ରାଜ୍ୟରେ ଦୁଇଟି ପୃଥକ ଦୁର୍ଘଟଣା ରେ ୬ ମୃତ ୧୩ ଆହତ

156

ସୋମବାର ବିଳମ୍ବିତ ରାତିରେ ରାଜ୍ୟରେ ଦୁଇଟି ପୃଥକ ସ୍ଥାନରେ ଭୟଙ୍କର ଦୁର୍ଘଟଣା ଘଟି ୬ ଜଣଙ୍କ ମୃତ୍ୟୁ ହେବା ସହିତ ୧୩ ଜଣ ଆହତ ହୋଇଛନ୍ତି I ଅନୁଗୁଳ ନିକଟରେ ଘଟି ଯାଇଛି ମର୍ମନ୍ତୁଦ ଦୁର୍ଘଟଣା I ଅନୁଗୁଳ ଜିଲ୍ଲା ଜିଲ୍ଲା ଖମାର ଥାନା କଣ୍ଟିଆପଶି ବାଇପାସ ଛକ ନିକଟରେ ଛିଡ଼ା ହୋଇଥିବା ଏକ ଟ୍ରକ କୁ ପଛପଟୁ ଧକ୍କା ଦେଇଛି କାର୍‌ । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ୫ଜଣଙ୍କ ମୃତ୍ୟୁ ହୋଇଥିଲା । ସମସ୍ତ ମୃତକ ଖମାର ଥାନା ଅଧୀନ ଇଞ୍ଜିଡ଼ି ଗାଁରେ ବୋଲି ଜଣାଯାଇଛି।
ସୂଚନାନୁସାରେ ମୃତକ ୫ ଜଣ ପାଲଲହଡ଼ା ଭୋଟ ଗଣତି କେନ୍ଦ୍ରରୁ ବିଳମ୍ବିତ ରାତିରେ କାର୍‌ ଯୋଗେ ଗାଁକୁ ଫେରୁଥିଲେ। ତେବେ କାର ଟିର ବ୍ରେକ ଫେଲ ହେବାଯୋଗୁଁ ଭାରସାମ୍ୟ ହରାଇ ରାସ୍ତାର ବାମ ପାର୍ଶ୍ୱରେ ଛିଡ଼ା ହୋଇଥିବା ଏକ ଟ୍ରକ ର ପଛପଟୁ ଧକ୍କା ଦେଇଥିଲା I
ଦୁର୍ଘଟଣା ଖବର ଶୁଣି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି । ଏହିସହିତ ସମସ୍ତ ମୃତଦେହକୁ ଜବତ କରି ଖମାର ମେଡିକାଲକୁ ପୋଷ୍ଟ ମର୍ଟମ ନିମନ୍ତେ ପଠାଯାଇଛି ।

ସେହିପରି ଅନ୍ୟ ଏକ ସମାନ ପ୍ରକାର ଯାତ୍ରୀବାହୀ ବସ ଦୁର୍ଘଟଣାରେ ଜଣେ ଯାତ୍ରୀ ଙ୍କ ମୃତ୍ୟୁ ହେବା ସହିତ ୧୩ ଜଣ ଆହତ ହୋଇଛନ୍ତି I ସୂଚନାନୁସାରେ ସୋମବାର ବିଳମ୍ବିତ ରାତିରେ ସୋନାକ୍ସ ନାମକ ଯାତ୍ରୀବାହୀ ବସ୍‌ ଭୁବନେଶ୍ୱରରୁ କଲିକତା ଅଭିମୁଖେ ଯାଉଥିଲା I ଏହି ସମୟରେ ଓଡିଶା ଓ ପଶ୍ଚିମ ବଙ୍ଗ ସୀମା ଲକ୍ଷ୍ମଣନାଥ ଟୋଲ ପ୍ଲାଜା ନିକଟରେ ଯାତ୍ରୀବାହୀ ବସ୍‌ଟି ଭାରସାମ୍ୟ ହରାଇ ଏକ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା । ଫଳରେ ବସ୍‌ ଡ୍ରାଇଭରର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା ବେଳେ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବସ ଟି ର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ଚୁରମାର ହୋଇଯାଇଥିଲା I ତେବେ ଆହତ ଯାତ୍ରୀ ମାନଙ୍କୁ ତୁରନ୍ତ ଘଟଣାସ୍ଥଳରୁ ଘଟଣାସ୍ଥଳରୁ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାରେ ସଂପର୍କରେ ଖବର ପାଇ ସ୍ଥାନୀୟ ଦାନ୍ତୁନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବସ୍‌କୁ ଜବତ କରି ତଦନ୍ତ ଜାରି ରଖିଛି ।

Comments are closed, but trackbacks and pingbacks are open.