ପଞ୍ଚାୟତ ନିର୍ବାଚନକୁ ନେଇ ବିଜେଡି-ବିଜେପି ମୁହାଁମୁହିଁ

24

ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଆସନ୍ତା କାଲି ପଞ୍ଚମ ତଥା ଶେଷ ପର୍ଯ୍ୟାୟ ମତଦାନ ହେବାକୁ ଯାଉଛି I ତେବେ ଚତୁର୍ଥ ପର୍ଯ୍ୟାୟ ମତଦାନ ତୁଳନା ରେ ୨ୟ ଓ ୩ୟ ପର୍ଯ୍ୟାୟ ମତଦାନ ସମୟରେ ବ୍ୟାପକ ରାଜନୈତିକ ହିଂସା ଦେଖିବାକୁ ମିଳିଥିଲା I ଏଥର ପଞ୍ଚାୟତ ନିର୍ବାଚନରେ ରାଜ୍ୟରେ ଯେଉଁ ମାତ୍ରାରେ ହିଂସାକାଣ୍ଡ ଘଟିଲା, ପୂର୍ବରୁ କେବେ ଦେଖାଯାଇ ନଥିଲା । ଏହି ଘଟଣାକୁ ନେଇ ଶାସକ ଦଳ ବିଜେଡି-ବିଜେପି ମୁହାଁମୁହିଁ ହୋଇଛନ୍ତି । ବିଜେପି ରାଜନୈତିକ ହିଂସା କୁ ଉସୁକାଉଥିବା ନେଇ ବିଜେଡି ଅଭିଯୋଗ କରିଛି । ଅନ୍ୟପଟେ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଛନ୍ତି ବିଜେପି କର୍ମୀ । ଅନିୟମିତତା ଓ ପକ୍ଷପାତିତା ଅଭିଯୋଗ ଆଣି ବିଜେପି ଧାରଣା ଦେଇଥିବା ଜଣାପଡିଛି ।

Comments are closed, but trackbacks and pingbacks are open.