଆମେରିକା ଉର୍ଜା ଫର୍ମ ଏକ୍ସନ ମଧ୍ୟ ରୁଷ ଛାଡିବାକୁ ଘୋଷଣା କରିଛି। ଏହା ସବୁ ରୁଷ ଉପରେ କୌଣସି ବଡ ଝଟକାଠୁ କମ ନୁହେଁ।

ଫେସବୁକ ଏବଂ ଗୁଗଲ ମଧ୍ୟ ରୁଷ ଉପରେ ପଦକ୍ଷେପ ନେଇଛନ୍ତି। ଏହି ତାଲିକାରେ ବର୍ତ୍ତମାନ ଯୋଡି ହୋଇ ଯାଇଛି ଆପଲ୍‌ର ନାମ। ୟୁଏସ ଟେକ୍ ଆପଲ୍ ରୁଷରେ ଆଇଫୋନ୍ ଏବଂ ଅନ୍ୟ ଉତ୍ପାଦ ବିକ୍ରି ବନ୍ଦ କରି ଦେଇଛି। ଫୋର୍ଡ ମୋଟର ମଧ୍ୟ ରୁଷରେ ନିଜର ଉତ୍ପାଦନ ବନ୍ଦ କରି ଦେଇଛି। ଗଲ ରୁଷ ଟେଲିଭିଜନ ଆରଟି ଏବଂ ଅନ୍ୟ ରୁଷି ଚ୍ୟାନେଲର ଓ୍ଵେବସାଇଟ୍, ଆପ୍ସ ଏବଂ ୟୁଟ୍ୟୁବ୍‌ ଭିଡିଓ ଉପରେ ବିଜ୍ଞାପନ ଜରିଆରେ ଅର୍ଥ ରୋଜଗାର ଉପରେ ରୋକ୍ ଲଗାଇଛି। ଫେସବୁକ ମଧ୍ୟ ଏହି ପରି ପଦକ୍ଷେପ ନେଇ ସାରିଛି। ମାଇକ୍ରୋସୋଫ୍ଟ କହିଛି, ସେ ନିଜର ଓ୍ଵିଣ୍ଡୋଜ ଆପ୍ ଷ୍ଟୋରରୁ ଆରଟି ମୋବାଇଲ ଆପ୍‌କୁ ହଟାଇ ଦେଇଛି।

Comments are closed, but trackbacks and pingbacks are open.