ହଳଦୀ ରେ କରନ୍ତୁ ଏହି ଉପାୟ , ମିଳିବ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ,ଦୂର ହେବ ଆର୍ଥିକ ସମସ୍ୟା

21

ହଳଦୀ କୁ ଆମେ ସମସ୍ତେ ରୋଷେଇ ଘରେ ମସଲା ରୂପେ ନ ହେଲେ ଆୟୁର୍ବେଦିକ ଔଷଧ ଭାବରେ ବ୍ୟବହୃତ କରିଥାଉ I କିନ୍ତୁ ଜ୍ୟୋତିଷ ଶାସ୍ତ୍ରରେ ଏହାର ଗୁରୁତ୍ତ୍ଵ ଅନେକ ରହିଛି I ହଳଦୀ ହେଉଛି ବୃହସ୍ପତିଙ୍କ ସହିତ ଜଡିତ I ଯଦିଓ ସମସ୍ତ ପୂଜାପାଠ ଏବଂ ଶୁଭ କାର୍ଯ୍ୟରେ ହଳଦୀ ବ୍ୟବହୃତ ହୁଏ, କିନ୍ତୁ ହଳଦୀ ବିନା ଭଗବାନ ବିଷ୍ଣୁଙ୍କ ପୂଜା ଅସମ୍ପୂର୍ଣ୍ଣ ଅଟେ I ଭଗବାନ ବିଷ୍ଣୁ ଏବଂ ଦେବୀ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବାରେ ହଳଦୀ ର କୌଶଳ ଅତ୍ୟନ୍ତ ପ୍ରଭାବଶାଳୀ I ଏହି ଉପାୟ କୁ ଅବଲମ୍ବନ କଲେ ଭାଗ୍ୟ ବଦଳିବ ସହିତ ଘରେ ସକାରାତ୍ମକ ପରିବେଶ ଦେଖାଦେଇଥାଏ I ଆସନ୍ତୁ ଜାଣିବା ଏହି ଉପାୟ ଗୁଡିକ ବିଷୟରେ :

ସଫଳତା ପାଇବା ପାଇଁ ପ୍ରତିକାର: ଯେତେବେଳେ ଆପଣ କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ବାହାରକୁ ଯାଆନ୍ତି,ଯିବା ପୂର୍ବରୁ ଆପଣ ଗଣେଶଙ୍କୁ ହଳଦୀ ର ଟୀକା ଲଗାନ୍ତୁ ଏବଂ ତା’ପରେ ଆପଣଙ୍କ କପାଳରେ ସେହି ହଳଦୀ ରେ ତିଳକ ମଧ୍ୟ ଲଗାନ୍ତୁ I ଯାଉଥିବା କାର୍ଯ୍ୟରେ ଆପଣ ନିଶ୍ଚିତ ଭାବରେ ସଫଳତା ପାଇବେ I ପ୍ରତ୍ୟକ ଗୁରୁବାର ଦିନ ଏହିପରି ଶୁଭ ଏବଂ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିବା ଉଚ୍ଚିତ I

ଆର୍ଥିକ ସଙ୍କଟ ଦୂର କରିବା ପାଇଁ : ହାତରେ ହଳଦୀ ଏବଂ ଅକ୍ଷତ ସହିତ ଭକି ଭାବରେ ବିଷ୍ଣୁ ସହସ୍ର ନାମ ପାଠ କରନ୍ତୁ | ଆପଣଙ୍କୁ ଭଗବାନ ବିଷ୍ଣୁ ଙ୍କ ଆଶୀର୍ବାଦ ମିଳିବ ସହିତ ଅଳ୍ପ ଦିନ ମଧ୍ୟରେଆପଣଙ୍କ ଜୀବନ ରୁ ଆର୍ଥିକ ସଙ୍କଟ ଦୂର ହେବ I

