ବରିଷ୍ଠ ସାମ୍ବାଦିକ ରବିଶ ତିଓ୍ବାରୀଙ୍କ ପରଲୋକ

18

ଖ୍ୟାତନାମା ବରିଷ୍ଠ ସାମ୍ବାଦିକ ରବିଶ ତିୱାରୀଙ୍କ ପରଲୋକ । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ମାତ୍ର ୪୦ ବର୍ଷ ବୟସ ହୋଇଥିଲା ଇ ଦୀର୍ଘ ଦିନ ହେବ ସେ କର୍କଟ ରୋଗରେ ସେ ଆକ୍ରାନ୍ତ ଥିଲେ । ୨୦୨୦ରୁ ତାଙ୍କୁ କର୍କଟ ହୋଇଥିବା ନେଇ ଜଣାପଡ଼ିଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ତାଙ୍କର ପରଲୋକ ହୋଇଛି I ରବିଶ ତିୱାରୀ ଆଇଆଇଟି ବମ୍ବେରୁ ଇଞ୍ଜିନିୟରିଂରେ ଗ୍ରାଜୁଏଟ୍ ଡିଗ୍ରୀ ହାସଲ କରିବା ସହ ଅକ୍ସଫୋର୍ଡ଼ ୟୁନିଭର୍ସଟି ମଧ୍ୟ କମ୍ପାଏରଟିଭ୍ ସୋସିଆଲ ସାଇନ୍ସ ବିଷୟରେ ଅଧ୍ୟୟନ କରିଥିଲେ । ଏହାପରେ ସେ ବିଭିନ୍ନ ଜାତୀୟ ଗଣମାଧ୍ୟମରେ କାମ କରିଥିଲେ । ଇଣ୍ଡିଆ ଟୁଡେ, ଇକୋନମିକ ଟାଇମସରେ କାମ କରି ମୃତ୍ୟୁ ବେଳକୁ ସେ ଦ ଇଣ୍ଡିଆନ ଏକ୍ସପ୍ରେସର ଜାତୀୟ ବ୍ୟୁରୋ ଚିଫ୍ ଥିଲେ I ରବିଶ ତାଙ୍କ ସାମ୍ବାଦିକତା ସମୟରେ ବେଶ ସକ୍ରିୟ ଥିଲେ । ରାଜନୈତିକ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରସଙ୍ଗରେ ବେଶ ଭଲ ସାମ୍ବାଦିକତା କରୁଥିଲେ । ତାଙ୍କ ଦେହାନ୍ତରେ ସାରା ସାମ୍ବାଦିକ ଜଗତରେ ଶୂନ୍ୟସ୍ଥାନ ପୂରଣ ହୋଇଛି । ରବିଶଙ୍କ ବିୟୋଗରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତ କରିଛନ୍ତି।

ରାଷ୍ଟ୍ରପତି ଟ୍ୱିଟ କରି କହିଛନ୍ତି, ‘ରବିଶ ତିୱାରୀଙ୍କ ପାଇଁ ସାମ୍ୱାଦିକତା ପେଶା ଥିଲା। ଆକର୍ଷଣୀୟ ବ୍ୟବସାୟକୁ ଛାଡି ସେ ଏହାକୁ ବାଛିଥିଲେ। ତାଙ୍କ ପାଖରେ ରିପୋର୍ଟିଂ ଏବଂ ତୀକ୍ଷ୍ନ ସମାଲୋଚନାର ଅତୁଳନୀୟ ପ୍ରତିଭା ଥିଲା । ତାଙ୍କର ବିୟୋଗରେ ମିଡିଆ ଜଗତ ଏକ ଭିନ୍ନ ସ୍ୱରକୁ ହରାଇଛି’ ।

ସେହିଭଳି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ ରେ କହିଛନ୍ତି ‘ପ୍ରଧାନମନ୍ତ୍ରୀ ଟ୍ୱିଟ କରି କହିଛନ୍ତି, ‘ବିଧାତା ରବିଶ ତିୱାରୀଙ୍କୁ ଆମଠାରୁ ଶୀଘ୍ର ଛଡାଇ ନେଲେ । ମିଡିଆ ଜଗତରେ ଏକ ଉଜ୍ଜ୍ୱଳ ଭବିଷ୍ୟତର ଶେଷ ହୋଇଛି’ ।

Comments are closed, but trackbacks and pingbacks are open.