ପୌର ନିର୍ବାଚନ ପାଇଁ ଚୂଡ଼ାନ୍ତ ବୁଥ୍ ତାଲିକା ପ୍ରକାଶ,ପ୍ରସ୍ତୁତି ଜୋରଦାର

19

ଆସନ୍ତା ପୌର ନିର୍ବାଚନ ପାଇଁ ୱାର୍ଡ ଓ ବୁଥ୍ ତାଲିକା ପ୍ରକାଶ ପାଇଛି । ମୋଟ ୪୫୮୪ଟି ବୁଥ୍ ତାଲିକାକୁ ଅନୁମୋଦନ କରିଛନ୍ତି ରାଜ୍ୟ ନିର୍ବାଚନ କମିଶନର ଏଥିପାଇଁ ପ୍ରସ୍ତୁତି ମଧ୍ୟ ଜୋରଦାର କରାଯାଇଛି । ସେହି ଅନୁସାରେ ରାଜ୍ୟର ୪୮ଟି ପୌର ପରିଷଦ, ୫୯ଟି ବିଜ୍ଞାପିତ ପରିଷଦ ଓ ୩ଟି ମହାନଗର ନିଗମ ଅଂଚଳରେ ଥିବା ୧୯୩୧ଟି ୱାର୍ଡରେ ଏହି ବୁଥ ସ୍ଥାପିତ ହେବ ।ଏହାକୁ ରାଜ୍ୟ ନିର୍ବାଚନ କମିଶନ ଅନୁମୋଦନ କରିଛନ୍ତି । ସମୁଦାୟ ମୁନିସିପାଲିଟି ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ସଂଖ୍ୟା ୪୮+ ୫୯ = ୧୦୭, ସମୁଦାୟ ମହାନଗର ନିଗମ-୩, ମ୍ୟୁନିସିପାଲିଟି ଓ ବିଜ୍ଞାପିତ ଅଞ୍ଚଳ ପରିଷଦର ସମୁଦାୟ ୱାର୍ଡ ସଂଖ୍ୟା-୧୭୬୩, ମୁନିସିପାଲିଟି ଓ ବିଜ୍ଞାପିତ ଅଞ୍ଚଳ ପରିଷଦର ସମୁଦାୟ ବୁଥ୍ ସଂଖ୍ୟା-୩୧୭୭।
ମହାନଗର ନିଗମର ସମୁଦାୟ ୱାର୍ଡ ସଂଖ୍ୟା-୧୬୮, ମହାନଗର ନିଗମର ସମୁଦାୟ ବୁଥ୍ ସଂଖ୍ୟା-୧୪୦୭, ୧୦୭ଟି ପୌର ସଂଖ୍ୟା ଓ ୩ଟି ମହାନଗର ନିଗମର ସମୁଦାୟ ୱାର୍ଡ ସଂଖ୍ୟା ୧୯୩୧ ଓ ବୁଥ୍ ସଂଖ୍ୟା ହେଉଛି ୪୫୮୪ । କଟକ ମହାନଗର ନିଗମର ୫୯ଟି ୱାର୍ଡ, ୪୫୨ଟି ବୁଥ୍, ବ୍ରହ୍ମପୁର ମହାନଗର ନିଗମର ୪୨ଟି ୱାର୍ଡ, ୨୫୦ଟି ବୁଥ୍ ଓ ଭୁବନେଶ୍ୱର ମହାନଗର ନିଗମର ୬୭ଟି ୱାର୍ଡ, ୭୦୫ଟି ବୁଥ୍ ରେ ପୌର ନିର୍ବାଚନ ହେବ ବୋଲି ରାଜ୍ୟ ନିର୍ବାଚନ କମିଶନ ନିର୍ଦ୍ଦେଶନାମା ଜାରି କରିଛନ୍ତି । ବୁଥ୍ର ରୂଡ଼ାନ୍ତ ତାଲିକା ପ୍ରକାଶ ପାଇବା ପରେ ଏବେ ନିର୍ବାଚନକୁ ସମସ୍ତେ ଅପେକ୍ଷା କରି ରହିଛନ୍ତି । ତେବେ ଏଥର ପୌର ନିର୍ବାଚନ ଶାନ୍ତିଶୃଙ୍ଗଳାରେ ସମାପ୍ତ ହେବା ନେଇ ନିର୍ବାଚନ କମିଶନର ପ୍ରସ୍ତୁତି କାର୍ଯ୍ୟକୁ ମଧ୍ୟ ଜୋର୍ଦାର୍ କରିଛନ୍ତି ।

Comments are closed, but trackbacks and pingbacks are open.