ଗୋଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁଙ୍କୁ ୫ ବର୍ଷ ଜେଲ ଦଣ୍ଡ ଶୁଣାଇଲେ ସିବିଆଇର ସ୍ୱତନ୍ତ୍ର କୋର୍ଟ

19

ଲାଲୁ ଙ୍କୁ ପୁଣି ଜେଲ ଦଣ୍ଡାଦେଶ I ବହୁଚର୍ଚ୍ଚିତ ଚାରା ଘୋଟଲା ମାମଲାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ୫ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି ସିବିଆଇ ର ସ୍ୱତନ୍ତ୍ର କୋର୍ଟ I ଜେଲ ଦଣ୍ଡ ସହିତ ଜରିମାନା ବାବଦକୁ ୬୦ ଲକ୍ଷ ଟଙ୍କା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଲାଲୁଙ୍କ ଓକିଲଙ୍କ କହିବା ଅନୁଯାୟୀ, ଖୁବଶୀଘ୍ର ଜାମିନ ପାଇଁ ଆବେଦନ କରାଯିବ । ତେବେ ଜାମିନ ନ ମିଳିଲେ ଲାଲୁଙ୍କୁ ପୁଣିଥରେ ଜେଲରେ ରହିବାକୁ ପଡିବ ।
ସୂଚନାନୁସାରେ ଲାଲୁ ପ୍ରସାଦ ଯାଦବ ବିହାରର ମୁଖ୍ୟମନ୍ତ୍ରୀ ଥିବା ବେଳେ ବେଆଇନ ଭାବେ ଡୋରଣ୍ଡା ଟ୍ରେଜେରୀରୁ ୧୩୯.୫ କୋଟି ଟଙ୍କା ଉଠାଣ କରିଥିଲା। ଗୋ-ଖାଦ୍ୟ ଦୁର୍ନୀତିର ଏହା ଏକ ଅଂଶବିଶେଷ। ପୂର୍ବରୁ ୪ଟି ମାମଲାରେ ଲାଲୁଙ୍କୁ ୧୪ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି । ତେବେ ୩୬ ମାସ ଜେଲ ଦଣ୍ଡ ଭୋଗି ସାରିଥିବା ଲାଲୁ ଏବେ ଜାମିନରେ ଅଛନ୍ତି । ସ୍ୱାସ୍ଥ୍ୟବସ୍ଥା ଖରାପ ପାଇଁ ଲାଲୁଙ୍କୁ ଜାମିନ ମିଳିଛି । ତେବେ ଏହି ଚାରା ଘୋଟାଲାରେ ଲାଲୁ ଯାଦବଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ସିବିଆଇ ଦର୍ଶାଇଥିଲା I ପୂର୍ବରୁ ଗତ ଫେବ୍ରୁଆରୀ ୧୫ରେ ସିବିଆଇର ସ୍ପେଶାଲ କୋର୍ଟ ଚାରା ଦୁର୍ନୀତି ମାମଲାର ଶୁଣାଣି କରିଥିଲେ ମଧ୍ୟ କୌଣସି ରାୟ ଦେଇନଥିଲେ । ଆଉ ଆଜି ଅନଲାଇନରେ ହୋଇଥିବା ଶୁଣାଣିରେ ସାମିଲ ହୋଇଥିଲେ ଲାଲୁ । ଆଉ ଶୁଣାଣି ଶେଷ ହେବା ପରେ ଲାଲୁଙ୍କୁ ଜେଲ ଦଣ୍ଡାଦେଶର ରାୟ ଦେଇଥିଲେ ।

Comments are closed, but trackbacks and pingbacks are open.