ବଜରଙ୍ଗ ଦଳ କର୍ମୀଙ୍କୁ ହତ୍ୟା ଘଟଣାରେ ୩ ଗିରଫ,ବ୍ୟାପକ ପୋଡାଜଳା

13

କର୍ଣ୍ଣାଟକର ଶିବାମୋଗାରେ ବଜରଙ୍ଗ ଦଳର କର୍ମୀଙ୍କୁ ହତ୍ୟା I ବଜରଙ୍ଗ ଦଳରେ ସଦସ୍ୟଙ୍କୁ ହତ୍ୟା ଘଟଣା କୁନେଇ ରାଜ୍ୟରେ ପୁଣି ଆଲୋଡନ ସୃଷ୍ଟି କରିଛି । ଘଟଣାକୁ ନେଇ ଉତ୍ୟକ୍ତ ଲୋକେ ଗାଡି ମଟର ପୋଡା ଜଳା କରିବା ସହ ବାଇକ ରାଲି କରିଛନ୍ତି । ପରେ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ଦେଖିବାକୁ ମିଳିଛି। ସେପଟେ ଆଇନ ଶୃଙ୍ଖଳାକୁ ବଜାୟ ରଖିବା ପାଇଁ ଫେବୃଆରୀ ୨୩ ତାରିଖ ଯାଏଁ ୧୪୪ ଧାରା ଜାରି କରାଯିବା ସହ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖାଯାଇଛି ।

ସୂଚନା ଅନୁସାରେ ହିଜାବ କୁ ବିରୋଧ କରି ନିଜ ଫେସବୁକ ୱାଲ ରେ ପୋଷ୍ଟ ଲେଖିଥିବାରୁ,ବଜରଙ୍ଗ ଦଳ କର୍ମୀ ହର୍ଷ ଙ୍କୁ ରବିବାର ରାତିରେ କିଛି ଦୁର୍ବୁର୍ତ୍ତ ଛୁରି ଭୁସି ହତ୍ୟା କରିଥିଲେ । ଏହାପରେ ବଜରଙ୍ଗ ଦଳ ର କର୍ମୀମାନେ ହତ୍ୟାକାରୀ କୁ ତୁରନ୍ତ ଗିରଫ ଦାବିରେ ହଂଗାମା କରିଥିଲେ । ତେବେ ଏହି ହତ୍ୟା ମାମଲାରେ ପୁଲିସ୍ ତୁରନ୍ତ ନେଇଛି ଆକ୍ସନ୍। ସେପଟେ ଶିବମୋଗାରେ ରହୁଥିବା ବାସିନ୍ଦାଙ୍କୁ କୌଣସି ଗୁଜବ ଉପରେ ଧ୍ୟାନ ଦିଅନ୍ତୁ ନାହିଁ ବୋଲି ପୋଲିସ ଅନୁରୋଧ କରିଛି ।ଏହା ସହିତ ପୋଲିସ ଆଶ୍ୱାସନା ଦେଇଛି ଆଇନ୍ ଏବଂ ବ୍ୟବସ୍ଥା ଉପରେ ଭରସା ରଖନ୍ତୁ।ପୁଲିସ୍ ଏହି ହତ୍ୟାକାଣ୍ଡରେ ତିନି ଜଣଙ୍କୁ ଗିରଫ କରିଛି। ଯାହା ପରେ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ଦେଖିବାକୁ ମିଳିଛି।

Comments are closed, but trackbacks and pingbacks are open.