ପୁଣି ଓଲଟିଲା ପୋଲିଂ ପାର୍ଟି ଗାଡ଼ି, ୩ ଆହତ

17

କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକରେ ପୋଲିଂ ପାର୍ଟି ଭୋଟ ସାରି ଫେରୁଥିବା ବେଳେ କେସ୍କାପାଡି ଘାଟିରେ କମାଣ୍ଡର ଜିପ ଓଲଟି ପଡିବାରୁ ୩ ଜଣ ଆହତ ହୋଇଛନ୍ତି। ଏହି ବ୍ଲକର ପିପଳପଦର ପଞ୍ଚାୟତର କେସ୍କାପାଡିଠାରେ ନିର୍ବାଚନ ସାରି ପୋଲିଂ ପାର୍ଟି ଲକ୍ଷ୍ମୀପୁର ଫେରୁଥିବା ବେଳେ କେସ୍କାପାଡି ଘାଟିରେ କମାଣ୍ଡର ଜିପ୍ଟି ଓଲଟି ପଡିଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ୩ ଜଣଙ୍କୁ ଉଦ୍ଧାର କରି ପ୍ରଥମେ ପ୍ରାଥମିକ ଚିକିତ୍ସା ପରେ ଲକ୍ଷ୍ମୀପୁର ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରକୁ ପଠାଇଛି। ପୁଲିସ ଓ ପ୍ରଶାସନ ପହଞ୍ଚି ଭୋଟ ବାକ୍ସ ଆଣିବାର ବ୍ୟବସ୍ଥା କରିଛନ୍ତି।

Comments are closed, but trackbacks and pingbacks are open.