ରୁଷ -ୟୁକ୍ରେନ୍‍ ଯୁଦ୍ଧ ବିବାଦ, ଜାତିସଂଘରେ ପକ୍ଷ ରଖିଲା ଭାରତ,ଶାନ୍ତି ପାଇଁ କଲା ଅପିଲ

18

ରୁଷିଆ – ୟୁକ୍ରେନ ମଧ୍ୟରେ ଭୟଙ୍କର ଯୁଦ୍ଧ ପରିସ୍ଥିତି ଘନେଇଛି Iଏଥି ମଧ୍ୟରେ ରୁଷ ମଧ୍ୟ ୟୁକ୍ରେନ୍‍ ଉପରେ ପ୍ରଥମେ ଆକ୍ରମଣ କରିଛି । ସେପଟେ ୟୁକ୍ରେନ ପାଲଟା ଜବାବ ରେ ରୁଷ ର ୫ ଟି ଲଢୁଆ ବିମାନ ସହିତ ଗୋଟିଏ ହେଲିକପ୍ଟର କୁ ଗୁଳି କରି ଖସାଇ ଦେଇଛି I ବର୍ତ୍ତମାନ ପରିସ୍ଥିରେ ୟୁକ୍ରେନକୁ ନେଇ ଋଷିଆ ଏବଂ ଆମେରିକା ମଧ୍ୟରେ ତିକ୍ତତା ବଢିବା ଲାଗିଛି। ମିଳିତ ଜାତିସଂଘର ସେକ୍ରେଟେରୀ ଜେନେରାଲ୍ ଆଣ୍ଟୋନିଓ ଗୁଟେରେସ୍ ଋଷିଆର ରାଷ୍ଟ୍ରପତି ଭ୍ଲାଦିମି ପୁଟିନଙ୍କୁ ଏହା ଉପରେ ନିବେଦନ କରିଛନ୍ତି। ଏ ମଧ୍ୟରେ ଭାରତ ମଧ୍ୟ ରାଷ୍ଟ୍ରପତି ପୁଟିନଙ୍କ ସାମରିକ କାର୍ୟ୍ୟାନୁଷ୍ଠାନ ନେଇ ନିଜର ତାର ପକ୍ଷ ରଖିଛି । ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଭାରତ ନିଜର ପକ୍ଷ ଉପସ୍ଥାପନ କରିଛି । ଭାରତ କହିଛି ଯୁଦ୍ଧକୁ ତୁରନ୍ତ ସ୍ଥଗିତ ରଖିବାକୁ ଆମେ ନିବେଦନ କରୁଛୁ । ପରିସ୍ଥିତି ଏକ ବଡ଼ ସଙ୍କଟରେ ପରିଣତ ହେବାକୁ ଯାଉଛି। ଯଦି ଏହାକୁ ସାବଧାନତାର ସହିତ ନିୟନ୍ତ୍ରଣ କରା ନ ଯାଏ ତେବେ ଏହା ସୁରକ୍ଷାକୁ ଦୁର୍ବଳ କରିପାରେ । ସମସ୍ତ ପକ୍ଷର ସୁରକ୍ଷାକୁ ଧ୍ୟାନରେ ରଖିବା ଉଚିତ୍ ବୋଲି ଭାରତ କହିଛି । ଅନ୍ୟ ପଟେ ୟୁକ୍ରେନ୍‍ ଉପରେ ରୁଷ ଆକ୍ରମଣ ଆରମ୍ଭ କରିସାରିଛି । ଯାହା ସମସ୍ତ ଦେଶ ମଧ୍ୟରେ ଚିନ୍ତାର କାରଣ ପାଲଟିଛି । ଭାରତ ଆହୁରି ମଧ୍ୟ ତାର ବିବୃତିରେ କହିଛି କି ଆମେ ସମସ୍ତ ଦେଶକୁ ସଂଯମତା ରକ୍ଷା କରିବାକୁ କହୁଛୁ । ଆମେ ଆଶା ରଖିଛୁ ଏହାର ସମାଧାନ ନିଶ୍ଚୟ ହେବ ।

Comments are closed, but trackbacks and pingbacks are open.