କୋଟିଆ ପଞ୍ଚାୟତ ନିର୍ବାଚନ ରେ ବିଜୟୀ ହେଲେ ସ୍ୱାଧୀନ ପ୍ରାର୍ଥୀ

32

ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ୨୪ ଫେବୃଆରୀ ରେ ସରି ଥିବା ବେଳେ ଆଜିଠାରୁ ୩ଦିନ ଯାଏ ଆରମ୍ଭ ହୋଇଛି ଭୋଟ ଗଣତି I ତବେ ଗାଁ ରାଜନୀତିରେ ବିଜେପି ପୋଛି ହୋଇଯାଇଛି କହିଲେ ଚାଲେ I୧ ୦ ଟି ଜିଲ୍ଲାରେ ବିଜେପି ନିଜର ଖାତା ଖୋଲିବାକୁ ସକ୍ଷମ ହୋଇ ନ ଥିବା ବେଳେ ନିର୍ବାଚନ ମୈଦାନ ରେ ଏ ଥର ପୁଣି ବିଜେଡି ର ହାୱା ବୋହିଛି I ମିଳିଥିବା ସୂଚନା ଅନୁଯାୟୀ ୨୭୯ ଜିଲ୍ଲା ପରିଷଦ ସିଟ୍ ସହ ଆଗରେ ରହିଛି ବିଜେଡି । ଅନ୍ୟପଟେ ବିଜେପି ର ଗଡ଼ କୁହ ଯାଉଥିବା ପଶ୍ଚିମ ଓଡିଶା ଏବଂ ମୟୁରଭଞ୍ଜ ରେ ବିଜେପି ଚିତପଟାଙ୍ଗ ମାରିଛି ଏବଂ ସେଠାରେ ବିଜେଡି ବାଜି ମାତ କରିଛି I
ସେହିପରି ଏଥର କୋଟିଆ ବାସୀଙ୍କ ନିର୍ଣ୍ଣୟ ରଜନୀତିକ ସମୀକ୍ଷକ ମାନଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି I ଏଠାରେ ଆନ୍ଧ୍ର ପ୍ରଦେଶ ବାରମ୍ବାର ଅନୁପ୍ରବେଶ କରି ଲୋକଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବାକୁ ପ୍ରୟାସ କରୁଥିବା ବେଳେ ଏହାକୁ ଚେକ୍ ଦେବାକୁ ସବୁଦଳ ମିଶି ଦେଇଥିଲେ ସର୍ବଦଳୀୟ ଜିଲ୍ଲା ପରିଷଦ ପ୍ରାର୍ଥୀ। ସେହି ହିସାବ ରେ ସେମାନେ ମମିତା ଜାନିଙ୍କୁ ପ୍ରାର୍ଥୀ କରିଥିଲେ। ତେବେ ସର୍ବଦଳୀୟ ପ୍ରାର୍ଥୀଙ୍କୁ ପସନ୍ଦ କରିନାହାଁନ୍ତି କୋଟିଆବାସୀ । ଆଉ ସ୍ୱାଧୀନ ପ୍ରାର୍ଥୀଙ୍କୁ ଦେଇଛନ୍ତି ଭୋଟ । ବିଜୟୀ ହୋଇଛନ୍ତି ସ୍ୱାଧୀନ ପ୍ରାର୍ଥୀ । ପଟାଙ୍ଗୀ ଜୋନ ୧ ରେ ସ୍ୱାଧୀନ ପ୍ରାର୍ଥୀ ଟିକାଇ ଗେମେଲ ୩୭୦୦ ଭୋଟ୍ ବ୍ୟବଧାନରେ ଜିତିଛନ୍ତି । ଟିକାଇ ଗେମେଲଙ୍କୁ ୧୦୩୫୪ ଭୋଟ୍ ମିଳିଥିବାବେଳେ ସର୍ବଦଳୀୟ ପ୍ରାର୍ଥୀନୀ ମମତା ଯାନୀ ପାଇଛନ୍ତି ୬୬୪୪ ଭୋଟ୍ ।

Comments are closed, but trackbacks and pingbacks are open.