କାର୍ଯ୍ୟ ବିଗୁଡୁଥିଲେ : ଯଦି କୌଣସି ଶୁଭ କାର୍ଯ୍ୟ ବାରମ୍ବାର ବିଗୁଡୁଛି ତେବେ ଆପଣ ଗୁରୁବାର ଦିନ ଜଣେ ବ୍ରାହ୍ମଣଙ୍କୁ ବୁଟ ଡାଲି, ହଳଦୀ , ହଳଦିଆ ବସ୍ତ୍ର , ବେସନ ଲଡୁ ବା ବୁଦି ଲଡୁ ଦାନ କରନ୍ତୁ I ଏହା ସହିତ ଗୁରୁବାର ଦିନ କଦଳୀ ଗଛ ମୂଳରେ ହଳଦୀ ପାଣି ଢାଳି ଧୂପ ବୁଲାନ୍ତୁ ଇ ବିଗୁଡୁଥିବା କାମ ରେ ନିଶ୍ଚୟ ସଫଳତା ପ୍ରାପ୍ତ କରିବେ I

ଧନ ପ୍ରାପ୍ତି ପାଇଁ : ଅଧିକ ଅର୍ଥ ରୋଜଗାର କରିବାକୁ ଚାହୁଁଥିଲେ ୫ ଖଣ୍ଡ ହଳଦୀ କୁ ନେଇ ଏକ ନାଲି କପଡ଼ାରେ ବାନ୍ଧନ୍ତୁ ଏବଂ ଘରେ ଥିବା ଠାକୁର ଙ୍କୁ ଅର୍ପଣ କରି ଟଙ୍କା ବାକ୍ସରେ ରଖନ୍ତୁ I ଏହା ସହିତ ମା’ଲକ୍ଷ୍ମୀଙ୍କୁ ପ୍ରାର୍ଥନା କରନ୍ତୁ ଯେ ଆପଣଙ୍କ ସୁଖ ଏବଂ ସମୃଦ୍ଧି ଅତୁଟ ରହୁ I ପୁଣି ପର ମାସରେ ପୁନର୍ବାର ଗଣ୍ଠି ପରିବର୍ତ୍ତନ କରନ୍ତୁ I ପୁରୁଣା ହଳଦୀ ଗଣ୍ଠିକୁ ନେଇ କୌଣସି ମନ୍ଦିର ପରିସର ନିକଟରେ ପୋତି ଦିଅନ୍ତୁ I ଏହିଭଳି କିଛି ଦିନ କଲେ ଆୟ ବୃଦ୍ଧି ପାଇବ I

ଦାମ୍ପତ୍ୟ ଜୀବନରେ ସୁଖ ଆଣିବାର ପ୍ରତିକାର: ପ୍ରତିଦିନ ହଳଦୀର ଉବଟନ ବା ଫେସପ୍ୟାକ ଲଗାନ୍ତୁ କିମ୍ବା ସ୍ନାନ ପାଣିରେ ହଳଦୀ ମିଶାଇ ସ୍ନାନ କରନ୍ତୁ ଏହା ଦ୍ୱାରା ଦାମ୍ପତ୍ୟ ଜୀବନ ରେ ମଧୁରତା ଆସିଥାଏ I

ଏହାସହିତ ପ୍ରତିଦିନ ପୂଜା ସମୟରେ ଚନ୍ଦନରେ ହଳଦୀ ମିଶ୍ରିତ ଟୀକା ଠାକୁରଙ୍କୁ ଅର୍ପଣ କରିବା ସହିତ ନିଜ ମଥାରେ,ବେକରେ ଏବୋ ହାତ କଚଟିରେ ଲଗାନ୍ତୁ I ଯଦି ଘରେ କେହି ବାରମ୍ବାର ଅସୁସ୍ଥ ହେଉଥାନ୍ତି ତାଙ୍କ ଦ୍ୱାରା ଗୁରୁବାର ଦିନ ହଳଦୀ ର ଦାନ ଦିଅନ୍ତୁ ,ଏହା ଦ୍ୱାରା ଶରୀର ସୁସ୍ଥ ରହିଥାଏ I ବାସ୍ତୁ ସମସ୍ୟା ଦୂର ପାଇଁ ଘରେ ହଳଦୀ ପାଣି ଛିଞ୍ଚନ୍ତୁ I

Comments are closed, but trackbacks and pingbacks are open.