ଗୁଜବ ରେ ପଡିଲା ପୂର୍ଣ୍ଣଛେଦ I ମୁଖ୍ୟମନ୍ତ୍ରୀ କହିଲେ ‘ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି’

33

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅସୁସ୍ଥ ଥିବା ନେଇ ଗୁଜବ ରେ ପଡିଲା ପୂର୍ଣ୍ଣଛେଦ I ଖୋଦ୍‌ ମୁଖ୍ୟମନ୍ତ୍ରୀ ସାମ୍ନାକୁ ଆସି ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇଛନ୍ତି।’ମୁଁ ସୁସ୍ଥ ଅଛି, ରାଜ୍ୟବାସୀଙ୍କ ସେବାରେ ଅଛି’,ସମସ୍ତ ଗୁଜବକୁ ଖଣ୍ଡନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି। ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ଏକାମ୍ର କ୍ଷେତ୍ର ପରିଦର୍ଶନ କରିବା ସହ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଏକାମ୍ର ପ୍ରକଳ୍ପ ସମୀକ୍ଷା କରିଛନ୍ତି। ପ୍ରାୟ ୧୫ ମିନିଟ ଧରି ମୁଖ୍ୟମନ୍ତ୍ରୀ ଲିଙ୍ଗରାଜଙ୍କ ବେଢ଼ା ପରିଦର୍ଶନ କରିଛନ୍ତି ଓ ସେ ସମୟରେ ସେ ସେବାୟତଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି।ମୁଖ୍ୟମନ୍ତ୍ରୀ ମହାଦେବଙ୍କ ମନ୍ଦିରକୁ କାରରୁ ଓହ୍ଲାଇ ଏକା ଚାଲିଚାଲି ଯାଇଥିଲେ ଏବଂ ପାହାଚ ସବୁ ଚଢି ମନ୍ଦିର ପରିସର ବୁଲିଥିଲେ । ଏହି ଅବସରରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି,’ମୁଁ ସୁସ୍ଥ ଅଛି, ଯେତେବେଳେ ନିର୍ବାଚନ ଆସେସେତେବେଳେ ଏଭଳି ଗୁଜବ ପ୍ରଚାର ପ୍ରସାର କରାଯାଏ କିନ୍ତୁ ଏବେ ନିର୍ବାଚନ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବାରୁ ମୁଁ ଅଧିକ କିଛି କହିବିନି।’

ସେବାୟତମାନେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତମ ସ୍ୱାସ୍ଥ୍ୟ କାମନା କରିଥିବା ବେଳେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସେ ରାଜ୍ୟବାସୀଙ୍କ ସେବାରେ ଅଛନ୍ତି

Comments are closed, but trackbacks and pingbacks are open.