ଖାରକିଭ ସରକାରୀ ହେଡକ୍ୱାର୍ଟରରେ ରୁଷ ର ମିସାଇଲ୍ ଆକ୍ରମଣ

21

ୟୁକ୍ରେନ ସହ ଗତ ୬ଦିନ ଧରି ଲାଗିରହିଥିବା ଯୁଦ୍ଧକୁ ଏବେ ଶୀଘ୍ର ହିଁ ଶେଷ କରିବାକୁ ଚାହୁଁଛି ରୁଷିଆ । ଯୁଦ୍ଧର ଷଷ୍ଠ ଦିନରେ ୟୁକ୍ରେନ ଉପରେ ଜୋରଦାର ଆକ୍ରମଣ କରିବା ଆରମ୍ଭ କରିଦେଇଛି ରୁଷ ଆର୍ମି । ମଙ୍ଗଳବାର ସକାଳୁ ହିଁ ୟୁକ୍ରେନର ଅନ୍ୟତମ ବଡ ସହର ଖାରକିବ ଉପରେ ମିଜାଇଲ୍ ଆଟାକ୍ କରିଛି ରୁଷ । ସେପଟେ ରାଜଧାନୀ କିଭକୁ ବର୍ତମାନ ସୁଦ୍ଧା ସବୁଠାରୁ ବଡ ରୁଷୀୟ ସେନା କାରକେଡ୍ ମାଡି ଆସୁଥିବା ସୂଚନା ମିଳିଛି । ୬୪ କିଲୋମିଟର ଲମ୍ବା ସେନାର ଏହି କାରକେଡରେ ରହିଛି ତୋପ, ଟ୍ୟାଙ୍କ ମିସାଇଲ୍ ଲଞ୍ଚର ଭଳି ବ୍ୟାପକ ଅସ୍ତ୍ରଶସ୍ତ୍ର ।
ୟୁକ୍ରେନରେ ଆତଙ୍କ ଖେଳାଉଛି ରୁଷ ସେନା । ଖାରକିଭ ସରକାରୀ ହେଡକ୍ୱାର୍ଟରରେ ମିସାଇଲ୍ ଆକ୍ରମଣ । ୟୁକ୍ରେନର ଯୁଦ୍ଧ ସଙ୍କଟ ଏବେ ଅତି ଭୟଙ୍କର ହେବାରେ ଲାଗିଲାଣି । ଲଗାତାର ୟୁକ୍ରେନ ସେନା ଓ ଅଣସାମରିକ ନାଗରିକଙ୍କ ଆକ୍ରମଣରେ ଅତିସୟ ହୋଇ ଏବେ ରକ୍ତମୁଖା ହୋଇ ପଡିଛନ୍ତି ପୁଟିନ୍ ବାହିନୀ । ରାସ୍ତାଘାଟ ସମେତ ସରକାରୀ କୋଠା ଓ ସାଧାରଣ ଲୋକଙ୍କୁ ଟାର୍ଗେଟ କରିବା ଆରମ୍ଭ କରିଦେଲାଣି ରୁଷ ଆର୍ମି । ମଙ୍ଗଳବାର ସକାଳୁ ଖାରକିବର ଏକ ସରକାରୀ ହେଡକ୍ୱାର୍ଟର ଉପରେ ଆକାଶମାର୍ଗରୁ ମିଜାଇଲ ଆଟାକ୍ କରାଯାଇଛି । କେବଳ ଏତିକି ନୁହେଁ ଖାରକିଭର ରାସ୍ତା, ଘାଟ ସବୁଠି ବୋମା ବର୍ଷା ଜାରି ରହିଛି । ସେପଟେ ଭୋଲିନ, ଟରନୋପିଲ ଏବଂ ରିବେନ ଓବ୍ଲାଷ୍ଟ ଆଦି ସହରରେ ବି ରୁଷୀୟ ସେନାର ଆତଙ୍କ ଜାରି ରହିଛି । ସବୁଠି ତୁହାକୁ ତୁହା ବାଜୁଛି ଯୁଦ୍ଧର ସାଇରାନ । କାରଣ କୌଣସି ବି ମୁହୁର୍ତରେ ଆକାଶମାର୍ଗରୁ ହୋଇପାରେ ଆକ୍ରମଣ ।
