ପୁଣି କଟକ ରେ ନକଲି ମସଲା କାରଖାନା ଠାବ

19

କଟକ ପୋଲିସ ର ନାକ ନିଶ ତଳେ ଚାଲୁଛି ନକଲି ମସଲା କାରଖାନା I ଥରେ ଅଧେ ନୁହେଁ ବାରମ୍ବାର କଟକ ର ଆଖପାଖ ଅଂଚଳରେ ଚାଲି ଆସୁଛି ଏହି ଅପମିଶ୍ରିତ କାରଖାନା ମାନ ଯାହାର ଟେର ମଧ୍ୟ ପୋଲିସ ପାଉନି I କେତେବେଳେ ନକଲି ଖାଇବା ତେଲ, କେତେବେଳେ ନକଲି ଘିଅ, ନକଲି ସସ୍ ପୁଣି ମଶା ଧୂପ ମଧ୍ୟ ନକଲି ହେଉଛି I ସେହିଭଳି ଆଜି କଟକ ବୟାଳିଶ ମୌଜା ଥାନା ଝିଙ୍କିରିଆ ଠାରେ ଦୀର୍ଘଦିନ ରୁ ଚାଲି ଆସୁଥିବା ଆଉ ଏକ ଅପମିଶ୍ରିତ ନକଲି ମସଲା କାରଖାନା ଉପରେ ଚଢ଼ାଉ କରାଯାଇଛି ।କାରଖାନା ଭିତରୁ ବ୍ୟାପକ ପରିମାଣରେ ଅପମିଶ୍ରିତ ହଳଦୀ ଗୁଣ୍ଡ ଓ ଲଙ୍କା ଗୁଣ୍ଡ ପ୍ୟାକେଟ ଜବତ କରିଛି ପୋଲିସ୍ ।ଏହାସହ କାରଖାନାକୁ ସିଲ୍ କରି ମାଲିକ ଅଜୟ ଦାସଙ୍କୁ ବୟାଳିଶ ମୌଜା ଥାନା ରେ ଅଟକ ରଖି ଅଟକ ରଖି ତଦନ୍ତ ଜାରି ରଖିଛି । ତେବେ ଏହି ମସଲା କେଉଁ ସବୁ ସ୍ଥାନକୁ ଯାଉଥିଲା ସେନେଇ ତଦନ୍ତ ଯାରି ରହିଛି ବୟାଳିଶ ମୌଜା ପୋଲିସ । ଏହି ମସଲାରେ କେମିକାଲ ରଙ୍ଗ, ଅଦରକାରୀ ଚାଉଳ ସହ ବିଭିନ୍ନ କେମିକାଲ ମିଶା ଯାଉଥିବା ସୂଚନା ମିଳିଛି ।

Comments are closed, but trackbacks and pingbacks are open.