ସରିଲା ତୃତୀୟ ପର୍ଯ୍ୟାୟ ମତଦାନ

18

ଆଜି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ପଂଚାୟତ ନିର୍ବାଚନ ପାଇଁ ମତଦାନ ସରିଛି I ଆଶା ଆଶଙ୍କା ,ହିଂସାକାଣ୍ଡ ଭିତରେ ସରିଲା ତୃତୀୟ ପର୍ଯ୍ୟାୟ ପଞ୍ଚୟାତ ନିର୍ବାଚନ । ୨୯ ଜିଲ୍ଲାର ୬୩ ଟି ବ୍ଲକରେ ଆଜି ମତଦାନ ଅନୁଷ୍ଠତ ହୋଇଛି । ଅନେକ ଜାଗାରେ ଅବ୍ୟବସ୍ଥା ଥିବା ସତ୍ତ୍ୱେ ଉତ୍ସାହିତ ଲୋକେ ଭୋଟ୍ ଦେଇଛନ୍ତି । ସେପଟେ ମୌଳିକ ସୁବିଧା ଦାବିରେ ରାଜ୍ୟର ବିଭିନ୍ନ ସ୍ଥାନରୁ ପୁଣି ଆସିଛି ଭୋଟ ବର୍ଜନର ଚିତ୍ର ।
ତୃତୀୟ ପର୍ଯ୍ୟାୟ ପଞ୍ଚୟାତ ନିର୍ବାଚନ ଶେଷ ହେବା ପରେ ବାଲାଟ ବକ୍ସରେ ସିଲ୍ ହୋଇଛି ନେତାଙ୍କ ଭାଗ୍ୟ । ନିଜ ମତ ଅଧିକାର ସାବ୍ୟସ୍ତ କରିବାକୁ ସମସ୍ତେ ଥିଲେ ବେଶ୍ ତତ୍ପର । ଦିନ ଗୋଟଏ ପାର୍ଯ୍ୟନ୍ତ ମତଦାନର ସମୟ ଥିବା ସତ୍ତ୍ୱେ ଏହା ପରେ ଯେଉଁମାନେ ରହିଯାଇଥିଲେ ତଙ୍କୁ ମଧ୍ୟ ମିଳିଥିଲା ସୁଯୋଗ । ଆଉ ଏହାରି ଭିତରେ ସାମ୍ନାକୁ ଆସିଥିଲା ଅଭାବନୀୟ ଚିତ୍ର । ଗାଁରେ ସ୍କୁଲ ନଥିବା ବେଳେ ଭୋଟଗ୍ରହଣ ପାଇଁ ଅନ୍ୟକୈଣସି ବ୍ୟବସ୍ଥା କରାଯାଇନଥିବାରୁ ଗଛ ମୂଳେ ଭୋଟ ଦେଇଥିଲେ ଲୋକେ । ଗଞ୍ଜାମ ଧରାକୋଟ ବ୍ଲକ ସାବା ପଞ୍ଚାୟତର କୋଟନୀଗଣ୍ଡା ଓ ଅଶୋକ ପଲ୍ଲି ଗ୍ରାମରୁ ଆସିଥିଲା ଏହି ଦୃଶ୍ୟ । ତେବେ ଏଭଳି ଅବ୍ୟବସ୍ଥା ସତ୍ତ୍ୱେ କମିନଥିଲା ଭୋଟରଙ୍କ ଉତ୍ସାହ । 136 ଜଣଙ୍କ ଭୋଟରଙ୍କ ମଧ୍ୟରୁ 106ରୁ ଉର୍ଦ୍ଧ୍ୱ ଭୋଟର ନିଜ ମତ ସାବ୍ୟସ୍ତ କରିଛନ୍ତି ।
ଉତ୍ସାହିତ ପରିବେଶ ଭିତରେ ବି କିଛି ସ୍ଥାନରେ ଦେଖିବାକୁ ମିଳିଥିଲା ନିରାଶା । ରାଜ୍ୟର ଅନେକ ସ୍ଥାନରୁ ଆସିଥିଲା ଭୋଟ ବର୍ଜନର ଚିତ୍ର । ନିଜ ମୌଳିକ ଅଧିକାରରୁ ବଞ୍ଚିତ ହୋଇଥିବା ଅଭିଯୋଗ ଆଣି ଭୋଟ ବର୍ଜନ କରିଥିଲେ ମୟୁରଭଞ୍ଜ ବଡ଼ସାହି ବ୍ଲକ ଖାନୁଆ ପଞ୍ଚାୟତର ଲୋକେ ।