ସେପଟେ ୟୁକ୍ରେନ-ରୁଷିଆ ଯୁଦ୍ଧ ପରିସ୍ଥିତିକୁ ନେଇ ୟୁରୋପୀୟ ସଂଘର ବୈଠକ ଅନୁଷ୍ଠିତ ହୋଇଯାଇଛି । ଭିଡିଓ କନଫରେନ୍ସ ଜରିଆରେ ଏହି ବୈଠକରେ ଯୋଗଦେଇଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭ୍ଲୋଦୋମିର ଜେଲେନସ୍କି । ଜେଲେନସ୍କି, ୟୁକ୍ରେନକୁ ତୁରନ୍ତ ୟୁରୋପୀୟ ସଂଘର ସଦସ୍ୟ କରିବାକୁ ଦାବି କରିଛନ୍ତି । ଜେଲେନସ୍କି ୟୁକ୍ରେନର ଆତଙ୍କିତ ପରିସ୍ଥିତିକୁ ନେଇ ବୈଠକରେ ବଖାଣିଛନ୍ତି ।
(ଆମ ଉପରେ କ୍ରୁଜ୍ ମିଜାଇଲ ଦ୍ୱାରା ଆକ୍ରମଣ କରାଯାଉଛି । ମଙ୍ଗଳବାର ରୁଷ ସୀମାକୁ ଲାଗିଥିବା ସହର ଉପରେ ମିଜାଇଲ ଆଟାକ୍ ହୋଇଛି । ଏହି ସହରବାସୀଙ୍କ ରହିଛି ରୁଷିଆ ସହ ବେଶ ଘନିଷ୍ଟ ସମ୍ପର୍କ । ତଥାପି ସେମାନେ ଏଠାରେ ଆତଙ୍କ ଖେଳାଇଛନ୍ତି । ଏହି ସହର ଯେଉଁଠି ୨୦ରୁ ଅଧିକ ୟୁନିଭର୍ସିଟି ରହିଛି । ସେଠାରେ ରହିଛି ୟୁରୋପର ସବୁଠାରୁ ବଡ ଛକ, ଯେଉଁଠି ରୁଷ ଆର୍ମି ଆକ୍ରମଣ କରିଛନ୍ତି । ଆଉ ଆଜି ସକାଳୁ ଏହିଠାରେ ୨ଟି କ୍ରୁଜ୍ ମିଜାଇଲ ଆଟାକ୍ ହୋଇଛି । ଆମେ ଲଢୁଛୁ ଆମ ମାଟି ପାଇଁ ।)
ୟୁକ୍ରେନ ପାଇଁ ପ୍ରତ୍ୟେକ ମୁହୁର୍ତ ଏବେ ଆତଙ୍କର ମୁହୁର୍ତ ହୋଇଯାଇଛି । ରାଜଧାନୀ କିଭ ଉପରେ ଆକ୍ରମଣ ପାଇଁ ସବୁଠାରୁ ବଡ ସୈନ କାରକେଡ୍ ପଠାଇଛନ୍ତି ରାଷ୍ଟ୍ରପତି ପୁଟିନ୍ । ଆଉ ରୁଷ ସେନା ବିରୋଧରେ ଲଢେଇ ଜାରି ରଖିଛି ୟୁକ୍ରେନ । କିଏ ଜାଣିବ ପରବର୍ତି ମୁହୁର୍ତ କଣ ହେବ ।
ଦ୍ଧରେ

Comments are closed, but trackbacks and pingbacks are open.