ଇଡ଼ି ପଞ୍ଝାରେ ନଓ୍ଵାବ ମଲ୍ଲିକ

17

ଇଡି ପଞ୍ଝା ରେ ମହାରାଷ୍ଟ୍ର ମନ୍ତ୍ରୀ ତଥା ଏନ୍‌ସିପି ନେତା ନଓ୍ଵାବ ମଲିକ Iଦାଉଦ୍‌ ଇବ୍ରାହିମ ଏବଂ ଅଣ୍ଡରୱାଲଡ୍‌ ସହ ଲିଙ୍କ ତଥା ଜମିକିଣା ବିକାରେ ବେଆଇନ୍‌ ଅର୍ଥ କାରବାର ଅଭିଯୋଗରେ ନଓ୍ଵାବ ମଲ୍ଲିକ ଙ୍କୁ ବାନ୍ଧିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) Iଟିମ୍‌ ନିଜ କାର୍ଯ୍ୟାଳୟକୁ ନେଇଛି। ବୁଧବାର ସକାଳେ ଇଡି ତରଫରୁ କିଛି ଅଫିସର ନୱାବ ମଲ୍ଲିକଙ୍କ ଘରେ ପହଂଚି ତାଙ୍କୁ ପଚରା ଉଚରା କରିଥିଲେ । ୧ ଘଂଟାରୁ ଅଧିକ ଜେରା କରିବା ପରେ ଇଡି ପକ୍ଷରୁ ତାଙ୍କୁ ସାଥିରେ ନେଇ ମୁମ୍ବାଇ ସ୍ଥିତ କାର୍ଯ୍ୟାଳୟକୁ ନିଆଯାଇଥିଲା । ସେଠାରେ ତାଙ୍କୁ କିଛି ସମୟ ଜେରା କରିବା ପରେ ଗିରଫ କରାଯାଇଥିବା ଜଣାପଡିଛି ।। ତେବେ ମିଳିଥିବା ସୂଚନା ଅନୁସାରେ ଅଣ୍ଡର ୱାର୍ଲ୍ଡ ସହ ଏକ ଜମି କିଣାବିକା ମାମଲାରେ ଇଡି ପକ୍ଷରୁ ତାଙ୍କୁ ପ୍ରଥମେ ନୋଟିସ କରାଯାଇଥିଲା । ଏହାପରେ ଇଡି ତରଫରୁ ଏହି ମାମଲାରେ ସଂପୃକ୍ତ ଥିବା କିଛି ଲୋକଙ୍କ ବାସଭବନ ଉପରେ ଫେବୃଆରୀ ୧୫ ତାରିଖରେ ଚଢାଉ କରାଯାଇଥିଲା । ଏଥିରେ ୧୯୯୩ ମସିହା ବୋମା ବିସ୍ଫୋରଣ ମାମଲାରେ ମୁଖ୍ୟ ଅଭିଯୁକ୍ତ ଦାଉଦ ଇବ୍ରାହିମଙ୍କ ଦିବଗଂତ ଭଉଣୀ ହସିନା ପାର୍କର, ଭାଇ ଇକବାଲ କାସକର ଓ ଛୋଟ ସକିଲର ସଂପର୍କୀୟ ସଲିମ କ୍ୟୁରେସୀଙ୍କ ଘରେ ବି ଚଢାଉ ହୋଇଥିଲା । ଏହି ମାମଲାରେ ଇକବାଲ କାସକର ଏବେ ଜେଲରେ ରହିଛନ୍ତି । ତାଙ୍କୁ ଗତ ସପ୍ତାହରେ ଗିରଫ କରାଯାଇଥିଲା ।
ପୂର୍ବରୁ ଏ ସଂକ୍ରାନ୍ତରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ୍‌ ନୱାବ ମଲିକଙ୍କର ଅଣ୍ଡରୱାର୍ଲ୍ଡ ଡନ୍‌ ଦାଉଦ ଇବ୍ରାହିମ ସହ ସମ୍ପର୍କ ଥିବା ଅଭିଯୋଗ କରିଥିଲେ। ଫଡନବିସ୍‌ ଦାବି କରିଥି​‌ଲେ ଯେ, ନବାବ ମଲିକ ଦାଉଦର ସମ୍ପର୍କୀୟଙ୍କଠାରୁ ଜମି କିଣିଛନ୍ତି। ଏହି ସମ୍ପତ୍ତି ମୁମ୍ବାଇ ବିସ୍ଫୋରଣରେ ସମ୍ପୃକ୍ତ ଅଭିଯୁକ୍ତଙ୍କର ବୋଲି ଫଡନବିସ୍‌ ଦୃଢୋକ୍ତି ପ୍ରକାଶ କରିଥିଲେ। ତେବେ ଏନ୍‌ସିପି ନେତା ନବାବଙ୍କୁ ଆଜି ଜେରା ବେଳେ ତାଙ୍କ ସମର୍ଥକମାନେ ଏହାକୁ ବିରୋଧ କରି ବିଜେପି ର ଷଡଯନ୍ତ୍ର କହି ନାରାବାଜି କରିଥିଲେ I


Comments are closed, but trackbacks and pingbacks are open.