୨ୟ ପର୍ଯ୍ୟାୟରେ ୭୧% ମତଦାନ: ପ୍ରେସ ମିଟ ଜରିଆରେ ରାଜ୍ୟ ନିର୍ବାଚନ କମିଶନଙ୍କ ସୂଚନା

28

ରାଜ୍ୟରେ ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶାନ୍ତି ଶୃଙ୍ଖଳା ର ସହିତ ଶେଷ ହୋଇଛି । ୨ୟ ପର୍ଯ୍ୟାୟ ଭୋଟ ଗ୍ରହଣ ନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ । ସେ କହିଛନ୍ତି ଯେ, ପ୍ରାରମ୍ଭିକ ଆକଳନ ଅନୁସାରେ ପ୍ରାୟ ୭୧% ମତଦାନ ହୋଇଛି । କିଛି ସ୍ଥାନରେ ଭୋଟ୍ ବାଲାଟ୍ ପେପର ଏବଂ ବିଶୃଙ୍ଖଳା ପାଇଁ ଭୋଟିଂ ହୋଇପାରିନି । ଜଗତସିଂହପୁର, ଯାଜପୁରର କିଛି ବୁଥରେ ଭୋଟ୍ ବାଧାପ୍ରାପ୍ତ ହୋଇଛି । ଜିଲ୍ଲାପାଳଙ୍କ ରିପୋର୍ଟ ପରେ ସେହିସ୍ଥାନରେ ପୁନଃମତଦାନ ହୋଇପାରେ ।ଚୂଡ଼ାନ୍ତ ସଂଖ୍ୟା ଆସିଲେ ମତଦାନ ହାର ବଢ଼ିପାରେ । କାଁ ଭାଁ ଘଟଣାକୁ ଛାଡ଼ିଦେଲେ ନିର୍ବାଚନ ଶାନ୍ତପୂର୍ଣ୍ଣ ରହିଛି । ଯାଜପୁର, ଜଗତସିଂହପୁରର କିଛି ସ୍ଥାନରେ ବାଧା ଉପୁଜିବା ଖବର ଆସିଛି । ବାଲାଟ ପେପର ତ୍ରୁଟି ପାଇଁ ୨/୩ଟି ଜାଗାରେ ପୁନଃ ଭୋଟ୍ ଆବଶ୍ୟକ ପଡ଼ିପାରେ । ଏନେଇ ଜିଲ୍ଲାପାଳମାନଙ୍କ ଠାରୁ ରିପୋର୍ଟ ଆସିଲେ ପଦକ୍ଷେପ ନିଆଯିବ ।’ ତେବେ ଦଶରଥପୁର ବ୍ଲକ କନିକା ପଡା ପଞ୍ଚାୟତ ମଧୁପୁର ଉଚ୍ଚ ବିଦ୍ୟାଳୟ ୱାର୍ଡ ନମ୍ବର ୮ର ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ବୁଥ ରିଗିଂ ହେଉଥିବା ନଜର ଆସିଛି । ଭିଡିଓରେ ଦେଖିବାକୁ ମିଳିଛି କି, କବାଟ ବନ୍ଦ କରି ଜୋର ଜବରଦସ୍ତ ପିଟା ଯାଉଛି ଭୋଟ ।
ସେହିପରି କଟକ ବାରଙ୍ଗରେ ମାରଣାସ୍ତ୍ର ଦେଖାଇ ଭୋଟ୍ ବାକ୍ସ ଛଡ଼ାଇ ନେଇଛନ୍ତି ଦୁର୍ବୃତ୍ତ । ବାରଙ୍ଗ ବ୍ଲକ କୁରାଙ୍ଗ ପ୍ରଧାନ ପଞ୍ଚାୟ କୁରୁଣ୍ଟି ୧୧ ନମ୍ବର ବୁଥରୁ ହୋଇଛି ଲୁଟ୍ । ସରପଞ୍ଚ ପ୍ରାର୍ଥୀଙ୍କ ଏଜେଣ୍ଟ ଅଟକାଇବା ସତ୍ୱେ ମାରଣାସ୍ତ୍ର ଦେଖାଇ ଲୁଟିନେଇଥିଲେ ଦୁର୍ବୃତ୍ତ । ସଦର ଥାନାରେ ଏନେଇ ଏତଲା କରିଛନ୍ତି ସମ୍ପୃକ୍ତ ସରପଞ୍ଚ ପ୍ରାର୍ଥୀଙ୍କ ଏଜେଣ୍ଟ । ଭୋଟ ବାକ୍ସ ଲୁଟ ପରେ ବୁଥରେ ଉତ୍ତେଜନା ଦେଖିବାକୁ ମିଳିଛି । ଲୋକମାନେ ଧାରଣାରେ ବସିଥିବା ବେଳେ ପୋଲିସ ତଦନ୍ତ କରୁଛି ।
ପ୍ରଥମ ପର୍ଯ୍ୟାୟରେ ହୋଇଥିବା ବିଶୃଙ୍ଖଳାକୁ କମିଶନ ଗମ୍ଭିରତାର ସହ ବିଚାରକୁ ନେଇ ପରବର୍ତ୍ତୀ ପର୍ଯ୍ୟାୟରେ ଆଇନ ଶୃଙ୍ଖଳା ନିୟନ୍ତ୍ରଣ କରିବା ସହ ଶାନ୍ତିପୁର୍ଣ୍ଣ ଭାବେ ପଞ୍ଚାୟତ ନିର୍ବାଚନ ସାରିବା ପାଇଁ ପୋଲିସ ଡି.ଜି.ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏ ସମ୍ପର୍କରେ ସମ୍ପୃକ୍ତ ଜିଲ୍ଲାପାଳଙ୍କଠାରୁ ବିସ୍ତୃତ ରିପୋର୍ଟ ପାଇଲାପରେ ରାଜ୍ୟ ନିର୍ବାଚନ କମିଶନ ସେ ବିଷୟରେ ଅନୁଧ୍ୟାନ କରି ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । ଆଜିର ନିର୍ବାଚନରେ ଭାଗ ନେଇଥିବା ସମସ୍ତ ଅଧିକାରୀ, ପୋଲିସ କର୍ତ୍ତୃପକ୍ଷ, ସମସ୍ତ ଜନସାଧାରଣ ତଥା ଭୋଟରମାନେ ସକ୍ରିୟ ଅଂଶ ଗ୍ରହଣ କରିବା ସହିତ ଶାନ୍ତି ଶୃଙ୍ଖଳାରେ ନିର୍ବାଚନ ଶେଷ ହୋଇଥିବାରୁ ଆଗାମୀ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ସ୍ଥାନମାନଙ୍କରେ ମଧ୍ୟ କମିଶନ ଏହିପରି ସହଯୋଗ ଆଶା କରୁଛନ୍ତି ।

Comments are closed, but trackbacks and pingbacks are open.