ଆରମ୍ଭ ହେଲା ପଂଚାୟତ ନିର୍ବାଚନ ପାଇଁ ଦ୍ବିତୀୟ ପର୍ଯ୍ୟାୟ ମତଦାନ : ୭୪୭ ଜିଲା ପରିଷଦ ପ୍ରାର୍ଥୀଙ୍କ ହେବ ଭାଗ୍ୟ ପରୀକ୍ଷା

25

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହେବା ପରେ ଆଜି ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି ।ସକାଳ ୭ଟାରୁ ଦିନ ୧ଟା ଯାଏଁ ମତଦାନ ଗ୍ରହଣ କରାଯିବ ରାଜ୍ୟର ୩୦ ଜିଲ୍ଲାର ୬୮ବ୍ଲକରେ ୧୮୬ ଜିଲ୍ଲାପରିଷଦ ଜୋନରେ ଭୋଟ ଗ୍ରହଣ ଆରମ୍ଭ ହୋଇଛି ଇ ମତଦାନ ବେଳେ ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ମୁତୟନ ହୋଇଛନ୍ତି ୨୪୦ ପ୍ଲାଟୁନ ପୁଲିସ ଫୋର୍ସ । ୧୫୧୪ ପଂଚାୟତର ୨୦ହଜାର ୪୩୫ବୁଥରେ ଭୋଟଦେଇ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଜନତା । ସେଥିମଧ୍ୟରୁ ୩ ହଜାର ୬୫ଟି ସମ୍ବେଦନଶୀଳ ବୁଥ ଚିହ୍ନଟ ହୋଇଛି । ତେବେ ପ୍ରଥମ ପର୍ଯ୍ୟାୟ ମତଦାନ ସମୟରେ ହିଂସାକାଣ୍ଡ ଯୋଗୁଁ ପ୍ରାୟ ୨୫ଟି ବୁଥରେ ପୁନର୍ବାର ନିର୍ବାଚନ ହେବ ବୋଲି ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ମାତ୍ର କେତେକ ସ୍ଥାନରେ ଭୋଟଦାନ ଶେଷ ହେବା ପରେ ନିୟମ ମୁତାବକ ଭୋଟଦାନ ସମ୍ପର୍କରେ ବିସ୍ତୃତ ସୂଚନାକୁ ଫର୍ମ-୧୧ ଜରିଆରେ ପ୍ରଦାନ କରିବା କଥା, ଏଥିରେ କେତେ ଫର୍ମ ଆସିଥିଲା ଓ କେତେ ବ୍ୟବହୃତ ହୋଇଛି ତା’ର ପୂର୍ଣ୍ଣାଙ୍ଗ ତଥ୍ୟ ରହିବା କଥା; କିନ୍ତୁ ତାହା ନ କରି ସାଦା କାଗଜରେ ଲିଖିତ ଦିଆଯାଉଛି। ଏମିତିକି କେତେକ ପ୍ରିଜାଇଡିଂ ଅଧିକାରୀ ଏହାକୁ ରୋକ୍ ଠୋକ୍ ମନା କରୁଛନ୍ତି। ନିର୍ବାଚନ ଆୟୋଗଙ୍କ ନିର୍ଦେଶ ନ ଥିବାରୁ ଏହା ଦିଆଯାଇ ପାରିବ ନାହିଁ ବୋଲି କୁହାଯାଉଛି। ଏହାକୁ ନେଇ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ରାଜ୍ୟ ନିର୍ବାଚନ ଆୟୋଗଙ୍କଠାରେ ଅଭିଯୋଗ କରିବା ପରେ ନିର୍ବାଚନ ଆୟୋଗ ଉକ୍ତ ଘଟଣାକୁ ଗୁରୁତର ସହ ଗ୍ରହଣ କରିଛନ୍ତି। ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସବୁ ଜିଲାପାଳଙ୍କୁ ଏକ ସ୍ପଷ୍ଟ ନିର୍ଦେଶନାମା ଜାରି କରିଛନ୍ତି I

ଆଜି ଦ୍ଵିତୀୟ ପର୍ଯ୍ୟାୟ ମତଦାନ ରେ ୬୨ ଲକ୍ଷ ୧୦ହଜାରରୁ ଅଧିକ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ । ସରପଂଚ, ୱାର୍ଡମେମ୍ବର, ସମିତି ସଭ୍ୟ ଓ ଜିଲ୍ଲାପରିଷଦ ସଦସ୍ୟ ପାଇଁ ୪ଟି ଭିନ୍ନ ଭିନ୍ନ ରଙ୍ଗର ବାଲଟ ପେପରରେ ଭୋଟରମାନେ ଭୋଟଦେବେ । ଏହି ପର୍ଯ୍ୟାୟରେ ବଡ ବଡ ନେତାଙ୍କ ଭାଗ୍ୟ ପରୀକ୍ଷା ହେବ । ଏମାନଙ୍କ ମଧ୍ୟରେ ଅଛନ୍ତି ବିଜେଡିର ବ୍ୟୋମକେଶ ରାୟ, ଦେବୀ ମିଶ୍ର ଉଷାଦେବୀ, ସମୀର ଦାସ ଓ ପଦ୍ମନାଭ ବେହେରା । ସେହିଭଳି କଂଗ୍ରେସର ତାରାବାହିନୀପତି, ରମେଶ ଜେନା ଓ ବିଜେପିର ମନମୋହନ ସାମଲଙ୍କ ଭଳି ନେତାଙ୍କ ବି ଭଗ୍ୟପରୀକ୍ଷା ହେବ ।

Comments are closed, but trackbacks and pingbacks are open.