ରାଜଧାନୀ ଭୁବନେଶ୍ୱରରୁ ୩୨ କେଜି ସୁନା ଜବତ

21

ଆଜି ଭୁବେନଶ୍ୱରରୁ ୧୬ କୋଟି ଟଙ୍କାର ସୁନା ଜବତ କରିଛି ଜିଆରପି । ମୁମ୍ବାଇରୁ ଭୁବନେଶ୍ୱର ଆସୁଥିବା କୋଣାର୍କ ଏକ୍ସପ୍ରେସରେ ଭୁବନେଶ୍ୱର ଜିଆରପି ଚଢ଼ାଉ କରି ଏକାଥରକେ ୩୨ କେଜି ସୁନା ଜବତ କରିଛି । ସୁନା ଜବତ କରିବା ସହ ୪ ଜଣଙ୍କୁ ଅଟକ ରଖିଛି ଜିଆରପି । ଏତେ ପରିମାଣରେ ସୁନା କାହିଁକି ଆଣୁଥିଲେ ବୋଲି ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନି । ସୂଚନା ଅନୁସାରେ, କୋଣାର୍କ ଏକ୍ସପ୍ରେସ ଜରିଆରେ ଚାରି ଜଣ ଅଭିଯୁକ୍ତ ଭୁବନେଶ୍ବରକୁ ୪ଟି ବ୍ୟାଗରେ ସୁନା ଭର୍ତ୍ତି କରି ଆଣୁଥିଲେ । ପ୍ରତି ବ୍ୟାଗରେ ୮ କେଜି ସୁନା ପ୍ୟାକ୍ ହୋଇଥିଲା । ସୁନାଗୁଡିକ ଜବତ କରିବା ପରେ ୪ ଅଭିଯୁକ୍ତଙ୍କୁ ଅଟକ ରଖାଯାଇଛି । ତେବେ ଗିରଫ ହୋଇଥିବା ୪ ଜଣ ମୁମ୍ବାଇ ର ଏକ ସୁନା ଦୋକାନୀର କର୍ମଚାରୀ ହୋଇଥିବା ବେଳେ ଭୁବନେଶ୍ୱରର କିଛି ଦୋକାନକୁ ସୁନା ଅଳଙ୍କାର ବିକ୍ରି ଉଦ୍ଦେଶ୍ୟରେ ଆଣୁଥିବା କହିଛନ୍ତି । ତେବେ ଏହି ଘଟଣାରେ କୌଣସି ସଠିକ ତଥ୍ୟ ପୋଲିସ ର ହସ୍ତଗତ ହୋଇପାରି ନାହିଁ I ଘଟଣାରେ ଇନକମ ଟ୍ୟାକ୍ସ ଓ ଜିଏସଟିର ଛାନଭିନ ଜାରି ରଖିଛି ।

Comments are closed, but trackbacks and pingbacks are open.