ନିର୍ବାଚନୀ ହିଂସା :କର୍ତ୍ତବ୍ୟ ରତ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା ରେ ୪୨ ଗିରଫ

18

ଗତକାଲି ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ସମୟରେ ଯାଜପୁର ଜିଲ୍ଲାରେ ପ୍ରବଳ ହିଂସାକାଣ୍ଡ ଦେଖାଦେଇଥିଲା I ସେହି ସମୟରେ ରିଗିଂ ଓ ବୁଥ୍ ଜବରଦଖଲ ସାଙ୍ଗକୁ ବିଞ୍ଚାରପୁର ବାଛୋଳରେ କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ଆକ୍ରମଣ କରାଯାଇ ନିସ୍ତୁକ ମାଡ଼ ମରାଯାଇଥିବା ଭିଜୁଆଲ ଭାଇରାଲ ହୋଇଥିଲା I ଏହା ସହିତ ଗଣମାଧ୍ୟମ ପ୍ରତିନିଧି ଙ୍କ ଗାଡି କୁ ଭାଙ୍ଗି ଦେଥିଲେ I ଏହି ନିନ୍ଦନୀୟ ଘଟଣା ରେ ଯାଜପୁର ପୋଲିସ ତୁରନ୍ତ ଆକ୍ସନ ମୁଡ଼ କୁ ଆସି ମୁଖ୍ୟ ଅଭିଯୁକ୍ତ ସହ ଏ ପର୍ଯ୍ୟନ୍ତ ୪୨କୁ ଗିରଫ କରିଛି । ଏ ନେଇ ଯାଜପୁର ଏସପି ରାହୁଲ୍ ପି. ଆର ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ଗତକାଲି ନିର୍ବାଚନ ଖବର ସଂଗ୍ରହ କରିବାକୁ ଯାଇଥିବା ସମୟରେ ତିନିଟି ଗଣମାଧ୍ୟମ ସଂସ୍ଥାର କର୍ମଚାରୀଙ୍କୁ ଉତ୍ୟକ୍ତ ଲୋକମାନେ ଖୁବ୍ ମାଡ଼ ମାରିଥିଲା । କନକ ନ୍ୟୁଜ୍, କଳିଙ୍ଗ ଟିଭି ଏବଂ ଅର୍ଗସ୍ ନ୍ୟୁଜ୍ ର ତିନି ଜଣ ସାମ୍ବାଦିକଙ୍କ ଉପରକୁ ଆକ୍ରମଣ କରାଯାଇଥିଲା । ଦେବାଶିଷ ସାହୁ, ଗୁଲସନ୍ ଅଲ୍ଲୀ ନୱାଜ୍ ଏବଂ ବିଜୟ ସାହୁଙ୍କ ଉପରକୁ ଆକ୍ରମଣ କରିଥିଲେ ଦୁର୍ବୃତ୍ତ । ବୁଥ୍ ରିଜିଂ ଉଦ୍ୟମ ଖବର ସଂଗ୍ରହ ସମୟରେ ସାମ୍ବାଦିକଙ୍କୁ ଆକ୍ରମଣ ହୋଇଥିଲା ।

Comments are closed, but trackbacks and pingbacks are open.