ରାଜ୍ୟରେ ୪୨୮ ସଂକ୍ରମିତ ଚିହ୍ନଟ ,୧୦ ମୃତ

14

ରାଜ୍ୟରେ କଧୀରେ ଧୀରେ କମୁଛି ଦୈନିକ କରୋନା ସଂକ୍ରମିତ ସଂଖ୍ୟା । ମାତ୍ର ଗତକାଲି ଠାରୁ ଆଜିର ସଂକ୍ରମଣ ସାମାନ୍ୟ ବଢିଛି I ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୪୨୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ଥିବା ବେଳେ ୧୦ ଜଣଙ୍କର ମୃତ୍ୟୁ ହୋଇଛି I ମୃତକ ମାନେ ସର୍ବାଧିକ ସୁନ୍ଦରଗଡ଼ ଜିଲ୍ଲାରୁ ୬ ଜଣ, ବାଲେଶ୍ବରରୁ ୨ ଜଣ, କେନ୍ଦୁଝର ଓ ଖୋର୍ଦ୍ଧା ଜିଲ୍ଲରୁ ଜଣେ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୯୦୩୬କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ଅନ୍ୟପଟେ ସଂକ୍ରମିତ ଙ୍କ ମଧ୍ୟରୁ ସଂଗରୋଧରୁ ୨୪୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ସ୍ଥାନୀୟ ସଂକ୍ରମିତ ୧୭୯ ଜଣ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ଜନ୍ମରୁ ୧୮ ବର୍ଷ ମଧ୍ୟରେ ରହିଛନ୍ତି ୧୩୬ ପଜିଟିଭ୍ । ସୁନ୍ଦରଗଡ଼ରୁସର୍ବାଧିକ ୯୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୧୫, ବାଲେଶ୍ୱର ୫, ବରଗଡ ୫, ବଲାଙ୍ଗିର ୧, ବୌଦ୍ଧ ୧, କଟକ ୨୭, ଦେବଗଡ ୧୬, ଢେଙ୍କାନାଳ ୩, ଗଜପତିରୁ ୨୮ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରେ ୪, ଜଗତସିଂହପୁର ୪, ଯାଜପୁର ୧୬, ଝାରସୁଗୁଡା ୧୫, କଳାହାଣ୍ଡି ୩, କନ୍ଧମାଳ ୮, କେନ୍ଦ୍ରାପଡା ୩୫, କେନ୍ଦୁଝରରେ ୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଥିସହିତ ଖୋର୍ଦ୍ଧା ୪୬ କୋରାପୁଟ ୧୯, ମାଲକାନଗିରି ୩, ମୟୂରଭଞ୍ଜ ୧୧, ନବରଙ୍ଗପୁର ୪, ନୟାଗଡ ୭, ନୂଆପଡା ୫, ପୁରୀ ୨, ରାୟଗଡା ୧୩, ସମ୍ବଲପୁର ୧୪,ସୋନପୁର ୪, ଷ୍ଟେଟପୁଲରୁ ୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଗତ ୨୪ ଘଣ୍ଟାରେ କରୋନାରୁ ସୁସ୍ଥ ହୋଇଛନ୍ତି ଆଉ ୧୦୯୫ ଆକ୍ରାନ୍ତ । ଆଜିର ସୁସ୍ଥତାକୁ ମିଶାଇ ରାଜ୍ୟରେ ଏଯାଏ ମୋଟ୍ ସୁସ୍ଥ ହେଲେଣି ୧୨ଲକ୍ଷ ୬୯ ହଜାର ୨୫୩ ଆକ୍ରାନ୍ତ । ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୩,୨୯୭ କୁ ବୃଦ୍ଧି ପାଇଥିବା ବେଳେ, ସକ୍ରିୟ ଆକ୍ରାନ୍ତ ୪ ହଜାର ୯୫୫ ରହିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Comments are closed, but trackbacks and pingbacks are open.