ନିର୍ବାଚନୀ ହିଂସା: ଯୋଡ଼ା ରେ ଗୋଷ୍ଠୀ ସଂଘର୍ଷରେ ଜଣେ ମୃତ, ୩ ଅଟକ

12

ରାଜ୍ୟରେ ନିର୍ବାଚନୀ ମାହୋଲ ଥିବା ବେଳେ ଅନେକ ଜିଲ୍ଲାରେ ଗୋଷ୍ଠୀ ସଂଘର୍ଷ ଦେଖିବାକୁ ମିଳିଛି । ଏହା ଭିତରେ ଏକାଧିକ ମୃତ୍ୟୁବରଣ କରିଥିବା ବେଳେ ଆହତଙ୍କ ସଂଖ୍ୟା ବଢ଼ୁଛି । ଏହା ଭିତରେ ଆଜି ପୁଣି ସେହିଭଳି ସ୍ଥିତି ସାମନାକୁ ଆସିଛି । ବଡବିଲ୍ ଥାନା ଠାକୁରାଣୀ ସିରାଜୁଦ୍ଦିନ ବସ୍ତିରେ ଗୋଷ୍ଠୀ ସଂଘର୍ଷର ଖବର ଆସିଛି । ୨ ଗୋଷ୍ଠୀ ମଧ୍ୟରେ ହୋଇଥିବା ସଂଘର୍ଷରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ପୋଲିସ୍ ଏହି ମାମଲାର ଛାନଭିନ୍ କରୁଛି ଏବଂ ୩ ଜଣଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି ।

Comments are closed, but trackbacks and pingbacks are open.