ପୁରୀ ଗଜପତି ମହାରାଜା କରୋନା ସଂକ୍ରମିତ

21

ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି I ମହାରାଜା ଙ୍କର ଆରଟିପିସିଆର ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା ସୂଚନା ମିଳିଛି। ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ କୋଭିଡ ପଜିଟିଭ ହୋଇଥିବା ପ୍ରେସ ରିଲିଜ ଜରିଆରେ ମହାରାଜା ଙ୍କ ବ୍ୟକ୍ତିଗତ ସଚିବ ସ୍ପଷ୍ଟ କରିଛନ୍ତି। ତେଣୁ ଆସନ୍ତାକାଲି ରାଷ୍ଟ୍ରପତିଙ୍କ ପୁରୀ ଗସ୍ତ କାର୍ଯ୍ୟକ୍ରମ ଥିବା ବେଳେ ଦର୍ଶନ ଆଗମନରେ ଶ୍ରୀମନ୍ଦିର ସିଂହଦ୍ୱାର ଠାରେ ଶ୍ରୀମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ଭାବେ ଶ୍ରୀ ଗଜପତି ମହାରାଜାଙ୍କ ଦ୍ୱାରା ସ୍ୱାଗତ କରିବାର କାର୍ଯ୍ୟକ୍ରମ ରହିଥିଲା । ଏଥିପାଇଁ ମହାରାଜାଙ୍କର କୋଭିଡ୍‌ ଟେଷ୍ଟ କରାଯାଇଥିଲା । ସେ କରୋନା ପଜିଟିଭ୍‌ ଆସିଥିବା ତାଙ୍କ ଅଫିସ୍‌ ପକ୍ଷରୁ ସୂଚନା ଦିଆଯାଇଛି । ତେଣୁ ମହାରାଜ ରାଷ୍ଟ୍ରପତି ଙ୍କ କୌଣସି କାର୍ଯ୍ୟକ୍ରମରେ ଭାଗ ନେଇ ପାରିବେ ନାହିଁଏଥିରେ କୁହାଯାଇଛି I ବର୍ତ୍ତମାନ ମହାରାଜା ୭ ଦିନ ସଂଘରୋଧରେ ରହିବା ନେଇ ଜଣାଯାଇଛି ।

Comments are closed, but trackbacks and pingbacks are open.