ମୁଖ୍ୟ ଦ୍ୱାର ରେ କାହିଁକି ଲେଖାଯାଇଥାଏ ଶୁଭ-ଲାଭ ଆସନ୍ତୁ ଜାଣିବା

14

ଆମ ଘର ମାନଙ୍କରେ ମୁଖ୍ୟ ହେଉଛି ପ୍ରବେଶ ଦ୍ୱାର I ଘରେ ସକାରାତ୍ମକ ପରିବେଶ ସୃଷ୍ଟି ପାଇଁ ଘରର ମୁଖ୍ୟ ଦ୍ୱାର କୁ ବିଶେଷ ମାନ୍ୟତା ଦିଆଯାଇଥାଏ I ତେଣୁ ଅଧିକାଂଶ ଘରର ମୁଖ୍ୟ ପ୍ରବେଶ ପଥ ପରିଷ୍କାର ପରିଚ୍ଛନ କରି ଝୋଟି ମୁରୁଜ ଆଦି ଦିଆଯାଇଥାଏ I ଏହା ସହିତ ଘରର ମୁଖ୍ୟ ଦ୍ୱାରରେ ଶୁଭ, ଲାଭ ଏବଂ ସ୍ୱସ୍ତିକ ର ଚିହ୍ନ ଆଦି ଆଙ୍କି ଦିଆଯାଇ ଥାଏ I ଏହି ବିଷୟରେ ଆସନ୍ତୁ ଜାଣିବା :

ମୁଖ୍ୟ ଦ୍ୱାର
ହିନ୍ଦୁ ଧର୍ମରେ ବିଶ୍ୱାସ ଅଛି ଯେ ଘରର ମୁଖ୍ୟ ଦ୍ୱାରରେ ଶୁଭ-ଲାଭ ଏବଂ ସ୍ୱସ୍ତିକ ଚିହ୍ନ ଆଙ୍କିଲେ ଘରେ ସୁଖ ଏବଂ ସମୃଦ୍ଧି ବଢିଥାଏ I ଏହା ସହିତ ଭଗବାନ ଗଣେଶଙ୍କର ବିଶେଷ ଆଶୀର୍ବାଦ ପ୍ରାପ୍ତ ହୁଏ I ଏହା ବ୍ୟତୀତ, ଏହି ସଙ୍କେତଗୁଡ଼ିକ ଘରର ଚାରିପାଖରେ ଥିବା ନକାରାତ୍ମକ ଶକ୍ତିକୁ ନଷ୍ଟ କରିଦିଏ I ଏହାର କାରଣ ହେଉଛି ଯେ ହିନ୍ଦୁ ଧର୍ମରେ ଘରେ କୌଣସି ପୂଜାପାଠ ପୂର୍ବରୁ ଭଗବାନ ଗଣେଶ ଏବଂ ସ୍ୱସ୍ତିକ ର ଉପାସନା ମୁଖ୍ୟ ଦ୍ୱାରରେ ଶୁଭ ଲାଭ ସହିତ ଲେଖାଯାଇଥାଏ I
ଶୁଭ – ଲାଭ ଲେଖିବାର ଅର୍ଥ
ଶାସ୍ତ୍ରରେ ମାନ୍ୟତା ରହିଛି ଶୁଭ-ଲାଭ ହେଉଛନ୍ତି ଗଣେଶ ଜି ଙ୍କ ର ଦୁଇ ପୁତ୍ର । ତେଣୁ , ଆମେ ଭଗବାନ ଙ୍କ ନିକଟରେ ନିଜ ର ଶୁଭକାମନା ଜଣାଇ ପ୍ରାର୍ଥନା କରୁ ଯେ ଆମେ ସର୍ବଦା ଅନିଷ୍ଟ ଅଶୁଭ ଠାରୁ ଦୁରେଇ ଭଲ ବା ଶୁଭ କମ କରୁଥାଉ ଯେଉଁ କାମ ଦ୍ୱାରା ଆମର ଧନ ଏବଂ ଖ୍ୟାତି ଅର୍ଜନ ହେଉ I ଅନ୍ୟ ପଟେ, ଲାଭ ଲେଖିବା ଅର୍ଥ ହେଉଛି ଯେ ଆମେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁ ଯେ ଘରେ ସର୍ବଦା ଧନଧାନ୍ୟ ବୃଦ୍ଧି ହେଉ I ଏଥି ସହିତ ବ୍ୟବସାୟରେ ଆର୍ଥିକ ପ୍ରଗତି ହେଉ I

ଘରେ ସୁଖ ଶାନ୍ତି ବୃଦ୍ଧି ହୁଏ
ଘରର ମୁଖ୍ୟ ଦ୍ୱାରରେ ଶୁଭ ଲାଭ ଲେଖିବା ଦ୍ୱାରା ଘରେ ସୁଖ ଏବଂ ଶାନ୍ତି ବୃଦ୍ଧି ପାଇଥାଏ I ଏଥିସହ ଘରକୁ ଖରାପ ନଜର ଲାଗି ନ ଥାଏ I ସିନ୍ଦୁର କିମ୍ବା କୁମ୍କୁମ୍ ରେ ଶୁଭ-ଲାଭ ଲେଖିଲେ ମା’ଲକ୍ଷ୍ମୀ ପ୍ରସନ୍ନ ହୋଇ ଥାନ୍ତି I ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ପ୍ରାପ୍ତହୋଇଥାଏ I

Comments are closed, but trackbacks and pingbacks are open.