ଧାମନଗର ନିର୍ବାଚନୀ ହିଂସା ରେ ଯୁବକ ଙ୍କ ମୃତ୍ୟୁ : ବିଜେପି ନେତାଙ୍କ ସମ୍ପୃକ୍ତି ,ଅଭିଯୋଗ ଆଣିଲା ବିଜେଡି

13

ଧାମ ନଗରରେ ନିର୍ବାଚନୀ ହିଂସା ରେ ଯୁବକ ଙ୍କ ମୃତ୍ୟୁ I ଭଦ୍ରକ ଜିଲ୍ଲା ଧାମନଗର ଥାନା ଦଳାଙ୍ଗ ପଂଚାୟତ ଜାହାଙ୍ଗିର ଅଞ୍ଚଳରେ ଗୋଷ୍ଠୀ ସଂଘର୍ଷ ଘଟି ପ୍ରତାପ ଚନ୍ଦ୍ର ରାଉତ ନାମକ ଜଣେ ଯୁବକ ଙ୍କ ମୃତ୍ୟୁ ହୋଇଛି । ତେବେ ଏହି ହିଂସାକାଣ୍ଡ ରେ ବିଜେପି ନେତାଙ୍କ ସମ୍ପୃକ୍ତି ଥିବା ନେଇ ଅଭିଯୋଗ ଆଣିଲା ବିଜେଡି । ତେବେ ରାଜନୈତିକ ଆକ୍ରୋଶ ଯୋଗୁଁ ଯୁବକ ଙ୍କୁ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ସମର୍ଥକ ମାନେ ପିଟିପିଟି ହତ୍ୟା କରିଥିବା ନେଇ ମୃତକଙ୍କ ସମ୍ପର୍କୀୟ ଅଭିଯୋଗ କରିଥିଲେ । ପରିବାର ଲୋକ ଙ୍କ ଅଭିଯୋଗ ଅନୁସାରେ ଗତକାଲି ରାତିରେ ନିର୍ବାଚନ ପ୍ରଚାରକୁ ନେଇ ବିଜେଡି ଓ ବିଜେପି ର ୨ଗୋଷ୍ଠୀ ମଧ୍ୟରେ ଉତେଜନା ଦେଖା ଦେଇଥିଲା । ଏଥିରେ ଧସ୍ତାଧସ୍ତି ହୋଇ ପ୍ରତାପ ଗୁରୁତର ଭାବେ ଆହତ ହୋଇଥିଲେ Iପରେ ତାଙ୍କୁ ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ତେବେ ଏହି ଘଟଣା ପରେ ବିଜେଡି ଏକ ସାମ୍ବାଦିକ ସମ୍ମିଳନୀରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି । ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ବ୍ୟୋମକେଶ ରାଏ, ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ, ଧାମନଗର ବ୍ଲକ୍ ଅଧ୍ୟକ୍ଷ ଅଶୋକ ନାୟକ ପ୍ରମୁଖ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି । ତେବେ ହତ୍ୟାକାଣ୍ଡ ସମୟରେ ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ ଉପସ୍ଥିତ ଥିବା ବିଜେଡି କହିଛି । ତେବେ ମନମୋହନଙ୍କ ଗିରଫ ଦାବି କରିଛି ବିଜେଡି । ତେବେ ମନମୋହନଙ୍କ ସମ୍ପୃକ୍ତି ନେଇ ଭିଡ଼ିଓ ଓ ପ୍ରମାଣ ପୋଲିସକୁ ଦିଆଯିବ ବୋଲି କହିଛନ୍ତି ବ୍ୟୋମକେଶ ରାୟ ।
ଅନ୍ୟପଟେ ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ କହିଛନ୍ତି, ଏବେ ସମବେଦନାର ସମୟ ରାଜନୀତି ନ ହେଉ । ଏହି ଘଟଣାରେ ବିଜେପି ତରଫରୁ ମଧ୍ୟ ବିଜେଡି କର୍ମୀମାନେ ବିଜେପି ନେତାଙ୍କୁ ଦୁର୍ବ୍ୟବହାର କରିଥିବା ଏତଲା ଦେଇଛନ୍ତି ।

Comments are closed, but trackbacks and pingbacks are open.