ତୃତୀୟ ଟି-୨୦: ଟସ୍ ହାରି ପ୍ରଥମେ ବ୍ୟାଟିଂ କରିବ ଟିମ୍ ଇଣ୍ଡିଆ

20

ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ତୃତୀୟ ଟି-୨୦ରେ କ୍ରମାଗତ ଦ୍ଵିତୀୟ ଥର ପାଇଁ ଟସ ହାରିଛି ଟିମ ଇଣ୍ଡିଆ I ଟସ୍ ଜିତି ୱେଷ୍ଟଇଣ୍ଡିଜ୍ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ପ୍ରଥମେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ତେବେ ଇର୍ଡେନ୍ ଗାର୍ଡେନରେ ଏହି ମ୍ୟାଚ୍ ବେଶ ରୋମାଞ୍ଚକର ହେବ ବୋଲି କୁହାଯାଉଛି । ପ୍ରଥମ ଓ ଦ୍ୱିତୀୟ ଟି-୨୦ରେ ଦମଦାର ବିଜୟ ସହିତ ଟିମ୍ ଇଣ୍ଡିଆ ଆଗୁଆ ସିରିଜ୍ କବଜା କରିସାରିଛି । ତେଣୁ ତୃତୀୟ ଟି-୨୦କୁ ମଧ୍ୟ କବଜା କରି କ୍ଲିନ୍ ସୁଇପ୍ ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଆ । ଅନ୍ୟପଟେ ଶେଷ ଟି-୨୦ରେ ବିଜୟ ସହିତ ସମ୍ମାନ ରକ୍ଷା କରିବାକୁ ନିଶ୍ଚୟ ଚେଷ୍ଟା କରିବ ୱେଷ୍ଟଇଣ୍ଡିଜ୍ ଦଳ । ତେଣୁ ଏହି ଶେଷ ଟି-୨୦ରେ ଦର୍ଶକ ଏକ ଦମଦାର ଲଢେଇ ଦେଖିବାକୁ ପାଇବେ ବୋଲି ଆଶା କରାଯାଉଛି । ଏହି ମ୍ୟାଚରେ ଭାରତ ଚୂଡ଼ାନ୍ତ ଏକାଦଶରେ ୪ଟି ପରିବର୍ତ୍ତନ କରିଛି Iଡାହାଣହାତୀ ପେସର୍ ଆଭେଶ ଖାନ୍ ଭୁବନେଶ୍ୱର କୁମାରଙ୍କ ସ୍ଥାନରେ ଖେଳିବାକୁ ସୁଯୋଗ ପାଇଛନ୍ତି। ସେହିପରି ବିରାଟ୍ କୋହଲି, ଋଷଭ ପନ୍ତ, ୟୁଜବେନ୍ଦ୍ର ଚହଲଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ଏମାନଙ୍କ ସ୍ଥାନରେ ଋତୁରାଜ ଗାଏକ୍ୱାଡ୍, ଶ୍ରେୟସ ଆୟର୍ ଓ ଶାର୍ଦ୍ଦୁଲ ଠାକୁର ସାମିଲ୍ ହୋଇଛନ୍ତି। ଋତୁରାଜ ଓ ଈଶାନ୍ କିଶନ ଓପନ୍ କରିବେ। ରୋହିତ୍ ତୃତୀୟ ସ୍ଥାନରେ ବ୍ୟାଟିଂ କରିବାକୁ ଆସିବେ।

ଭାରତ: ଈଶାନ୍ କିଶନ, ଋତୁରାଜ ଗାଏକ୍ୱାଡ, ରୋହିତ୍ ଶର୍ମା (କ୍ୟାପଟେନ୍), ଶ୍ରେୟସ ଆୟର୍, ସୂର୍ଯ୍ୟକୁମାର ଯାଦବ, ଭେଙ୍କଟେଶ ଆୟର, ହର୍ଷଲ୍, ଦୀପକ ଚହର୍, ଶାର୍ଦ୍ଦୁଲ ଠାକୁର, ରବି ବିଷ୍ଣୋଇ, ଆଭେଶ ଖାନ୍।

ୱେଷ୍ଟଇଣ୍ଡିଜ୍: ଶାଇ ହୋପ, କାଇଲ୍ ମେୟର୍ସ, ନିକୋଲାସ୍ ପୁରନ୍ (ୱିକେଟ୍ କିପର), ରୋଭମ୍ୟାନ୍ ପୋୱେଲ୍, ରୋଷ୍ଟନ୍ ଚେଜ୍, କାଇରନ୍ ପୋଲାର୍ଡ, ଜେସନ୍ ହୋଲ୍ଡର, ଫାବିଆନ୍ ଆଲେନ୍, ରୋମାରିଓ ଶେଫର୍ଡ, ହେଡେନ୍ ୱାଲ୍ସ, ଡୋମିନିକ୍ ଡ୍ରେକ୍ସ।

Comments are closed, but trackbacks and pingbacks are open.