ହାଇକୋର୍ଟଙ୍କ ୫ଜଣିଆ ଟିମ ଗସ୍ତ ସମୟରେ ଢିଙ୍କିଆରେ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ

19

ପାରାଦୀପ ଢିଙ୍କିଆରେ ପୁଣି ପରିସ୍ଥିତି ହେଲା ଉତ୍ତେଜନାପୂର୍ଣ୍ଣ । ହାଇକୋର୍ଟଙ୍କ ୫ ଜଣିଆ ଟିମ ସ୍ଥିତି ଅନୁଧ୍ୟାନ ପାଇଁ ଯାଇଥିବା ସମୟରେ ଏହି ଭଳି ଉତ୍ତେଜନା ଦେଖା ଦେଇଥିଲା ।ଏହା ସହିତ ତାଙ୍କ ସହିତ ଯାଇଥିବା ଜଣେ ସାମାଜିକ କର୍ମୀଙ୍କୁ ଠେଲାପେଲା ହୋଇଥିବା ସୂଚନା ମିଳିଛି । ତେବେ ସୂଚନାନୁସାରେ ଯାହା ଜଣIପଡିଛି ହାଇକୋର୍ଟଙ୍କ ୫ ଜଣିଆ ଟିମକୁ କିଛି ସ୍ଥାନୀୟ ଲୋକେ ଭେଟିବାକୁ ଚାହିଁଥିଲେ । କିନ୍ତୁ ଏହାକୁ ବିରୋଧ କରିଥିଲେ ଅପରପକ୍ଷ ଗୋଷ୍ଠୀ Iଏହାକୁ ନେଇ ଦୁଇଟି ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ହୋଇ ମାରପିଟ୍ ହୋଇଥିଲେ । ଜଣେ ଶିଳ୍ପ ବିରୋଧୀ ନେତାଙ୍କୁ ମଧ୍ୟ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି । ହାଇକୋର୍ଟ କମିଟି ଓ ପୋଲିସ ଉପସ୍ଥିତିରେ ନିସ୍ତୁକ ମାଡ଼ ମରାଯାଇଥିବା ଜଣାପଡିଛି ।
ଢିଙ୍କିଆଠାରେ ପ୍ରସ୍ତାବିତ ଜେଏସ୍‌ଡବ୍ଲୁ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ବେଳେ ସ୍ଥାନୀୟ ବାସିନ୍ଦାଙ୍କ ଉପରେ ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପ୍ରସଙ୍ଗକୁ ନେଇ ହାଇକୋର୍ଟରେ ତିନୋଟି ମାମଲା ଦାୟର ହୋଇଥିଲା । ଗତ ଜାନୁଆରି ୧୮ରେ ହାଇକୋର୍ଟ ଢିଙ୍କିଆର କୁନି ମଲ୍ଲିକ ଓ ଅନ୍ୟ ୪ଜଣଙ୍କ ଆବେଦନର ଶୁଣାଣି କରି ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କରିଥିଲେ । ସେହି ଅନୁସାରେ ହାଇକୋର୍ଟଙ୍କ ୫ ଜଣିଆ ଟିମ ସ୍ଥିତି ଅନୁଧ୍ୟାନ ପାଇଁ ଢ଼ିଙ୍କିଆ ଯାଇଥିଲେ I

Comments are closed, but trackbacks and pingbacks are open.