ସେହିପରି ବୌଦ୍ଧ ଜିଲ୍ଲା ଅଡେନିଗଡ଼ ଗ୍ରାମ ପଞ୍ଚାୟତର 2ଟି ଗାଁର ଲୋକେ ବି ମୌଳିକ ସୁବିଧା ମିଳୁନଥିବାରୁ କରିଥିଲେ ଭୋଟ ବର୍ଜନ । କେବଳ ଏତିକି ନୁହେଂ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ,ବରଗଡର ବିଜେପୁର ବ୍ଲକ ଅନେକ ଲୋକେ ବି ନିଜ ଅଞ୍ଚଳର ସମସ୍ୟାକୁ ନେଇ ଭୋଟ ବର୍ଜନ କରିଥିଲେ । ଏପରିକି ରାୟଗଡା କଲ୍ୟାଣସିଂହପୁର ବ୍ଳକ ସନାଖଣ୍ଡି ପଂଚାୟତର ଡଙ୍ଗରିଆମାନଙ୍କ ନାଁ ଭୋଟର ତାଲିକାରେ ନଥିବାରୁ ଭୋଟ ବାକ୍ସ ଉଠାଇନେଇଥିବାର ଦୃଶ୍ୟ ସାମ୍ନାକୁ ଆସିଥିଲା ।
ସେପଟେ ଆଜି ତୃତ୍ବୀୟ ପର୍ଯ୍ୟାୟରେ ୨୯ ଜିଲ୍ଲାର ୬୩ ଟି ବ୍ଲକରେ ମତଦାନ ହୋଇଥିଲା । ଯେଉଁଥିରେ ୧୮ ହଜାର ୪୯୫ ୱାର୍ଡ ମେମ୍ବର, ୧୩୮୨ ସରପଞ୍ଚ ଓ ୧୭୧ ଜିଲ୍ଲା ପରିଷଦ ଆସନ ପାଇଁ ହୋଇଥିଲା ମତଦାନ । ୧୭୧ ଟି ଜିଲ୍ଲା ପରିଷଦ ଆସନ ପାଇଁ ପାଇଁ ମଇଦାନରେ ପ୍ରତିଦ୍ବନ୍ଦିତା କରିଥିଲେ ୬୭୯ ଜଣ ପ୍ରାଥୀ । ମୋଟ୍ ୫୬ ଲକ୍ଷ ୫୩ ହଜାର ୪୦୫ ଜଣ ମତଦାତା ପ୍ରାୟ ୧୮ ହଜାର ପ୍ରର୍ଥୀଙ୍କୁ ଦେଇଥିଲେ ଭୋଟ୍ । ତେବେ ଏଥିପାଇଁ 18495 ବୁଥ ପ୍ରସ୍ତୁତ କରାଯାଇଥିବା ବେଳେ ଏଥି ମଧ୍ୟରୁ ୨୭୭୩ ବୁଥ ରହିଥିଲା ଉତ୍ତେଜନା ପ୍ରବଣ । ଯାହାକୁ ଦୃଷ୍ଟିରେ ନିର୍ବାଚନ ପାଇଁ ୩୭ ହଜାର ୨୪୫ ପୋଲିସ କର୍ମଚାରୀ ନିୟୋଜିତ କରାଯିବା ସହ ମୁତୟନ ହୋଇଥିଲେ ୨୨୫ ପ୍ଲାଟୁନ୍ ଫୋର୍ସ । ଏହାରି ଭିତରେ ତୃତୀୟ ପର୍ଯ୍ୟାୟରେ ୭୧ ପ୍ରତିଶତରୁ ଉର୍ଦ୍ଧ୍ବ ମତଦାନ ହୋଇଥିବା କହିଛନ୍ତି ରାଜ୍ୟ ନିର୍ବାଚନ କମଶିନ କହିଛନ୍ତି ।
ତେବେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସଂନ୍ଧ୍ୟାରେ ପ୍ରଚାର ଶେଷ ହୋଇଥିବା ବେଳେ ବାହାର ନେତାଙ୍କୁ ନିର୍ବାଚନ ଅଞ୍ଚଳ ଛାଡିବାକୁ ନିର୍ଦେଶ ଦିଆଯାଇଛି ।

Comments are closed, but trackbacks and pingbacks are open.