ତୃତୀୟ ପର୍ଯ୍ୟାୟରେ ୭୧% ମତଦାନ : ରାଜ୍ୟ ନିର୍ବାଚନ କମିଶନର

23

ରାଜ୍ୟରେ ପଞ୍ଚାୟତ ନିର୍ବାଚନର ଆଜି ତୃତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ପ୍ରାରମ୍ଭିକ ସୂଚନାନୁସାରେ ୭୧ ପ୍ରତିଶତ ମତଦାନ ହୋଇଛି । ରାଜ୍ୟର ୨୯ଟି ଜିଲ୍ଲାର ୬୩ଟି ବ୍ଲକର ୧୩୮୨ଟି ଗ୍ରାମ ପଞ୍ଚାୟତରେ ୧୭୧ଟି ଜିଲା ପରିଷଦ ସଭ୍ୟ ପାଇଁ ୧୮,୪୯୫ ବୁଥରେ ମତଦାନ ହୋଇଛି I କିଛି ସ୍ଥାନରେ ରାଜନୈତିକ ହିଂସାକାଣ୍ଡ ଯୋଗୁଁ ଆଇନ୍ଶୃଙ୍ଖଳା ପରିସ୍ଥିତି ଦୃଷ୍ଟିରୁ ମତଦାନ ବାଧାପ୍ରାପ୍ତ ହୋଇଛି ।ଏନେଇ ପ୍ରେସ ମିଟ ଜରିଆରେ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନର୍ ଆଦିତ୍ୟ ପ୍ରସାଦ ପାଢ଼ୀ । ଏ ସମ୍ପର୍କରେ ଜିଲ୍ଲାପାଳମାନଙ୍କ ଠାରୁ ରିପୋର୍ଟ ପାଇବା ପରେ ପଦକ୍ଷେପ ନିଆଯିବ ବୋଲି କମିଶନର୍ କହିଛନ୍ତି ।
ଏଥିସହିତ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିମାନନଙ୍କୁ ଆକ୍ରମଣ ଘଟଣାରେ କମିଶନର୍ ଦୃଢ଼ ନିନ୍ଦା କରିଛନ୍ତି । ହିଂସା ସହିତ ଜଡ଼ିତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ନିର୍ବାଚନ କମିଶନର୍ ।

Comments are closed, but trackbacks and pingbacks are open.