ୟୁକ୍ରେନରେ ଫଶିଥିବା ଓଡ଼ିଆଙ୍କୁ ଉଦ୍ଧାର ପାଇଁ ଅମିତ ଶାହାଙ୍କ ସହ କଥା ହେଲେ ନବୀନ ପଟ୍ଟନାୟକ

19

ଗତ ଗୁରୁବାର ଠାରୁ ରୁଷ- ୟୁକ୍ରେନ ମଧ୍ୟରେ ଘମାଘୋଟ ଯୁଦ୍ଧ ଆରମ୍ଭ ହୋଇଯାଇଛି I ଯୁଦ୍ଧର କରାଳ ବିଭୀଷିକା ମଧ୍ୟରେ ସେଠାରେ ଅନ୍ୟ ଦେଶ ର ନାଗରିକ ଙ୍କ ସହିତ ଅନେକ ଓଡ଼ିଆ ମଧ୍ୟ ଫସି ରହିଛନ୍ତି I ଏସବୁ ଭିତରେ ୟୁକ୍ରେନରେ ଅନେକ ଭାରତୀୟ ମଧ୍ୟ ରହିଛନ୍ତି । ଯେଉଁମାନଙ୍କୁ ସୁରକ୍ଷିତ ସ୍ଥାନକୁ ଯିବା ସହ ଦୂତାବାସ ସହ ଯୋଗାଯୋଗରେ ରହିବାକୁ କୁହାଯାଇଛି । ୟୁକ୍ରେନରେ ଫଶି ରହିଥିବା ଭାରତୀୟଙ୍କ ମଧ୍ୟରୁ ଅନେକ ଓଡ଼ିଆ ଛାତ୍ରଛାତ୍ରୀ ଓ ଶ୍ରମିକ ରହିଛନ୍ତି । ତେଣୁ ସେମାନଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ଏହି ଆଲୋଚନା ସମୟରେ କ୍ରେନ୍ଦ ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି, ସମସ୍ତଙ୍କୁ ସୁରକ୍ଷିତ ଭାବେ ସେଠାରୁ ଫେରାଇ ଆଣିବାକୁ ଉଦ୍ୟମ କରାଯାଉଥିବା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଆଶ୍ୱାସନା ଦେଇଥିବା ସୂଚନା ମିଳିଛି। ଏହାପୂର୍ବରୁ ୟୁକ୍ରେନରେ ଫଶିଥିବା ଭାରତୀୟଙ୍କ ପାଇଁ ଆଡଭାଇଜରି ଜାରି କରିଥିଲେ ଭାରତ ସରକାର । ଏପରିକି ଏୟାର ଇଣ୍ଡିଆ ବିମାନ ପଠାଇ କିଛି ଭାରତୀୟଙ୍କୁ ଉଦ୍ଧାର ମଧ୍ୟ କରାଯାଇଥିଲା । ତେବେ ଋଷର ଘନ ଘନ ଆକ୍ରମଣ ଫଳରେ ବିମାନ ଅବତରଣ ନ କରିପାରିବାରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି ।ୟୁକ୍ରେନରେ ଫସି ରହିଥିବା ଓଡ଼ିଆଙ୍କ ମଧ୍ୟରେ ଝାରସୁଗୁ଼ଡା ଜିଲ୍ଲାର କେବଳ ୨୦ରୁ ଅଧିକ ଛାତ୍ରଛାତ୍ରୀ ଅଛନ୍ତି। ଏହାବାଦ ମୟୂରଭଂଜ, ଖୋର୍ଦ୍ଧା, କୁଚିଣ୍ଡାର ଛାତ୍ରଛାତ୍ରୀ ୟୁକ୍ରେନରେ ଫସି ରହିଥିବା ବେଳେ ସେମାନଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଗୁହାରି କରୁଛନ୍ତି ପରିବାର ଲୋକ। ଏହା ସତ୍ତ୍ୱେ ୪୨ ଜଣ ଭାରତୀୟଙ୍କୁ ଏ ପର୍ଯ୍ୟନ୍ତ ଉଦ୍ଧାର କରାଯାଇ ଥିବା କୁହାଯାଉଛି ।

Comments are closed, but trackbacks and pingbacks are open.