ନ୍ୟାୟିକ ଇତିହାସରେ ବିରଳ : ଅହମ୍ମଦାବାଦ ସିରିଜ ବିସ୍ଫୋରଣ ଘଟଣା ୪୯ ଜଣରୁ ୩୮ ଜଣଙ୍କୁ ଫାଶୀ ଦଣ୍ଡାଦେଶ

22

ବହୁ ଚର୍ଚ୍ଚିତ ୨୦୦୮ଗୁଜରାଟର ଅହମ୍ମଦାବାଦ ସିରିଜ ବିସ୍ଫୋରଣ ମାମଲାରେ ଐତିହାସିକ ରେ ଶୁଣାଇଛନ୍ତି ସ୍ପେଶାଲ କୋର୍ଟ I ଅଭିଯୁକ୍ତ ଥିବା ୪୯ ଜଣଙ୍କ ମଧ୍ୟରୁ ଏକକାଳୀନ ୩୮ ଜଣଙ୍କୁ ଫାଶୀ ଦଣ୍ଡ ସହିତ ଅନ୍ୟ ୧୧ ଜଣ ଅଭିଯୁକ୍ତଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ଦେଇଛନ୍ତି କୋର୍ଟ । ନ୍ୟାୟିକ ଇତିହାସରେ ୩୮ ଜଣଙ୍କୁ ଏକକାଳୀନ ଫାଶୀ ଦଣ୍ଡାଦେଶ ଦେବା ବିରଳ ଘଟଣା । ପୂର୍ବରୁ କେବେ ଏଭଳି ଦେଖିବାକୁ ମିଳିନଥିଲା । ଗତ ୧୩ ବର୍ଷ ହେବ ଏହି ମାମଲାର ଶୁଣାଣି ଚାଲିଥିବା ବେଳେ ଆଜି ରାୟ ପ୍ରକାଶ ପାଇଛି । ଅହମଦାବାଦର ସ୍ୱତନ୍ତ୍ର କୋର୍ଟ ରାୟ ଶୁଣାଇବା ବେଳେ ବୋମା ବିସ୍ଫୋରଣ ପୀଡ଼ିତଙ୍କ ପାଇଁ ମଧ୍ୟ କ୍ଷତିପୂରଣ ଘୋଷଣା କରିଛନ୍ତି। ତେବେ ଏହି ସମୟରେ ୨୮ ଜଣଙ୍କୁ ନିର୍ଦ୍ଦୋଷ ଖଲାସ କରାଯାଇଥିଲା।

ସୂଚନାଯୋଗ୍ୟ, ୨୦୦୮ ମସିହା ଜୁଲାଇ ୨୬ ତାରିଖ ସନ୍ଧ୍ୟା ୬ଟା ୪୫ରେ ଅହମଦାବାଦରେ ପ୍ରଥମ ବିସ୍ଫୋରଣ ହୋଇଥିଲା। ମଣିନଗରରେ ହୋଇଥିବା ପ୍ରଥମ ଧମାକା ପରେ ଚାରିଆଡ଼େ ଆତଙ୍କ ଖେଳି ଯାଇଥିଲା। ତେବେ କେହି କିଛି ବୁଝିବା ଆଗରୁ ଆଗାମୀ ୭୦ ମିନିଟ୍‌ ମଧ୍ୟରେ ଆଉ ୨୦ଟି ବୋମା ବିସ୍ଫୋରଣ ହୋଇଥିଲା ଏହି ସିରିଜ୍ ବୋମା ବିସ୍ଫୋରଣରେ ୫୯ ଜଣଙ୍କ ମୃତ୍ୟୁ ହୋଇଥିଲା । ଅହମଦାବାଦ ସିରିଜ୍ ବୋମା ବିସ୍ଫୋରଣ ଘଟଣାରେ ଆତଙ୍କବାଦ ସମ୍ପୃକ୍ତି ନେଇ ମୋଟ ୭୮ ଜଣ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଥିଲେ I

Comments are closed, but trackbacks and pingbacks are open.