ବାପା ବିରିୟାନୀ ନ ଆଣିବାରୁ ପୁଅ ଜୀବନ ହାରିଲା

148

ବାଲେଶ୍ୱର ନୀଳଗିରି ଥାନ୍ତା ଅନ୍ତର୍ଗତ ଗୋବିନ୍ଦପୁର ଅଂଚଳ ରେ ଘଟିଯାଇଛି ଏକ ଦୁଖଦଃ ଘଟଣା I କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ବାପା ବିରିଆନୀ ଆଣିବାକୁ ଭୁଲିଯିବାରୁ ନ ବାଳକ ପୁଅ ବେକରେ ଗାମୁଛା ବାନ୍ଧି କରିଛି ଆତ୍ମହତ୍ୟା ଇ ଗୋବିନ୍ଦପୁର ଗ୍ରାମର ମନୋରଞ୍ଜନ ମହାର୍ଣ୍ଣାଙ୍କ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ୧୩ ବର୍ଷର ପୁଅ ସତ୍ୟବ୍ରତ ଗତ ଦୁଇ ଦିନ ଧରି ବିରିଆନୀ ଖାଇବା ପାଇଁ ବାପାଙ୍କ ଆଗରେ ଜିଦ କରିଆସୁଥିଲା I ତେବେ ବାପା ୱାର୍ଡ ସଭ୍ୟ ହୋଇଥିବାରୁ ନିର୍ବାଚନ ପାଇଁ ବ୍ୟସ୍ତତା ଭିତରେ ଆଣି ପାରି ନ ଥିଲେ I ତେଣୁ ପୁଅ ଆତ୍ମହତ୍ୟା ଭଳି ନେଇଥିଲା ଚରମ ନିଷ୍ପତି I ଏହାପରେ ସତ୍ୟବ୍ରତକୁ ପ୍ରଥମେ ଖନ୍ତାପଡା ମେଡିକାଲ ନେଇଥିବା ବେଳେ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ପରେ ବାଲେଶ୍ଵର ମେଡିକାଲରେ ମୃତଦେହର ପୋଷ୍ଟମର୍ଟମ କରାଯାଇଥିଲା। ମୃତଦେହ ଗାଁକୁ ଅଣାଯାଇ ଥିବା ସମୟରେ ସେଠାରେ ଶୋକାକୁଳ ପରିବେଶ ଖେଳି ଯାଇଥିଲା I ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇଛନ୍ତି।

Comments are closed, but trackbacks and pingbacks are open.