ନିର୍ବାଚନୀ ହିଂସା :ପୁଣି କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ଆକ୍ରମଣ

18

ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ଚତୁର୍ଥ ପର୍ଯ୍ୟାୟ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ଗତ ଦ୍ଵିତୀୟ ଏବଂ ତୃତୀୟ ପର୍ଯ୍ୟାୟ ମତଦାନ ସମୟରେ କିଛି ସ୍ଥାନରେ ରାଜନୈତିକ ହିଂସା ଉଗ୍ରରୂପ ଧାରଣ କରିଥିଲା Iଏହାକୁ ଦୃଷ୍ଟିରେ ରଖି ୪ର୍ଥ ପର୍ଯ୍ୟାୟ ମତଦାନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଏଠି ସହିତ ଯାଜପୁରରେ ଅଧିକ ୪ ପ୍ଲାଟୁନ ପୋଲିସ ଫୋର୍ସ ମଧ୍ୟ ମୁତୟନ କରାଯାଇଛି । କିନ୍ତୁ ହିଂସାକାଣ୍ଡ ଥମିବାର ନାଁ ନେଇ ନାହିଁ ଇ ଏହି ସମୟରେ ନିର୍ବାଚନ ଖବର ସଂଗ୍ରହ କରିବାକୁ ଯାଇଥିବା କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ପୁଣି ଆକ୍ରମଣ ହୋଇଥିବା ଘଟଣା ନଜର କୁ ଆସିଛି I ପୂର୍ବରୁ ପୁରୀ ଜିଲ୍ଲାର ପିପିଲି ତଥା ଯାଜପୁରରେ ଖବରଦାତାଙ୍କ ଉପରେ ସଂଘବଦ୍ଧ ଆକ୍ରମଣ ହୋଇଥିବା ବେଳେ ଆଜି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଚାଲୁଥିବା ବେଳେ କଟକ ଜିଲ୍ଲା ଆଠଗଡ଼ରେ ସମାନ ଘଟଣାର ପୁନରାବୃତ୍ତି ହୋଇଛି। ଏପରି ଆକ୍ରମଣର ଶିକାର ହୋଇଛନ୍ତି ସାମ୍ବାଦିକ ସୁଶାନ୍ତ ସାହୁ । ଏହା ସହିତ ଘଟଣାର ଭିଡିଓ ଚିତ୍ର ନେଲେ ଆହୁରି ମାଡ଼ ମରାଯିବ ବୋଲି ଧମକ ଦିଆଯାଇଥିଲା I ଆଠଗଡ଼ ଅନନ୍ତପୁର ପଞ୍ଚାୟତର ୪ଟି ବୁଥରେ ମତଦାନ ବେଳେ ଉତ୍ତେଜନା ଦେଖିବାକୁ ମିଳିଥିଲା । କେତେକ ଏଜେଣ୍ଟଙ୍କୁ ବୁଥରେ ପୂରାଇ ନଦେବାରୁ ଉତ୍ତେଜନା ହୋଇଥିଲା । ତେବେ ସାମ୍ବାଦିକ ସୁଶାନ୍ତ ସାହୁ ତାଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାକୁ ଖୁଣ୍ଟୁଣୀ ଥାନା ଅଧିକାରୀଙ୍କୁ ଅବଗତ କରାଇଛନ୍ତି I

Comments are closed, but trackbacks and pingbacks are open.